ଶ୍ରୀନଗର: ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଜମ୍ମୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 370 ଧାରା ହଟିବା ପରେ ଏହା ମୋଦିଙ୍କ ପ୍ରଥମ ଜମ୍ମୁ ଗସ୍ତ । ଏହି ଅବସରରେ ସାମ୍ବା ଜିଲ୍ଲା ପାଲ୍ଲୀ ପଞ୍ଚାୟତରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ 30 ହଜାରରୁ ଅଧିକ ପଞ୍ଚାୟତ ଜନପ୍ରତିନିଧି ସାମିଲ ହୋଇଛନ୍ତି । ପ୍ରାୟ 20ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦି ।
75ଟି ଜଳ ପ୍ରକଳ୍ପକୁ ନେଇ ଅମୃତ ସରୋବର ଯୋଜନାର ଶୁଭାରମ୍ଭ କରିଛନ୍ତି । ଭାରତର ବିକାଶ ଲୋକାଲ ଫର ଭୋକାଲରେ ଲୁଚି ରହିଛି । ପଞ୍ଚାୟତରୁ ନେଇ ପାର୍ଲାମେଣ୍ଟ କୌଣସି କାର୍ଯ୍ୟ ଛୋଟ ନୁହେଁ । ଯଦି ପଞ୍ଚାୟତରେ ବସିକି ଦେଶକୁ ଆଗକୁ ନିଆଯାଏ ତେବେ ଦେଶକୁ ବଢିବାରେ ବିଳମ୍ବ ହେବା ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗ୍ରାମ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଠାରେ ବିକାଶର ବାର୍ତ୍ତା ନେଇ ଏଠାରେ ଉପସ୍ଥିତ ଅଛି । ବିକାଶକୁ ତ୍ବରାନ୍ବିତ କରିବାକୁ 20,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଆଜି ଉଦ୍ଘାଟିତ ହୋଇଥିବା କହିଛନ୍ତି ପିଏମ ମୋଦି । ସାମ୍ବା ଜିଲ୍ଲାର ପଲ୍ଲୀରେ 500 କିଲୋୱାଟ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଉଦଘାଟନ ହେବା ସହିତ ଏହା କାର୍ବନ ନିରପେକ୍ଷ ହେବାରେ ଦେଶର ପ୍ରଥମ ପଞ୍ଚାୟତ ହେବ । 'ସାବକା ପ୍ରୟାସ' କଣ କରିପାରେ ତାହା ପାଲ୍ଲୀବାସୀ ଦେଖାଇଥିବା କହିଛନ୍ତି ପ୍ରଧାମନନ୍ତ୍ରୀ ।
ସେ ଆହୁର କହିଛନ୍ତି ଏହି ବର୍ଷ ପଞ୍ଚାୟତ ରାଜ ଦିବସ ଜମ୍ମୁ କଶ୍ମୀର ପାଇଁ ଏକ ବଡ ପରିବର୍ତ୍ତନ । ଜମ୍ମୁରେ ତୃଣମୂଳ ସ୍ତରରେ ଗଣତନ୍ତ୍ର ପହଞ୍ଚିଛି । ଗଣତନ୍ତ୍ର ହେଉ କିମ୍ବା ବିକାଶ ଜମ୍ମୁ କଶ୍ମୀର ଏକ ଉଦାହରଣ ସୃଷ୍ଟି କରିଛି । ଗତ 2ରୁ 3 ବର୍ଷ ଭିତରେ ଜମ୍ମୁରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି । ଏକ ଭାରତ ଶ୍ରେଷ୍ଠ ଭାରତ ବିଷୟରେ କହି ପ୍ରଧାନମନ୍ତ୍ରୀ କହିଛନ୍ତି ସଂଯୋଗ ଉପରେ ଆମର ଅଧିର ଗୁରୁତ୍ବ ରହିଛି ।
କାର୍ଯ୍ୟକ୍ରମରେ ଜମ୍ମୁରେ 850ww ରାଟଲେ ହାଇଡ୍ରୋ ପ୍ରକଳ୍ପ ଏବଂ 540MW କୱାର ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । 31ହଜାର କୋଟିର ବାନିହାଲରୁ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିଛନ୍ତି । ଏହା 8. 45କିମି ଲମ୍ବ ଟନେଲ ଯାହା ବାନିହଲ୍ ଏବଂ କାଜିଗୁଣ୍ଡ ମଧ୍ୟରେ 16 କିଲୋମିଟର ଦୂରତା ହ୍ରାସ କରିବ । ଦିଲ୍ଲୀ-ଅମ୍ରିତଶର କାତ୍ରା ଏକ୍ସପ୍ରେସୱେ ଏବଂ ପାଲ୍ଲୀରେ 500aKW ସୋଲାର ପାୱାର ପ୍ଲାଣ୍ଟ ଏବଂ ସାମ୍ବାରେ 108ଟି ଜନ ଔଷଧୀ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସରପଞ୍ଚ, ପଞ୍ଚ, ଡିଡିସି (District Development Council), ବିଡିସି (Block Development Council) ଏବଂ ସ୍ଥାନୀୟ ଲୋକ ଉପସ୍ଥିତ ହୋଇଥିଲେ ।