ETV Bharat / bharat

COP28 ସମ୍ମିଳନୀ ପାଇଁ ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

author img

By ETV Bharat Odisha Team

Published : Dec 1, 2023, 8:41 AM IST

ଜଳବାୟୁ ଶିଖର ସମ୍ମିଳନୀ ବା କପ୍ 28ରେ ଯୋଗ ଦେବାକୁ ଗୁରୁବାର ସନ୍ଧ୍ୟାରୁ ୟୁଏଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି
ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି

ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁବାଇରେ ମୋଦି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁବାଇ ସହରରେ ଆରମ୍ଭ ହେବାକୁ ଥିବା ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ବା କପ୍ 28ରେ ଯୋଗ ଦେବାକୁ ସେ ୟୁଏଇ ଯାତ୍ରା କରିଛନ୍ତି । ଦୁବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୟୁଏଇ ଉପପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ । ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ଭବ୍ୟ ସ୍ବାଗତ କରିଥିଲେ । ଆଜି (ଶୁକ୍ରବାର) ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି ।

  • Deeply moved by the warm welcome from the Indian community in Dubai. Their support and enthusiasm is a testament to our vibrant culture and strong bonds. pic.twitter.com/xQC64gcvDJ

    — Narendra Modi (@narendramodi) November 30, 2023 " class="align-text-top noRightClick twitterSection" data=" ">

ଜଳବାୟୁ ଶିଖର ସମ୍ମିଳନୀର 28ତମ ସଂସ୍କରଣ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ସେଠାରେ 3ଟି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ବି ସାମିଲ ହେବେ । ସେଥିରୁ 2ଟି ଭାରତର ସହଯୋଗିତା ଦ୍ବାରା ଆୟୋଜନ କରାଯିବ । ଏହି ସମ୍ମିଳନୀ ଡିସେମ୍ବର 12 ତାରିଖ ଯାଏ ଚାଲିବ । ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା ମୋଦିଙ୍କ ୟୁଏଇ ଗସ୍ତ ନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରୀନ କ୍ରେଡିଟ ପଦକ୍ଷେପ ସହ ଜଡିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । 28ତମ କନଫରେନ୍ସ ଅଫ ପାର୍ଟିଜ (COP28) ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ । ଆଜି ହିଁ ଭାରତ ଫେରିବେ ପ୍ରଧାନମନ୍ତ୍ରୀ ।

କପ୍-28 ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଥିବା ବିକାଶଶୀଳ ଦେଶଗୁଡିକୁ କ୍ଷତିପୂରଣ ଦେବା ଉପରେ ଭାରତ ଗୁରୁତ୍ବ ଦେବ । ଏ ନେଇ ଏଲଡିଏଫ ପରିସର ବଢାଇବା ଲାଗି ସ୍ବର ଉଠାଇବ ଭାରତ । ଜଳବାୟୁ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ରାଷ୍ଟ୍ରଦୂତ ସୁଲତାନ ଅଲ ଜାବେର ଗୁରୁବାର ଔପଚାରିକ ଭାବେ କପ୍-28ର ଉଦଘାଟନ କରିଥିଲେ ।

ଏହା ବି ପଢନ୍ତୁ...ଗାଁ ଗାଁରେ ପହଞ୍ଚିଛି ମୋଦି ଗ୍ୟାରେଣ୍ଟି ଗାଡି, ଭାରତ ଏବେ ଅଟକିବ ନା ଥକିବ : ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ବାଗତ: ଦୁବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ମାତ୍ର ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିବା ପ୍ରବାସୀ ଭାରତୀୟ ମୋଦି ମୋଦି ନାରା ଦେଇଥିଲେ । ପାରମ୍ପିକ ବାଦ୍ୟ ଓ ନୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ମୋଦି ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହ ହାତ ମିଳାଇଥିଲେ । କିଛି ସମୟ କଥାବାର୍ତ୍ତା ହୋଇଥିଲା । ଅବ କି ବାର ମୋଦି ସରକାର ନାରା ଦେଇଥିଲେ ପ୍ରବାସୀ ଭାରତୀୟ । ବନ୍ଦେ ମାତରମ, ସାରେ ଜାହାଁସେ ଆଚ୍ଛା ଗୀତରେ କମ୍ପି ଉଠିଥିଲା ଅଞ୍ଚଳ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରବାସୀ ଭାରତୀୟ ବେଶ ଖୁସି ଅନୁଭବ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.