ETV Bharat / bharat

ଅଢ଼େଇ ମାସ ପରେ ଆବେଙ୍କ ଶେଷକୃତ୍ୟ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 27, 2022, 4:20 PM IST

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (Pm Modi attend Shinzo Abe funeral) । ଅଢ଼େଇ ମାସ ପରେ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ ହୋଇଛି । ଅଧିକ ପଢ଼ନ୍ତୁ

Pm Modi attend Shinzo Abe funeral in Japan
ଅଢ଼େଇ ମାସ ପରେ ଆବେଙ୍କ ଶେଷକୃତ୍ୟ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Pm Modi attend Shinzo Abe funeral ) । ମଙ୍ଗଳବାର ଆବେଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଟୋକିଓରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଅନେକ ବିଶ୍ବନେତା ଟୋକିଓରେ ପହଞ୍ଚି ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଢ଼େଇ ମାସ ପରେ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ ହେଉଛି ।

  • When I was in Tokyo earlier this year, little did I imagine I would be back for the solemn programme of former PM Abe’s state funeral. He was a great leader, a phenomenal individual and someone who believed in India-Japan friendship. He shall live on in the hearts of millions! pic.twitter.com/VwN5iufP6g

    — Narendra Modi (@narendramodi) September 27, 2022 " class="align-text-top noRightClick twitterSection" data=" ">

ପ୍ରାୟ ୧୦୦ଟି ଦେଶର ପ୍ରତିନିଧିଙ୍କ ସହ ୨୦ଟି ପ୍ରମୁଖ ରାଷ୍ଟ୍ରମୁଖ୍ୟ ମଙ୍ଗଳବାର ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶ ବୈଦେଶିକ ନୀତିରେ ଅନେକ ସୁଧାର ଆଣିଥିଲେ । ଯାହାଫଳରେ ଅନେକ ଦେଶ ସହ ଜାପାନଙ୍କ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇ ପାରିଥିଲା । ଏହି କ୍ରମରେ ଭାରତ ସହ ଜାପାନ ସମ୍ପର୍କ ଦୃଢ଼ିଭୁତ ହୋଇଥିବା ବେଳେ ସିଞ୍ଜୋ ଆବେଙ୍କ ମୋଦିଙ୍କ ବ୍ୟକ୍ତିଗତ ସମ୍ପର୍କ ଗଢ଼ି ଉଠିଥିଲା ।

  • Prime Minister Narendra Modi pays respect to former Japanese PM Shinzo Abe at the latter's State funeral in Tokyo

    "India is missing former Japanese PM Shinzo Abe," said PM Modi earlier today

    (Source: DD) pic.twitter.com/cO5SnswgGQ

    — ANI (@ANI) September 27, 2022 " class="align-text-top noRightClick twitterSection" data=" ">

ଏହା ବି ପଢ଼ନ୍ତୁ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ କହିଥିଲେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ପହଞ୍ଚିଛନ୍ତି । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ । ଏହାପରେ ସେ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହି ଆଲୋଚନାରେ ଭାରତ-ଜାପାନ ଦ୍ବିପାକ୍ଷିକ ସମ୍ପର୍କ ଦୃଢ଼ିଭୁତ ହୋଇପାରିବ ।"

ଏହାପୂର୍ବରୁ ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi arrives in Tokyo)। ଜୁଲାଇ 8 ରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଶିକାର ହୋଇ ପ୍ରାଣ ହରାଇଥିଲେ ସିଞ୍ଜୋ ଆବେ । ଆଜି ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ (Pm Modi attend Shinzo Abe funeral)ହେବା ନେଇ ଧାର୍ଯ୍ୟ କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି । ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ମଧ୍ୟ ସିଞ୍ଜୋଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି ।

ତେବେ ଜାପାନର ପରମ୍ପରା ଅନୁସାରେ ଆଜି ସିଞ୍ଜୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ଜାପାନ ପକ୍ଷରୁ ସ୍ଥିର କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବହୁ ବିଶିଷ୍ଟ ରାଷ୍ଟ୍ରମୁଖ୍ୟ ମଧ୍ୟ ଜାପାନ ଗସ୍ତ କରିବେ । ସିଞ୍ଜୋଙ୍କ ଶେଷକୃତ୍ୟ ରାଜଧାନୀ ଟୋକିଓରେ ହେବାକୁ ଯାଉଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି ଜାପାନ ସରକାର । ଏକାଧିକ ଅନ୍ୟ ରାଷ୍ଟ୍ରମୁଖ୍ୟ ସାମିଲ ହେଉଥିବାରୁ ସୁରକ୍ଷା ପାଇଁ ପ୍ରାୟ 11 ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଉଥିବା ଜାପାନର କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.