ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶୃତି, ଦେଢ ବର୍ଷରେ ମିଳିବ 10ଲକ୍ଷ ନିଯୁକ୍ତି

author img

By

Published : Jun 14, 2022, 12:33 PM IST

ଆଉ ରହିବନି ନିଯୁକ୍ତି ଚିନ୍ତା । ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସରକାରୀ ଚାକିରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଉ ରହିବନି ନିଯୁକ୍ତି ଚିନ୍ତା । ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସରକାରୀ ଚାକିରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ । ଏନେଇ ଆଜି (ମଙ୍ଗଳବାର) ଘୋଷଣା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଶନ ମୋଡରେ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗର ମାନବସମ୍ବଳ ଓ ସବୁ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

  • PM @narendramodi reviewed the status of Human Resources in all departments and ministries and instructed that recruitment of 10 lakh people be done by the Government in mission mode in next 1.5 years.

    — PMO India (@PMOIndia) June 14, 2022 " class="align-text-top noRightClick twitterSection" data=" ">

PM @narendramodi reviewed the status of Human Resources in all departments and ministries and instructed that recruitment of 10 lakh people be done by the Government in mission mode in next 1.5 years.

— PMO India (@PMOIndia) June 14, 2022

ମିଶନ ମୋଡରେ ଚାକିରି ଦେବା ପାଇଁ ପିଏମ ମୋଦି ନିର୍ଦ୍ଦେଶ ଦେଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2023 ଡିସେମ୍ବର ସୁଦ୍ଧା 10 ଲକ୍ଷ ନିଯୁକ୍ତି ପୂରଣ କରିବାକୁ ଡେଟଲାଇନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ମାର୍ଚ୍ଚ 24ରେ କହିଥିଲେ, 2017-18ରେ ଏନଏସଓ (National Statistical Survey) ପକ୍ଷରୁ ନିଯୁକ୍ତି ଓ ବେକାରୀ ତଥ୍ୟର ସର୍ଭେ ହୋଇଥିଲା । ସରକାରୀ ତଥ୍ୟରୁ ଏହା ଜଣା ପଡିଛି ଯେ ନିଯୁକ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା । ଦେଶରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

କୋରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ ଭାରତ ସରକାର। ଏଥିରେ ରାଜକୋଶରୁ 27 କୋଟି ରାଶି ପ୍ରଦାନ କରାଯାଇଛି । ଏହି ରାଶି ଆତ୍ମନିର୍ଭର, ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହାବାଦ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମଧ୍ୟ ଆରମ୍ଭ ହୋଇଥିଲା । କୋରୋନା ପାଇଁ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ହୋଇନାହିଁ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି ।

ନୂଆଦିଲ୍ଲୀ: ଆଉ ରହିବନି ନିଯୁକ୍ତି ଚିନ୍ତା । ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସରକାରୀ ଚାକିରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ । ଏନେଇ ଆଜି (ମଙ୍ଗଳବାର) ଘୋଷଣା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଶନ ମୋଡରେ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗର ମାନବସମ୍ବଳ ଓ ସବୁ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି । ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

  • PM @narendramodi reviewed the status of Human Resources in all departments and ministries and instructed that recruitment of 10 lakh people be done by the Government in mission mode in next 1.5 years.

    — PMO India (@PMOIndia) June 14, 2022 " class="align-text-top noRightClick twitterSection" data=" ">

ମିଶନ ମୋଡରେ ଚାକିରି ଦେବା ପାଇଁ ପିଏମ ମୋଦି ନିର୍ଦ୍ଦେଶ ଦେଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2023 ଡିସେମ୍ବର ସୁଦ୍ଧା 10 ଲକ୍ଷ ନିଯୁକ୍ତି ପୂରଣ କରିବାକୁ ଡେଟଲାଇନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ମାର୍ଚ୍ଚ 24ରେ କହିଥିଲେ, 2017-18ରେ ଏନଏସଓ (National Statistical Survey) ପକ୍ଷରୁ ନିଯୁକ୍ତି ଓ ବେକାରୀ ତଥ୍ୟର ସର୍ଭେ ହୋଇଥିଲା । ସରକାରୀ ତଥ୍ୟରୁ ଏହା ଜଣା ପଡିଛି ଯେ ନିଯୁକ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା । ଦେଶରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

କୋରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ ଭାରତ ସରକାର। ଏଥିରେ ରାଜକୋଶରୁ 27 କୋଟି ରାଶି ପ୍ରଦାନ କରାଯାଇଛି । ଏହି ରାଶି ଆତ୍ମନିର୍ଭର, ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହାବାଦ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମଧ୍ୟ ଆରମ୍ଭ ହୋଇଥିଲା । କୋରୋନା ପାଇଁ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ହୋଇନାହିଁ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.