ETV Bharat / bharat

ଏଣିକି ଅଗଷ୍ଟ 14କୁ ଦେଶ ପାଳିବ ବିଭାଜନ ବିଭୀଷିକା ସ୍ମୃତି ଦିବସ, ଘୋଷଣା କଲେ ମୋଦି

author img

By

Published : Aug 14, 2021, 12:36 PM IST

Updated : Aug 14, 2021, 1:00 PM IST

ସ୍ବାଧୀନତୀର ପୂର୍ବଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖକୁ 'ବିଭାଜନ ବିଭୀଷିକା ସ୍ମୃତି ଦିବସ' ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ...

ଅଗଷ୍ଟ ୧୪କୁ ସ୍ବତନ୍ତ୍ର ଦିବସ ଘୋଷଣା କଲେ ମୋଦି, ନାମ ରଖିଲେ 'ବିଭାଜନ ବିଭୀଷିକା ସ୍ମୃତି ଦିବସ'

ନୂଆଦିଲ୍ଲୀ: ଏଣିକି ସ୍ବାଧୀନତା ଦିବସ ପୂର୍ବ ଦିନକୁ ମନାଇବେ ଦେଶବାସୀ । ସ୍ବାଧୀନତାର ପୂର୍ବଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖକୁ 'ବିଭାଜନ ବିଭୀଷିକା ସ୍ମୃତି ଦିବସ' ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ । ସ୍ବାଧୀନତା ପାଇଁ ନିଜ ଜୀବନକୁ ଝାସ ଦେଇଥିବା ମହାପୁରୁଷଙ୍କୁ ମନେ ପକାଇ ଏହି ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ବିଟର ମାଧ୍ୟମରେ ଅପିଲ୍‌ କରିଛନ୍ତି ।

  • देश के बंटवारे के दर्द को कभी भुलाया नहीं जा सकता। नफरत और हिंसा की वजह से हमारे लाखों बहनों और भाइयों को विस्थापित होना पड़ा और अपनी जान तक गंवानी पड़ी। उन लोगों के संघर्ष और बलिदान की याद में 14 अगस्त को 'विभाजन विभीषिका स्मृति दिवस' के तौर पर मनाने का निर्णय लिया गया है।

    — Narendra Modi (@narendramodi) August 14, 2021 " class="align-text-top noRightClick twitterSection" data=" ">

ବିଭାଜନ ସମୟରେ ଦେଶବାସୀ ପାଇଥିବା ଯନ୍ତ୍ରଣାକୁ କଦାପି ଭୁଲିହେବ ନାହିଁ ବୋଲି ମୋଦି କହିଛନ୍ତି । ଏହି ହିଂସାତ୍ମକ କାର୍ଯ୍ୟ ପାଇଁ ଆମର ଲକ୍ଷ ଲକ୍ଷ ଭାଇ-ଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଛି । ଏପରିକି ଅନେକଙ୍କୁ ପ୍ରାଣ ବଳିଦାନ ଦେବାକୁ ମଧ୍ୟ ପଡିଛି । ସେହି ସଂଗ୍ରାମୀଙ୍କୁ ସ୍ମରଣ କରି ୧୪ ଅଗଷ୍ଟକୁ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।

ଏତତବ୍ୟତୀତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦିବସ ପାଳନ କେବଳ ଆମକୁ ବିଭାଜନର ଦୁଃଖଦ, ଶତ୍ରୁତା ଏବଂ ଭେଦଭାବ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଧ୍ୟ ଏବଂ ମଣିଷ-ମଣିଷ ମଧ୍ୟରେ ଥିବା ସମ୍ବେଦନଶୀଳତାକୁ ମଧ୍ୟ ଦୃଢ କରିବ ।

ତେବେ ୧୯୪୭ ମସିହା ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ-ପାକିସ୍ତାନ ବିଭାଜନ ହୋଇଥିଲା । ପାକିସ୍ତାନ ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରେ ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

Last Updated : Aug 14, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.