ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନର ଘୋର ଅଭାବ ଚିନ୍ତାର କାରଣ ପାଲଟିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ । ସମଗ୍ର ଦେଶରେ ଅକ୍ସିଜେନ ଯୋଗାଣ ଏବଂ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶରେ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଅମ୍ଳଜାନ ଯୋଗାଣରେ ଉନ୍ନତି ଆଣିବା ପାଇଁ ଗତ କିଛି ସପ୍ତାହ ହେବ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
@ANI