ETV Bharat / bharat

ପ୍ରୋଟୋକଲ ଭାଙ୍ଗି ମା’ଙ୍କ ଫଟୋଚିତ୍ର ଉପହାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ - ସିମଲାରେ ପ୍ରଧାନମନ୍ତ୍ରୀ ମୋଦି

ମୋଦିଙ୍କୁ ମା’ ଙ୍କ ଫଟୋଚିତ୍ର ଉପହାର । ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଗ୍ରହଣ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରୋଟୋକଲ ଭାଙ୍ଗି ମା’ଙ୍କ ଫଟୋଚିତ୍ର ଉପହାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

author img

By

Published : May 31, 2022, 5:59 PM IST

ସିମଲା: ମା’ଙ୍କ ଫଟୋଚିତ୍ର ଉପହାର ଦେଖି ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀଙ୍କ ସିମଲା ଗସ୍ତ ଅବସରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସିମଲାରେ ପ୍ରଧାନମନ୍ତ୍ରୀ ସଭା ସ୍ଥଳକୁ ଯାତ୍ରା କରୁଥିବାବେଳେ ଜଣେ ମହିଳାଙ୍କ ଠାରୁ ନିଜ ମା’ ହୀରା ବେନଙ୍କର ପେନସିଲ ଅଙ୍କିତ ଏକ ଅବିକଳ ଫଟୋଚିତ୍ର ଉପହାର ଗ୍ରହଣ କରିବା ପାଇଁ ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଥିବାର ନଜର ଆସିଛନ୍ତି ।

ଯୁବତୀଜଣଙ୍କ ବାରିକେଡ ସେପଟେ ରହି ପ୍ରଧାନମନ୍ତ୍ରୀଙ୍କୁ ଏହି ଉପହାର ପ୍ରଦାନ କରିବାକୁ ଚେଷ୍ଟା କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଗାଡି ଅଟକାଇବା ସହ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଯୁବତୀଙ୍କ ନିକଟରୁ ଏହି ଉପହାର ଗ୍ରହଣ କରିଥିଲେ । ଏହି ଅବସରରେ ମୋଦି ଉକ୍ତ ଯୁବତୀଙ୍କ ସହ କଥା ହେବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ । ଯୁବତୀଜଣଙ୍କ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆର୍ଶୀବାଦ କରିଥିବା ଦେଖିବାକୁ ମିଳିଥିଲା ।

ନରେନ୍ଦ୍ର ମୋଦିଙ୍କ ମା' ହୀରାବେନଙ୍କ ଅବିକଳ ଛବି ପରି ଏହି ଫଟୋଚିତ୍ରଟି ପେନସିଲରେ ପ୍ରସ୍ତୁତ କରାଯାଇଛି । ଗରିବ କଲ୍ୟାଣ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସିମଲା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ହିମାଚଳବାସୀ । ବେଶ ଉତ୍ସାହର ସହ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଲୋକେ ଭିଡ ଜମାଇ ମୋଦି ମୋଦି ନାରା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.