ETV Bharat / bharat

ଜାଲିଆନାୱାଲାବାଗ ନବୀକରଣ ସ୍ମାରକୀ ଲୋକାର୍ପଣ କଲେ ମୋଦି, କହିଲେ ଆଗାମୀ ପିଢି ପାଇଁ ସାଜିବ ପ୍ରେରଣା - pm modi

ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଗୌରବମୟ ଇତିହାସର ଅନ୍ୟ ଏକ ପ୍ରମୁଖ ସ୍ମାରକୀ ଐତିହାସିକ ଜାଲିଆନାୱାଲାବାଗର ନବୀକରଣ କମ୍ପ୍ଲେକ୍ସକୁ ଦେଶପ୍ରତି ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଜଲିଆନାୱାଲାବାଗ ନବୀକରଣ ସ୍ମାରକୀକୁ ରାଷ୍ଟ୍ରକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

author img

By

Published : Aug 28, 2021, 10:23 PM IST

ନୂଆଦିଲ୍ଲୀ: ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଗୌରବମୟ ଇତିହାସର ଅନ୍ୟ ଏକ ପ୍ରମୁଖ ସ୍ମାରକୀ ଐତିହାସିକ ଜାଲିଆନାୱାଲାବାଗର ନବୀକରଣ କମ୍ପ୍ଲେକ୍ସକୁ ଦେଶପ୍ରତି ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାରକୀ ଠାରେ ପ୍ରତିଷ୍ଠା କରାଯାଇଥିବା ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଯୋଗ ଦେଇଥିଲେ ।

  • Join me as we inaugurate the renovated complex of Jallianwala Bagh Smarak today at 6:25 PM. I also invite you to watch the sound and light show. It would display the horrific massacre of April 1919 and instil a spirit of gratitude and reverence towards the martyrs. pic.twitter.com/p2BDHUbXAJ

    — Narendra Modi (@narendramodi) August 28, 2021 " class="align-text-top noRightClick twitterSection" data=" ">

1919 ମସିହା ଏପ୍ରିଲ 13 ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ଜାଲିଆନାଓ୍ବାଲାବାଗ ଘଟଣାରେ ସମସ୍ତ ଘଟଣାବଳୀ ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି । ନୂଆ କମ୍ପ୍ଲେକ୍ସରେ ୪ଟି ସଂଗ୍ରହାଳୟ ଗ୍ୟାଲେରୀ ସୃଷ୍ଟି କରାଯାଇଛି । ଗ୍ୟାଲେରିଗୁଡିକ ଜାଲିଆନାଓ୍ବାଲାବାଗର ସ୍ମୃତି ଓ ଘଟଣାବଳୀ ଉପରେ ପର୍ଯ୍ୟବେସିତ । ସେହିପରି ସେହି ଐତିହାସିକ ଘଟଣାକୁ ବର୍ତ୍ତମାନର ପିଢି ସାମ୍ନାରେ ଆହୁରି ଜୀବନ୍ତ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ମଧ୍ୟ କରାଯାଇଛି । ଅଡିଓ-ଭିଜୁଆଲ୍ ଟେକ୍ନୋଲୋଜି ସହିତ ପ୍ରୋଜେକସନ ମ୍ୟାପିଂ ଏବଂ 3D ମାଧ୍ୟମରେ ମଧ୍ୟ ସମସ୍ତ ଘଟଣାବଳୀକୁ ପ୍ରଦର୍ଶିତ କରାଯାଇପାରିବ ।

ନୂତନ ଭାବେ ବିକଶିତ କମ୍ପ୍ଲେକ୍ସରେ ଏକାଧିକ ବିକାଶମୂଳକ ପଦକ୍ଷେପ ସହ ପଞ୍ଜାବର ସ୍ଥାନୀୟ ସ୍ଥାପତ୍ୟ ଶୈଳୀ ମଧ୍ୟ ସ୍ଥାନ ପାଇଛି । ସହିତ ଐତିହର ସମ୍ପୂର୍ଣ୍ଣ ପୁନଃଉଦ୍ଧାର କରାଯିବ ସହ ସମସ୍ତ କୀର୍ତ୍ତିରାଜୀକୁ ସଠିକ ଭାବେ ସ୍ଥାନିତ କରାଯାଇଛି । ସେହିପରି ଐତିହର ଅନ୍ୟତମ ଆକର୍ଷଣ ଶହୀଦ କୂପ ମଧ୍ୟ ଉନ୍ନତ ଭାବେ ମରାମତି କରାଯାଇଛି । ଐତିହାସିକ ଗାରିମାର ଏହି ପ୍ରତୀକ ଭାରତୀୟଙ୍କ ମନରେ ସବୁବେଳେ ଜାତୀୟତା ଭାବନା ଭରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.