ETV Bharat / bharat

ସାଧାରଣ ଲୋକଙ୍କ ବିଶ୍ବାସ ଭାଜନ ହୋଇଛି CBI: ପ୍ରଧାନମନ୍ତ୍ରୀ

author img

By

Published : Apr 3, 2023, 2:27 PM IST

ତଦନ୍ତକାରୀ ସଂସ୍ଥା ସିବିଆଇ ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

pm modi at CBI Diamond Jubilee
ସିବିଆଇ ହୀରକ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିବିଆଇ ସାଧାରଣ ନାଗରିକଙ୍କୁ ଆଶା ଓ ଶକ୍ତି ପ୍ରଦାନ କରିଛି । ସିବିଆଇ ତଦନ୍ତ ଦାବି କରି ଲୋକ ଧାରଣା ଦେଉଛନ୍ତି । ନ୍ୟାୟ କ୍ଷେତ୍ରରେ ସିବିଆଇ ଏକ ବ୍ରାଣ୍ଡ ଭାବରେ ଉଭା ହୋଇଛି । କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ତାର କାର୍ଯ୍ୟ କୌଶଳ ଜରିଆରେ ଲୋକଙ୍କ ମଧ୍ୟରେ ବିଶ୍ବାସଭାଜନ ହୋଇଛି । ସାଧାରଣ ଲୋକଙ୍କ ବିଶ୍ବାସ ଜିତିବା କୌଣସି ସାମାନ୍ୟ ଉପଲବ୍ଧି ନୁହେଁ । ଯେଉଁ ମାମଲା ଗୁରୁତର ତାକୁ ସିବିଆଇ ତଦନ୍ତ ପାଇଁ ସ୍ବର ଉଠିଥାଏ । 60 ବର୍ଷର ଯାତ୍ରାରେ ସିବିଆଇ ମଲ୍ଟି ଡାଇମେନସାଲ ରୂପରେ ପରିଚୟ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିବିଆଇ 60 ବର୍ଷ ପୂର୍ତ୍ତୀ ଅବସରରେ ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | 10 years ago, there was a competition to do more and more corruption. Big scams took place during that time but the accused were not scared because the system stood by them… After 2014, we worked on a mission mode against corruption, black money: PM Narendra Modi pic.twitter.com/LOqxd6mCbz

    — ANI (@ANI) April 3, 2023 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ବିକଶିତ ଭାରତ ନିର୍ମାଣ ବୃତ୍ତିଗତ ଓ ଅନୁଷ୍ଠାନ ବିନା ସମ୍ଭବ ନୁହେଁ । ତେଣୁ ସିବିଆଇ ଉପରେ ବଡ ଦାୟିତ୍ବ ରହିଛି । କୋଟି କୋଟି ଭାରତୀୟ ଆଗାମୀ 25 ବର୍ଷରେ ଭାରତକୁ ବିକଶିତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ବିକଶିତ ଭାରତ ନିର୍ମାଣ ବୃତ୍ତିଗତ ଓ ଦକ୍ଷ ଅନୁଷ୍ଠାନ ବିନା ସମ୍ଭବ ନୁହେଁ । ଏନେଇ ସିବିଆଇ ଉପରେ ବଡ ଦାୟିତ୍ବ ରହିଛି । 10 ବର୍ଷ ପୂର୍ବେ ଅଧିକରୁ ଅଧିକ ଭ୍ରଷ୍ଟାଚାର କରିବା ନେଇ ପ୍ରତିଯୋଗିତା ହେଉଥିଲା । ସେ ସମୟରେ ବଡ ବଡ ଦୁର୍ନୀତି ହେଉଥିଲା ମାତ୍ର ଅଭିଯୁକ୍ତ ତିଳେ ମାତ୍ର ଭୟ କରୁନଥିଲା କାରଣ ସେମାନଙ୍କ ଦ୍ବାରା ସିଷ୍ଟମ ଚାଲୁଥିଲା । ଫଳରେ ଦେଶର ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ବାସ ହଟୁଥିଲା । ଦେଶରେ ଦୁର୍ନୀତି ବିରୋଧରେ ଆକ୍ରୋଶ ଦେଖା ଦେଇଥିଲା । ଦୁର୍ନୀତି ବିକାଶ ଉପରେ ଭାରି ପଡିଲା ନିବେଶକ ଦେଶକୁ ଆସିବାକୁ ଡରିଲେ । ଦୁର୍ନୀତିର ସେ କଳା ଫର୍ଦ୍ଦ ଭାରତର ବହୁତ କ୍ଷତି କରିଛି । 2014 ପରେ ଦୁର୍ନୀତି, କଳାଧନ ବିରୋଧରେ ଆମେ ମିଶନ ମୋଡରେ କାମ କରିବା ଆରମ୍ଭ କରିଥିଲୁ । ଭ୍ରଷ୍ଟାଚାରୀ ଉପରେ ଆମ ପ୍ରହାର କରିଛୁ ।''

