ETV Bharat / bharat

କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଗତି ମୈଦାନ କନଭେନସନ କେନ୍ଦ୍ରରେ ଜାରି ରହିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ । ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ସମସ୍ତ କେନ୍ଦ୍ରମନ୍ତ୍ରୀ ସାମିଲ । ଅଧିକ ପଢନ୍ତୁ

ଜାରି ରହିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ, ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ

author img

By

Published : Jul 3, 2023, 9:57 PM IST

ନୂଆଦିଲ୍ଲୀ: ପ୍ରଗତି ମୈଦାନ କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ । ଏଥିରେ ପ୍ରାୟ ସମସ୍ତ କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି । ମନ୍ତ୍ରୀମାନେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ନେଇ ସେମାନଙ୍କ ବିଭାଗୀୟ ରିପୋର୍ଟ ଉପସ୍ଥାପନ କରିବା ନେଇ ସୂଚନା ମିଳିଛି ।

ଆସନ୍ତାବର୍ଷ (2024) ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ଯ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇପାରନ୍ତି । ଏହା ବ୍ୟତୀତ ଚଳିତ ମାସ 20 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ ସରକାରଙ୍କ ଏଜେଣ୍ଡା ସମ୍ପର୍କରେ ମଧ୍ଯ ଆଲୋଚନା ହେବ ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ବି.ଏଲ ସନ୍ତୋଷ ଓ ପାର୍ଟି ମୁଖ୍ଯ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ । ପ୍ରଥମ ଥର ତିନିଟି ଜୋନରେ ବିଜେପି ବୈଠକ କରିବାକୁ ଯାଉଛି । ଆସନ୍ତାବର୍ଷ 2024ରେ ସାଧାରଣ ନିର୍ବାଚନ ସାଙ୍ଗକୁ ଚଳିତ ବର୍ଷ ଛତିଶଗଡ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ମିଜୋରାମ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ତାର ରଣନୀତି ଆରମ୍ଭ କରିସାରିଲାଣି ।

ଚଳିତ ସଂସଦ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ବିଲ ଆଗତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି । ହେଲେ ଏହାକୁ ନେଇ ବିରୋଧୀଙ୍କର ଭିନ୍ନ ଭିନ୍ନ ଆଭିମୁଖ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ପ୍ରସଙ୍ଗରେ କିଛି ବିରୋଧୀ ବିଜେପି ସରକାରକୁ ସମର୍ଥନ ମଧ୍ୟ ଦେଇପାରନ୍ତି । ବିଜେପି ସରକାର ଏହାକୁ ପାରିତ କରିବା ପାଇଁ ବିଚାର ବିମର୍ଶ ଜାରି ରଖିଛି । ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ବିସ୍ତୃତ ଚର୍ଚ୍ଚା ଓ ସଚେତନତାର ଆବଶ୍ୟକତା ଥିବା ବିରୋଧୀ କହୁଛନ୍ତି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଲ କାର୍ଯ୍ୟକ୍ରମରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ଯକାରିତା ନେଇ ବଡ ସଙ୍କେତ ଦେଇଥିଲେ । ଦେଶ କେବେ ହେଲେ ଦୁଇଟା ଆଇନରେ ଚାଲିପାରିବ ନାହିଁ । ଦେଶର ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତା ନିଶ୍ଚିତ କରିବା ପାଇଁ ସମ୍ବିଧାନ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଏହି ଚର୍ଚ୍ଚିତ ୟୁନିଫର୍ମ ସିଭିଲ କୋଡ ଦେଶରେ ଲାଗୁ ହେବା ଓ ଚଳିତ ମୌସୁମୀ ଅଧିବେଶନରେ ସଂସଦରେ ଆଗତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.