ETV Bharat / bharat

National PanchayatiRaj Diwas: 'ବିକାଶର ପ୍ରାଣବାୟୁ ପଞ୍ଚାୟତ' - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜାତୀୟ ପଞ୍ଚାୟତରାଜ ଦିବସରେ ମଧ୍ଯପ୍ରଦେଶର ଏକ କାର୍ଯ୍ୟକ୍ରମକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm on national panchayatraj diwas
ଜାତୀୟ ପଞ୍ଚାୟତରାଜ ଦିବସ
author img

By

Published : Apr 24, 2023, 2:50 PM IST

ଭୋପାଳ: ଜାତୀୟ ପଞ୍ଚାୟତରାଜ ଦିବସରେ ମଧ୍ୟ ପ୍ରଦେଶର ରେୱାରୁ ଏକ କାଯ୍ୟକ୍ରମକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଞ୍ଚାୟତରାଜ ସଂସ୍ଥା ଲୋକତନ୍ତ୍ରର ଭାବନାକୁ ବଢାଇଥାଏ । ଆମ ନାଗରିକଙ୍କ ବିକାଶ ଏବଂ ଆକାଂକ୍ଷା ପୂରଣ କରିଥାଏ । ଆଜଦୀର ଏହି ଅମୃତକାଳରେ ସମସ୍ତ ଦେଶବାସୀ ବିକଶିତ ଭାରତର ସ୍ବପ୍ନ ଦେଖିବା ସହ ଏହାକୁ ପୂରଣ କରିବାକୁ ରାତିଦିନ ପରିଶ୍ରମ କରୁଛନ୍ତି । ଭାରତକୁ ବିକଶିତ କରିବା ପାଇଁ ଗାଁର ସାମାଜିକ ବ୍ୟବସ୍ଥାକୁ ବିକଶିତ କରିବା ଜରୁରୀ ବୋଲି ଦେଶରେ ଅଢେଇ ଲକ୍ଷ୍ୟରୁ ଅଧିକ ପଞ୍ଚାୟତକୁ ଜାତୀୟ ପଞ୍ଚାୟରରାଜ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | After 2014, the budget allocated for panchayats, which was earlier less than Rs 70,000 crores, has been increased to Rs 2 lakh crores: PM Modi on National Panchayati Raj Day in Rewa, Madhya Pradesh pic.twitter.com/TTp9nRyYmf

    — ANI (@ANI) April 24, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Lakhimpur Kheri Violence: ବଢ଼ିଲା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଅବଧି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଭାରତକୁ ବିକଶିତ କରିବାକୁ ହେଲେ ଗାଁର ଆର୍ଥିକ ବ୍ୟବସ୍ଥାକୁ ବିକଶିତ କରିବାକୁ ହେବ । 2014 ପରେ ଦେଶ ତାର ପଞ୍ଚାୟତର ସଶକ୍ତିକରଣ ପାଇଁ ବଡ ପଦକ୍ଷେପ ନେଇଛି । ପଞ୍ଚାୟତକୁ 70 କୋଟିରୁ ଅଧିକ ବଜେଟ ଦିଆଯାଇଛି । ଆଉ ଆଜି ତାର ପରିଣାମ ସାମ୍ନାରେ ରହିଛି । ପଞ୍ଚାୟତ ବିକାଶର ଆଜି ଦେଶର ପ୍ରାଣବାୟୁ ହୋଇଛି । ଡିଡିଟାଲ ଯୁଗରେ ପଞ୍ଚାୟତକୁ ସ୍ମାର୍ଟ କରାଯାଉଛି । ଇ-ଗ୍ରାମ ସ୍ବରାଜ-ଜେମ ଇଣ୍ଟିଗ୍ରେଟେଡ ପୋଟାର୍ଲର ଶୁଭାରମ୍ଭ ହୋଇଛି । ଦେଶର ଗାଁକୁ ବ୍ୟାଙ୍କ୍‌ର ବଳ ମିଳିଛି । ଚାଷଠୁ ନେଇ ବ୍ୟବସାୟ ଯାଏଁ ସବୁଥିଲେ ଗାଁ ଲୋକଙ୍କ ସାହାଯ୍ୟ ରହିଛି ।"

ବିକଶିତ ଭାରତ ପାଇଁ ଦେଶର ପ୍ରତି ପଞ୍ଚାୟତ, ପ୍ରତି ସଂସ୍ଥା, ପ୍ରତି ପ୍ରତିନିଧି ଏବଂ ନାଗରିକଙ୍କୁ ଏକଜୁଟ୍‌ ହେବାକୁ ପଡ଼ିବ । ଆମ ପଞ୍ଚାୟତ ପ୍ରାକୃତିକ ଚାଷକୁ ନେଇ ଜନଜାଗରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପଞ୍ଚାୟତ ପ୍ରତିନିଧିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପଞ୍ଚାୟତ ଦ୍ବାରା ଚାଷ ସହ ଜଡ଼ିତ ନୂଆ ବ୍ୟବସ୍ଥାକୁ ନେଇ ପ୍ରକ୍ରିୟା ଆରମ୍ଭ ହେବା ଜୁରୁରୀ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଲା ନିଆଁ, 3 ଜୀବନ୍ତ ଦଗ୍ଧ

ପ୍ରତିବର୍ଷ ଏପ୍ରିଲ 24 ତାରିଖକୁ ଜାତୀୟ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଏ । ଭାରତର 73ତମ ସମ୍ବିଧାନ ସଂଶୋଧନ ଅଧିନିୟନ 1992କୁ 1993ରୁ ଲାଗୁ କରାଯାଇଥିଲା । ଏହାପରେ ଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ତାହା ହେଲା ଗ୍ରାମସ୍ତରୀୟ, ବ୍ଲକ ସ୍ତରୀୟ ପଞ୍ଚାୟତ ଏବଂ ଜିଲ୍ଲାସ୍ତରୀୟ ପଞ୍ଚାୟତ । ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ପଞ୍ଚାୟତରାଜ ବ୍ୟବସ୍ଥା ଲାଗୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.