ETV Bharat / bharat

ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଲେ ମୋଦି, ସମସ୍ତଙ୍କୁ ସାମିଲ ହେବାକୁ ଆହ୍ବାନ

author img

By

Published : Aug 2, 2022, 11:29 AM IST

ଟ୍ବିଟରରେ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କଲେ ମୋଦି । ଟ୍ବିଟ କରି ସମସ୍ତଙ୍କୁ ସୋସିଆଲ ମିଡିଆ ଡିପିରେ ତିରଙ୍ଗା ରଖିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଟ୍ବିଟର ଡିପିରେ ତ୍ରିରଙ୍ଗା ରଖିଲେ ମୋଦି, ହର ଘର ତ୍ରିରଙ୍ଗାରେ ସାମିଲ ହେବାକୁ କଲେ ଆହ୍ବାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟ ଫର୍ମ ଟ୍ବିଟରରେ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୋଫାଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଠାରୁ ଆସନ୍ତା 15 ଅଗଷ୍ଟ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିବାକୁ 'ମନ କି ବାତ'ରେ କହିଥିଲେ ମୋଦି । ସ୍ବାଧୀନତା ଦିବସ ପାଳନ ପୂର୍ବରୁ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।

  • It is a special 2nd August today! At a time when we are marking Azadi Ka Amrit Mahotsav, our nation is all set for #HarGharTiranga, a collective movement to celebrate our Tricolour. I have changed the DP on my social media pages and urge you all to do the same. pic.twitter.com/y9ljGmtZMk

    — Narendra Modi (@narendramodi) August 2, 2022 " class="align-text-top noRightClick twitterSection" data=" ">

ଏନେଇ ପ୍ରଧାନମନ୍ତ୍ରୀ ଆଜି ଡିପି ପରିବର୍ତ୍ତନ କରିବା ପରେ ଟ୍ବିଟ କରି କହିଛନ୍ତି ଯେ, ''ଅଗଷ୍ଟ ୨ ଏକ ସ୍ବତନ୍ତ୍ର ଦିନ । ଏହା ଏମିତି ଏକ ଦିନ ଯେ ଏହି ସମୟରେ ଆମେ ଦେଶରେ ଆଜାଦି କା ଅମୃତ ମହୋତ୍ସବ ମନାଉଛେ । ଆମର ଦେଶ #HarGharTiranga ପାଇଁ ପ୍ରସ୍ତୁତ । ମୁଁ ମୋ ସୋସିଆଲ ମିଡିଆ ପେଜରେ ଡିପି ପରିବର୍ତ୍ତନ କରିଛି । ତେଣୁ ସମସ୍ତଙ୍କୁ ଡିପି ପରିବର୍ତ୍ତନ କରି ହର ଘର ତ୍ରିରଙ୍ଗାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି'' ।

ଆଜି ପିଙ୍ଗଳି ଭେଙ୍କେୟାଙ୍କ ଜନ୍ମ ବାର୍ଷିକ, ଯିଏ କି ତ୍ରିରଙ୍ଗର ଡିଜାଇନ କରିଥିଲେ । ତେଣୁ ଆଜିଠୁ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଜାତୀୟ ପତାକାକୁ ପ୍ରୋଫାଇଲରେ ରଖିବାକୁ ରବିବାର ୯୧ ତମ 'ମନ କି ବାତ' କାର୍ଯ୍ୟକ୍ରମରେ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ । ଆଜିଠାରୁ ଅଗଷ୍ଟ୧୫ ପର୍ଯ୍ୟନ୍ତ ନିଜ ସୋସିଆଲ ମିଡିଆ ଡିପିରେ ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିବା ସହ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତଙ୍କୁ ସାମିଲ ହେବାକୁ କହିଥିଲେ ମୋଦି । 'ହର ଘର ତ୍ରିରଙ୍ଗା' ଅଭିଜାନରେ ଦେଶର ୭୫ତମ ସ୍ବାଧୀନତା ଦିବସକୁ 'ଆଜାଦୀ କା ଅମୃତ' ମହୋତ୍ସବ ରୂପେ ପାଳନ ନିମନ୍ତେ ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଉତ୍ସାହିତ କରିଥିଲେ ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.