  • न्याय के, इंसाफ के एक brand के रूप में CBI हर ज़ुबान पर है। pic.twitter.com/nf91S2d9oB

    — PMO India (@PMOIndia) April 3, 2023 " class="align-text-top noRightClick twitterSection" data=" ">

ସିବିଆଇ ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ବିଶେଷ କରି ଦେଶକୁ ଭ୍ରଷ୍ଟାଚାର ମୁକ୍ତ କରିବା ଦିଗରେ ସିବିଆଇର ଦାୟିତ୍ବ ରହିଛି । ଭ୍ରଷ୍ଟାଚାର ସାମାନ୍ୟ ଅପରାଧ ନୁହେଁ । ଭ୍ରଷ୍ଟାଚାର ଗରିବଙ୍କଠୁ ସେମାନଙ୍କ ଅଧିକାର ଛଡାଇ ନେଉଛି । ଏହା ଅନେକ ଅପରାଧକୁ ଜନ୍ମ ଦେଇଛି । ଭ୍ରଷ୍ଟାଚାର ଲୋକତନ୍ତ୍ର ଏବଂ ନ୍ୟାୟ ରାସ୍ତାରେ ସବୁଠୁ ବଡ ବାଧା । ଯେଉଁଠି ଭ୍ରଷ୍ଟାଚାର ସେଠି ଯୁବକଙ୍କୁ ସଠିକ ଅବସର ମିଳେ ନାହିଁ । ଭ୍ରଷ୍ଟାଚାର ପ୍ରତିଭାର ସବୁଠୁ ବଡ ଶତ୍ରୁ ସେହିଠାରୁ ଭାଇ-ଭାଇବାଦ ପରିବାରବାଦକୁ ବଳ ମିଳେ । ପରିବାରବାଦ ବଢିବାରୁ ଦେଶର ସାମର୍ଥ୍ୟ କମିଥାଏ । ଯେବେ ରାଷ୍ଟ୍ରର ସାମର୍ଥ୍ୟ କମ ହୁଏ ସେବେ ବିକାଶ ପ୍ରଭାବିତ ହୋଇଥାଏ ।''

ଆମେ ଭ୍ରଷ୍ଟାଚାର ଉପରେ ପ୍ରହାର କରିଛୁ । କୌଣସି ଭ୍ରଷ୍ଟାଚାର ଖସି ଯାଇ ପାରିବ ନାହିଁ ଏହା ଦେଶବାସୀଙ୍କ ଇଚ୍ଛା । ଦେଶରେ ଦୁର୍ନୀତି ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ରାଜନୈତିକ ଦଳ ମଧ୍ୟରେ ଇଚ୍ଛାଶକ୍ତିର ଅଭାବ ନାହିଁ । ଆମ ପ୍ରୟାସରେ କୌଣସି ରହିବ ନାହିଁ । ସିବିଆଇ ସହିତ ଦେଶ ରହିଛି । ଆଇନ କାନୁନ ଓ ଦେଶର ସମ୍ବିଧାନ ରହିଛି । ଭ୍ରଷ୍ଟାଚାରୀ ଦେଶର ସମ୍ପତ୍ତି ଲୁଟି ନେଉଛନ୍ତି । ଏ ସମସ୍ତ ଦୁର୍ନୀତିଖୋରଙ୍କ ପର୍ଦ୍ଦାଫାସ କରିଛି ସିବିଆଇ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସିବିଆଇ ହୀରକ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କ୍ୟାବିନେଟ ସଚିବ, ସିବିଆଇ ନିର୍ଦ୍ଦେଶକଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ସିବିଆଇକୁ ଦେଶର ପ୍ରିମିୟମ ଇନଭେଷ୍ଟିଗେସନ ଏଜେନ୍ସିଂ ବୋଲି କହିଛନ୍ତି ପିଏମ । ସିବିଆର 60 ବର୍ଷ ସଫଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.