ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ସ୍ବାମୀ ରାମାନୁଜାଚାର୍ଯ୍ୟଙ୍କ 'ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି'କୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟାହ୍ନରେ ପହଞ୍ଚି ଥିବାବେଳେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚି ନଥିଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡି ଏବଂ ମନ୍ତ୍ରୀ ଟି. ଶ୍ରୀନିବାସ ତାଙ୍କୁ ସ୍ବାଗତ କରିଥିଲେ । ପିଏମ୍ ମୋଦିଙ୍କ ପ୍ରତି କେସିଆରଙ୍କ ଏଭଳି ଆଚରଣକୁ ଦୃଢ ନିନ୍ଦା କରାଯିବା ସହ ଖୁବ୍ ବର୍ଷିଛି ତେଲେଙ୍ଗାନା ବିଜେପି ।
-
KCR has been regularly insulting our PM @narendramodi ji
— BJP Telangana (@BJP4Telangana) February 5, 2022 " class="align-text-top noRightClick twitterSection" data="
Now violating protocol stoops is such idiot and shameful act of KCR. We will never tolerate this to our PM #ShameOnYouKCR
">KCR has been regularly insulting our PM @narendramodi ji
— BJP Telangana (@BJP4Telangana) February 5, 2022
Now violating protocol stoops is such idiot and shameful act of KCR. We will never tolerate this to our PM #ShameOnYouKCRKCR has been regularly insulting our PM @narendramodi ji
— BJP Telangana (@BJP4Telangana) February 5, 2022
Now violating protocol stoops is such idiot and shameful act of KCR. We will never tolerate this to our PM #ShameOnYouKCR
ବିଜେପି ମୁଖ୍ୟ ବି.ସଂଜୟ କୁମାର କେସିଆର୍ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କୁମାର କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ନକରିବା ବିଷୟକୁ ଆମେ କଡ଼ା ନିନ୍ଦା କରୁଛୁ। ଏହା କ’ଣ ଆପଣଙ୍କ ସଂସ୍କୃତି କି ବୋଲି କୁମାର କେସିଆର୍ଙ୍କୁ ପ୍ରଶ୍ନ କରିଛନ୍ତି । ପୂର୍ବରୁ ପିଏମ୍ଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ବଡ ଧରଣର ବିଭ୍ରାଟ ହୋଇଥିଲା । ଅଧାବାଟରେ ଅଟକି ଥିଲା ମୋଦିଙ୍କ କାରକେଡ୍ । କେସିଆର ମଧ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଏବଂ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପଥ ଅନୁସରଣ କରୁଛନ୍ତି ।
ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି । ଏହା କେବେ ଗ୍ରହଣ କରାଯିବ ନାହିଁ । ଏହାର ପରିମାଣ ତାଙ୍କୁ ଭୋଗିବାକୁ ହେବ ବୋଲି ରାଜ୍ୟ ବିଜେପି କହିଛି । କହିରଖୁଛୁ କି, ନିକଟରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍କୁ ନେଇ ମୁଖ୍ୟମନ୍ତ୍ରୀ କେସିଆର ଅସନ୍ତୋଷ ଜାହିର୍ କରିଥିଲେ । ବିଜେପି ଶାସିତ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିବା ଦରକାର ବୋଲି କହିଥିଲେ କେସିଆର ।
ମୁଖ୍ୟମନ୍ତ୍ରୀ ଅସୁସ୍ଥତା କାରଣରୁ ଏୟାରପୋର୍ଟରେ ଉପସ୍ଥିତ ରହିପାରି ନଥିବା ସରକାରୀ ସ୍ତରରେ କୁହାଯାଇଛି । ସେପେଟ ଏହି ଅନୁପସ୍ଥିତର କାରଣ କେନ୍ଦ୍ର ବଜେଟ୍ ବୋଲି ଚର୍ଚ୍ଚା ହେଉଛି ।
@ANI