ETV Bharat / bharat

Joshimath Subsidence: ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

author img

By

Published : Jan 8, 2023, 1:29 PM IST

Updated : Jan 8, 2023, 1:56 PM IST

ଯୋଶୀମଠରେ ଦବୁଛି ମାଟି ( joshimath land subsidance )। ଘଡି ଘଡିକେ ବିପଦରେ ବିତୁଛି ଜୀବନ । ସ୍ଥିତି ସମୀକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PMO calls meeting on Joshimath subsidance

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମ୍ବୋଲି ଯୋଶୀମଠ ସହର ଦବିବାରେ ଲାଗିଛି ( joshimath land subsidance ) । ଘର କାନ୍ଥରେ ବଡ ବଡ ଫାଟ ସୃଷ୍ଟି ହେବା ସହିତ ରାସ୍ତ ମଧ୍ୟ ଫାଟି ଆଁ କରିଛି । କେତେବେଳେ କେଉଁ ଅଘଟଣ ଘଟିଯିବ ତାହା କହି ହେଉନାହିଁ । ଏଭଳି ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପିକେ ମିଶ୍ରଙ୍କ ସହିତ କ୍ୟାବିନେଟ ସଚିବ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ସହ ଏକ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନରେ ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଏହି ବୈଠକ ବସିବ ।

ଯୋଶୀମଠ ଜିଲ୍ଲା ଅଧିକାରୀ ଏବଂ ଉତ୍ତରାଖଣ୍ଡ ବରିଷ୍ଠ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ ହେବେ । ପ୍ରଭାବିତ ପରିବାରଙ୍କ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା । ମୋଟ 66 ପରିବାରଙ୍କୁ ସହର ମଧ୍ୟକୁ ସ୍ଥାନାନ୍ତରଣ କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ପରିବାର ପାଇଁ ରିଲିଫ ବ୍ୟବସ୍ଥା ମଧ୍ୟ କରିଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ହିମାଶୁଂ ଖୁରାନା ଗତକାଲି (ଶନିବାର) ସ୍ଥାନୀୟ ଅଞ୍ଚଳ ସହ ରିଲିଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । ଯଦି କୌଣସି ଆବଶ୍ୟକତା ଥାଏ ତେବେ ଏହାକୁ ତୁରନ୍ତ ଉପଲବ୍ଧ କରାଯିବା ବୋଲି କହିଥିଲେ ଜିଲ୍ଲାପାଳ ।

ଜାନୁଆରୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡେରାଡୁନରେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ସିଏମ ପୁଷ୍କର ସିଂ ଧାମି । କଣ ପାଇଁ ଏହି ବିପର୍ଯ୍ୟୟ ହୋଇଛି ତାର କାରଣ ଖୋଜିବାକୁ 6 ଜଣି ବିଶେଷଜ୍ଞ କମିଟି ଗଠନ କରିଥିଲେ କେନ୍ଦ୍ର । ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ଦାଖଲ କରିବାକୁ ବିଶେଷଜ୍ଞ କମିଟିକୁ ନିର୍ଦ୍ଦେଶ ହୋଇଥିଲା ।

ଏହା ବି ପଢନ୍ତୁ...ଯୋଶୀ ମଠରେ ଦବୁଛି ମାଟି, କାରଣ ଖୋଜିବ ୬ ଜଣିଆ ବିଶେଷଜ୍ଞ କମିଟି

ପ୍ରକାଶ ଥାଉ କି, ଯୋଶୀମଠ ସହରରେ ପ୍ରାୟ 600ରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । ରାସ୍ତାଘଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ପ୍ରଶାସନ ଆଲର୍ଟ ରହିଛି । ଏକ ରିପୋର୍ଟରେ ଜଣାପଡିଛି ଯେ ଯୋଶୀମଠ ସହର ଯେଉଁ ସ୍ଥାନରେ ରହିଛି ସେଠାରେ ବହୁବର୍ଷ ପୂର୍ବ ଏକ ଗ୍ଲେସିୟର ଥିଲା । ଗ୍ଲେସିଅର ଉପରେ ପଥର ଓ ମାଟି ଜମିଯିବା ପରେ ଜନବସତି ଗଢି ଉଠିଥିଲା । ଯୋଶୀମଠରେ ଭୂସ୍ଖଳନ ହେତୁ ପରିସ୍ଥିତି ଦିନକୁ ଦିନ ବିପଜ୍ଜନକ ହୋଇପଡିଛି । ଘର ଏବଂ ରାସ୍ତାରେ ଖାଲ ହେବାରେ ଲାଗିଛି । ଧିରେ ଧିରେ ସେଠକାର ମାଟି ତଳକୁ ଦବୁଥିବା ବେଳେ, ୬ଶହରୁ ଊର୍ଦ୍ଧ୍ବ ଘର ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।

Last Updated : Jan 8, 2023, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.