ETV Bharat / bharat

PM Modi in Nepal: ଲୁମ୍ବିନୀରେ ଦ୍ବିପାକ୍ଷିକ ଆଲୋଚନା କଲେ ମୋଦି-ଦେଉବା - ପ୍ରଧାନମନ୍ତ୍ରୀଙ୍କ ନେପାଳ ଗସ୍ତ

ନେପାଳରେ ମୋଦି । ବୁଦ୍ଧ ପୂର୍ଣ୍ଣିମାରେ ଏକାଧିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହେଲେ ସାମିଲ । ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ କଲେ ଦ୍ବିପାକ୍ଷିକ ଆଲୋଚନା। ଅଧିକ ପଢନ୍ତୁ

PM Mod in Nepal: ଲୁମ୍ବିନୀରେ ଦ୍ବିପାକ୍ଷିକ ଆଲୋଚନା କଲେ ମୋଦି- ଦେଉବା

author img

By

Published : May 16, 2022, 6:44 PM IST

Updated : May 16, 2022, 7:43 PM IST

କାଠମାଣ୍ଡୁ: ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପରେ ଉଭୟ ମୋଦି ଓ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ରାଜଧାନୀ କାଠମାଣ୍ଡୁ ପରିବର୍ତ୍ତେ ଲୁମ୍ବିନୀରେ ହିଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ସ୍ଥାନ ପାଇଛି ।

ଦୁଇ ଦେଶ ମଧ୍ୟରେ ପୂର୍ବରୁ ରହିଆସିଥିବା ଦ୍ବିପାକ୍ଷିକ ସମ୍ପର୍କ ତଥା ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ନେଇ ମତ ବିନିମୟ ହୋଇଛି । ଯୋଗାଯୋଗ, ବିକାଶ ଓ ହାଇଡ୍ରୋପାଓ୍ବାର ଆଦି ଏକାଧିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢୀକରଣ ନେଇ ଦୁଇ ନେତା ଆଲୋଚନା କରିଛନ୍ତି ।

ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ଲୁମ୍ବିନୀରେ ପହଞ୍ଚିବା ପରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଦେଉବା ସପତ୍ନୀକ ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ନେପାଳ ସରକାରଙ୍କ କିଛି ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଉଭୟ ପ୍ରଧାନମନ୍ତ୍ରୀ ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପରେ ପ୍ରଧାନମନ୍ତ୍ରୀ ମାୟାଦେବୀ ମନ୍ଦିର ଯାଇ ଦର୍ଶନ ଓ ପୂଜନ କରିଥିଲେ । ସାଥିରେ ନେପାଳ ପ୍ରଧାନମନ୍ତ୍ରୀ ଦମ୍ପତି ମଧ୍ୟ ସାମିଲ ହୋଇଥିଲେ । ଦୁଇ ନେତା ଅଶୋକ ସ୍ତମ୍ଭରେ ପ୍ରଦୀପ ପ୍ରଜ୍ବଳନ ମଧ୍ୟ କରିଥିଲେ । ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଦ୍ବିପାକ୍ଷିକ କଥାବାର୍ତ୍ତା ମଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପଞ୍ଚମ ନେପାଳ ଗସ୍ତ ।

ANI

Last Updated : May 16, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.