ETV Bharat / bharat

SCO ବୈଠକରେ ମୋଦିଙ୍କ ବୟାନ, କଟ୍ଟରତା ସହ ମୁକାବିଲା ବଡ ଚ୍ୟାଲେଞ୍ଜ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତାଲିବାନର କବ୍‌ଜା ପରେ ସମଗ୍ର ଆଫଗାନିସ୍ତାନରେ ଅବିଶ୍ବାସର ବାତାବରଣ । ତାଲିବାନର କଟ୍ଟର ପ୍ରବୃତ୍ତି ସାରା ବିଶ୍ବବାସୀଙ୍କ ଛାତିରେ କଣ୍ଟା ଭଳି ଫୋଡି ହେଉଛି । ଶୁକ୍ରବାର ଏସସିଓ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

SCO ବୈଠକରେ ମୋଦିଙ୍କ ବୟାନ, କଟ୍ଟରତା ସହ ମୁକାବିଲା ବଡ ଚ୍ୟାଲେଞ୍ଜ

author img

By

Published : Sep 17, 2021, 4:57 PM IST

ନୂଆଦିଲ୍ଲୀ: ଆମ ଅଞ୍ଚଳ (ଦକ୍ଷିଣ ଏସିଆ) ପାଇଁ କଟ୍ଟରତା ବଡ ଚ୍ୟାଲେଞ୍ଜ । ଆଫଗାନିସ୍ତାନରେ ନିକଟରେ ଯାହା ହେଲା, ତାହା ଏହାର ବଡ ଉଦାହରଣ ବୋଲି ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଲିବାନର କବ୍‌ଜା ପରେ ସମଗ୍ର ଆଫଗାନିସ୍ତାନରେ ଭୟ, ଆତଙ୍କ, ଅନିଶ୍ଚିତତା ଏବଂ ଅବିଶ୍ବାସର ବାତାବରଣ । ତାଲିବାନର କଟ୍ଟର ପ୍ରବୃତ୍ତି ସାରା ବିଶ୍ବବାସୀଙ୍କ ଛାତିରେ କଣ୍ଟା ଭଳି ଫୋଡି ହେଉଛି । ଏଭଳିସ୍ଥିତିରେ ଶୁକ୍ରବାର ଏସସିଓ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶାନ୍ତି ଓ ସୁରକ୍ଷା ସହ ସମ୍ବନ୍ଧିତ ବିଷୟ ଆମ କ୍ଷେତ୍ର ପାଇଁ ବଡ ଚ୍ୟାଲେଞ୍ଜ । ଆଫଗାନିସ୍ତାନରେ ନିକଟରେ ଘଟିଯାଇଥିବା ଘଟଣାକ୍ରମ ଏହାର ସଦ୍ୟତମ ଉଦାହରଣ । କଟ୍ଟରତା ସହ ମୁକାବିଲା ପାଇଁ ଏସସିଓ ଦେଶଗୁଡିକୁ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତରେ ଯେଉଁ କ୍ୟାଲେଣ୍ଡର ପ୍ରସ୍ତାବିତ କରିଛି, ଏହା ଉପରେ କାମ କରାଯିବା ଉଚିତ । କଟ୍ଟରତା ସହ ଲଢେଇ କ୍ଷେତ୍ରୀୟ ସୁରକ୍ଷା ପାଇଁ ଆବଶ୍ୟକ । ଏହାସହ ଯୁବପୀଢିଙ୍କ ଭବିଷ୍ୟତ ପାଇଁ ଏହା ବେଶ ଜରୁରୀ । ବିକଶିତ ବିଶ୍ବ ସହ ପ୍ରତିସ୍ପର୍ଦ୍ଧା ପାଇଁ ଆମକୁ ଷ୍ଟକହୋଲ୍ଡର ହେବାକୁପଡିବ ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାରତ ନିଜ ଦେଶରେ କରାଯାଇଥିବା ପ୍ରୟୋଗକୁ ଅନ୍ୟ ଦେଶ ସହ ସେୟାର କରିଛି । ଏସସିଓ ଦେଶଗୁଡିକ ମଧ୍ୟ ନିଜ ନିଜ ମଧ୍ୟରେ ଖୋଲାସୂତ୍ରର ଆଦାନ ପ୍ରଦାନ କରିବା ଉଚିତ । ମଧ୍ୟ ଏସିଆର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ଦେଶଗୁଡିକୁ ଭାରତର ବଜାର ସହ ଯୋଡି ହେଲେ ଏହାର ଲାଭ ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

15 ଜୁନ 2001ରେ ସାଂଘାଇ ସହଯୋଗ ସଂଗଠନ (SCO) ଘୋଷଣା କରାଯାଇଥିଲା । ସାଂଘାଇ ହେଉଛି ଚୀନର ସହର । ଏହା ପରେ ଏସସିଓ ୬ଟି ଦେଶ ଯଥା କିର୍ଗିଜସ୍ତାନ, କାଜାକିସ୍ତାନ, ଋଷ, ତାଜାକିସ୍ତାନ ଏବଂ ଉଜବେକିସ୍ତାନକୁ ନେଇ ଗଠିତ ହୋଇଥିଲା । 2017 ରେ ଭାରତ ଏବଂ ପାକିସ୍ତାନ ମଧ୍ୟ ଯୋଗ ଦେଇଥିଲେ। ଏହା ସହିତ ଏହାର ସଦସ୍ୟଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.