ETV Bharat / bharat

ମୋଦି ଯୋଗୀଙ୍କୁ ପୁଣି ହତ୍ୟା ଧମକ, ଛାନଭିନ ଆରମ୍ଭ କଲା ପୋଲିସ - cm yogi gets death threats

ସେକ୍ଟର 20 ନୋଏଡା ଥାନା ପୋଲିସର ସୂଚନା ଅନୁସାରେ ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ କାର୍ତ୍ତିକ ସିଂ ଦର୍ଶାଇଛି । ସେ ମେଲ ଯୋଗେ ସ୍ଥାନୀୟ ଏକ ଗଣମାଧ୍ୟମ ସଂସ୍ଥାର ସିଇଓଙ୍କୁ ଏହି ଧମକ ପୂର୍ଣ୍ଣ ମେଲ ପଠାଇଛି । ସିଇଓ ଜଣଙ୍କ ଏହି ମେଲ ପାଇବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଯୋରଦାର କରିଛି । ଏହାସହ ସମ୍ପୃକ୍ତ ବ୍ୟକ୍ତିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ଅଧିକ ପଢନ୍ତୁ

ମୋଦି ଯୋଗୀଙ୍କୁ ପୁଣି ହତ୍ୟା ଧମକ, ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି

author img

By

Published : Apr 5, 2023, 8:55 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ଯମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ । ମେଲ୍‌ ଯୋଗେ ହତ୍ୟା ଧମକ ମିଳିବା ପରେ ସେକ୍ଟର 20 ନୋଏଡା ଥାନାରେ ଏତଲା ଦିଆଯାଇଛି । ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଧମକ ମେଲ ଯୋଗେ ସ୍ଥାନୀୟ ଏକ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କ ନିକଟକୁ ଆସିଛି । ଏନେଇ ମେଲ ପାଇଥିବା ଗଣମାଧ୍ୟମ ସଂସ୍ଥାର ସିଇଓ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ମେଲ ଯୋଗେ ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛି ।

ଏହା ବି ପଢ଼ନ୍ତୁ Calcutta High Court Order: ହନୁମାନ ଜୟନ୍ତୀ ବେଳେ କେନ୍ଦ୍ରୀୟ ଫୋର୍ସର ସହାୟତା ନିଅ

ସେକ୍ଟର 20 ନୋଏଡା ଥାନା ପୋଲିସର ସୂଚନା ଅନୁସାରେ ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ କାର୍ତ୍ତିକ ସିଂ ଦର୍ଶାଇଛି । ସେ ମେଲ ଯୋଗେ ସ୍ଥାନୀୟ ଏକ ଗଣମାଧ୍ୟମ ସଂସ୍ଥାର ସିଇଓଙ୍କୁ ଏହି ଧମକପୂର୍ଣ୍ଣ ମେଲ୍‌ ପଠାଇଛି । ସିଇଓ ଜଣଙ୍କ ଏହି ମେଲ ପାଇବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ତାଙ୍କ ଏତଲାକୁ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଯୋରଦାର କରିଛି । ଏହାସହ ସମ୍ପୃକ୍ତ ବ୍ୟକ୍ତିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

ଏହା ବି ପଢ଼ନ୍ତୁ ସରକାରଙ୍କ ସମାଲୋଚନା ଦେଶ ବିରୋଧୀ ନୁହେଁ: ସୁପ୍ରିମକୋର୍ଟ

ଏନେଇ ସେକ୍ଟର 20 ନୋଏଡା ଥାନା ପୋଲିସ ଅଧିକାରୀ ମନୋଜ କୁମାର ସିଂ କହିଛନ୍ତି ଅଭିଯୋଗକାରୀ ସିଇଓଙ୍କ ଏତଲାକୁ ଆଧାର କରି ମାମଲା ରୁଜୁ କରାଯାଇଛି । ଅଭିଯୋଗ ଅନୁସାରେ ବିଭିନ୍ନ ଧାରା ଲଗାଯାଇ ଘଟଣାର ତଦନ୍ତ କରାଯାଉଛି । ଖୁବଶୀଘ୍ର ଆମେ ଅଭିଯୁକ୍ତକୁ ଗିରଫ କରିବୁ । କିଛି ଲୋକଙ୍କୁ ଅଟକ ରଖି ଜେରା କରାଯାଉଥିବା କହିଛନ୍ତି ଥାନା ଅଧିକାରୀ ।

ସୂଚନାଯୋଗ୍ଯଯେ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କୁ ହତ୍ୟା ଧମକ ମିଳିଛି । ଯାହାକୁ ନେଇ ସୁରକ୍ଷା ଏଜେନ୍ସୀ ଓ ପୋଲିସ ଏକାଧିକ ଥର ଉଭୟଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.