ETV Bharat / bharat

PM Modi foreign visit: ଫ୍ରାନ୍ସ ଓ ୟୁଏଇ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

author img

By

Published : Jul 15, 2023, 10:28 PM IST

ଫ୍ରାନ୍ସ ଓ ୟୁଏଇ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ । 13 ରୁ ଆରମ୍ଭ ହୋଇଥିଲା 3 ଦିନିଆ ଦୁଇ ବିଦେଶ ଗସ୍ତ । ଆଜି ଫେରିଲେ ଦିଲ୍ଲୀ । ଅଧିକ ପଢନ୍ତୁ

ଫ୍ରାନ୍ସ ଓ ୟୁଏଇ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫ୍ରାନ୍ସ ଓ ୟୁଏଇ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଦି ସଂଧ୍ୟାରେ ସେ ଦିଲ୍ଲୀର ପାଲାମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ପ୍ରଧାନମନ୍ତ୍ରୀ 13 ରୁ ବିଦେଶ ଗସ୍ତ ଆରମ୍ଭ କରିଥିଲେ । ପ୍ରଥମେ ଫ୍ରାନ୍ସ ଗସ୍ତ କରି ପ୍ରଧାନମନ୍ତ୍ରୀ 14 ତାରିଖରେ ଫ୍ରାନ୍ସ ଜାତୀୟ ଦିବସ ବସ୍ତାଇଲ ଡେ’ରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ପରେ ସେ ସେଠାରେ ପ୍ରତିପକ୍ଷ ଇମାନୁଏଲ ମାକ୍ରୋନଙ୍କ ସହ ଏକାଧିକ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା ।

ଏହା ପରେ ଫ୍ରାନ୍ସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଭାରତ ଏକ ବିଶାଳ ଏବଂ ବିବିଧତାରେ ପୂର୍ଣ୍ଣ ଏକ ମହାନ ଦେଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜିତ ଏକ ନୈଶ୍ୟଭୋଜିରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏହି ଗସ୍ତ ସମୟରେ ଫ୍ରାନ୍ସ ଭାରତ ମଧ୍ୟରେ ଏକ ବଡ ପ୍ରତିରକ୍ଷା ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ଏହି ନୂତନ ଡିଲ୍‌ରେ ଫ୍ରାନ୍ସ ଠାରୁ 26 ରାଫେଲ ବିମାନ ନୌସେନା ପାଇଁ କ୍ରୟ ହେବାକୁ ଯାଉଛି । ସେହିପରି ସେ ଭାରତୀୟ ବଜାରରେ ନିବଶ ପାଇଁ ଫ୍ରାନ୍ସର ଏକାଧିକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହନୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ

ପ୍ରଧାନମନ୍ତ୍ରୀ ଫ୍ରାନ୍ସରେ ଦୁଇ ଦିନିଆ ଗସ୍ତ ସାରି ଆଜି ମଧ୍ୟାହ୍ନରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିଥିଲେ । ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ସେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବାଣିଜ୍ୟ, ନିବେଶ, ଶକ୍ତି, ଖାଦ୍ୟ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନିରାପତ୍ତା ଆଦି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ତଥା ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ଉଭୟ ଦେଶରେ 3 ଦିନିଆ ଗସ୍ତ ଶେଷ କରି ସଂଧ୍ୟାରେ ନୂଆଦିଲ୍ଲୀ ଅଭିମୁଖେ ପ୍ରସ୍ତାନ କରିଥିଲେ ପ୍ରଧାନମନ୍ତ୍ରୀ । ବିଳମ୍ବିତ ସଂଧ୍ୟାରେ ସେ ଦିଲ୍ଲୀରେ ଅବତରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-PM Modi in UAE: ଆବୁଧାବିରେ ରାଷ୍ଟ୍ରପତି ନାହ୍ୟାନଙ୍କୁ ସାକ୍ଷାତ କଲେ ମୋଦି, ଫୋକସରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.