ନୂଆଦିଲ୍ଲୀ:ୱାଶିଂଟନ ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କ୍ଷମତା ହସ୍ତାନ୍ତର କରିବା ଉଚ୍ଚିତ । ଅସାମ୍ବିଧାନିକ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଦଳାଯାଇ ପାରିବ ନାହିଁ ବୋଲି କହିଛନ୍ତି ମୋଦି ।

ଏଠାରେ ସୂଚନା ଥାଉ ଯେ, ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ହ୍ବାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲ୍ଡିଂ ବାହାରେ ଟ୍ରମ୍ପ ସମର୍ଥକଙ୍କ ଜୋରଦାର୍ ହଙ୍ଗାମା ହୋଇଥିଲା । ଫଳରେ କ୍ୟାପିଟାଲ ପୋଲିସ ଏବଂ ଟ୍ରମ୍ପଙ୍କ ସମର୍ଥକ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ୱାଶିଂଟନରେ କର୍ଫ୍ୟୁ ଲାଗୁ କରାଯାଇ ଏବେ ସୁଦ୍ଧା 13 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁଳି ଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ସେପଟେ 24 ଘଣ୍ଟା ପାଇଁ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ ଟ୍ୱିଟର ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଛି । ସମସ୍ତ ଭିଡିଓ ଓ ଫେସବୁକ ପୋଷ୍ଟ ଗୁଡିକୁ ୟୁଟ୍ୟୁବ, ଟ୍ବିଟର ଓ ଫେସବୁକରୁ ହଟାଇ ଦିଆଯାଇଛି ।