ନୂଆଦିଲ୍ଲୀ: ଦେଶରେ ଜାରି କୋରୋନା ସଙ୍କଟ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଅକ୍ସିଜେନ ଯୋଗାଣ ଓ ଔଷଧର ଉପଲବ୍ଧତାକୁ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।
କୋରୋନାରୁ ସୁସ୍ଥ ହେବା ପରେ ଅନେକ ଲୋକଙ୍କୁ ମ୍ୟୁକରମାଇକୋସିସ ହେଉଥିବା ଅଭିଯୋଗ ହେଉଛି । ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଯେ ସରକାର କୋରୋନା ସହ ମ୍ୟୁକରମାଇକୋସିସ(ବ୍ଲାକ ଫଙ୍ଗସ) ଔଷଧର ଯୋଗାଣକୁ ନେଇ କ୍ରମାଗତ ମନିଟରିଂ ହେଉଛି ।
ବୈଠକରେ ଉପସ୍ଥିତ ମନ୍ତ୍ରୀମାନେ କହିଛନ୍ତି, ଉତ୍ପାଦନ ବୃଦ୍ଧି ପାଇଁ କ୍ରମାଗତ ଉତ୍ପାଦକଙ୍କ ସମ୍ପର୍କରେ ଅଛନ୍ତି । ଏହାସହ ପିଏମ ମୋଦିଙ୍କୁ ଔଷଧ କଞ୍ଚାମାଲର ଉତ୍ପାଦନ ଓ ଷ୍ଟକ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ।