ETV Bharat / bharat

ଡାକ୍ତରଙ୍କ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଣାମ

author img

By

Published : Jul 1, 2021, 9:16 PM IST

Updated : Jul 2, 2021, 8:59 AM IST

ମହାମାରୀ କୋରୋନା କାଳରେ ଆମ ଡାକ୍ତରମାନେ ଯେଭଳି ଦେଶର ସେବା କରିଛନ୍ତି, ତାହା ଏକ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଡାକ୍ତରଙ୍କ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଣାମ

ନୂଆଦିଲ୍ଲୀ: ଜାତୀୟ ଡାକ୍ତର ଦିବସରେ ଦେଶର ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀ କୋରୋନା କାଳରେ ଆମ ଡାକ୍ତରମାନେ ଯେଭଳି ଦେଶର ସେବା କରିଛନ୍ତି, ତାହା ଏକ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

130 କୋଟି ଭାରତବାସୀଙ୍କ ପକ୍ଷରୁ ଦେଶର ଡାକ୍ତରଙ୍କୁ ପ୍ରଣାମ ଜଣାଇବା ସହ ଆଭାର ବ୍ୟକ୍ତ କରିଛନ୍ତି ମୋଦି । ଡାକ୍ତର ଭଗବାନଙ୍କ ଦ୍ବିତୀୟ ରୂପ କୁହାଯାଏ ।

ଯେବେ କୋରୋନା ବିରୋଧରେ ଦେଶ ବଡ ଲଢେଇ ଲଢୁଛି, ସେବେ ଡାକ୍ତରମାନେ ଲକ୍ଷଲକ୍ଷ ଲୋକଙ୍କର ଜୀବନ ବଞ୍ଚାଇଛନ୍ତି । ଅନେକ ଡାକ୍ତର ନିଜର ଅକ୍ଳାନ୍ତ ଚେଷ୍ଟା ଭିତରେ ନିଜର ବଳିଦାନ ଦେଇଛନ୍ତି । ଏହି ସମସ୍ତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନିଜ ସରକାର ପକ୍ଷରୁ କରାଯାଇଥିବା ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯାଉଛି । ଗତ ବର୍ଷ କୋରୋନାର ପ୍ରଥମ ଲହରୀ ସମୟରେ ସ୍ବାସ୍ଥ୍ୟ ସେବାର ତମାମ ଭିତ୍ତିଭୂମିରେ ସୁଧାର ପାଇଁ 15 ହଜାର ଟଙ୍କା ଆବଣ୍ଟିତ ହୋଇଛି । ଚଳିତବର୍ଷ ସ୍ବାସ୍ଥ୍ୟସେବା ପାଇଁ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ ଆଣବଣ୍ଟନ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବତନ ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏତେ ଦଶନ୍ଧିରେ ଯେଭଳି ଭାବରେ ମେଡିକାଲ ଇନଫ୍ରାଷ୍ଟ୍ରକ୍‌ଚର ଦେଶରେ ତିଆରି ହୋଇଛି, ଏହାର ସୀମା ଆପଣ ଜାଣିଥିବେ । ପୂର୍ବ ସମୟରେ ଭିତ୍ତିଭୂମିକୁ କିଭଳି ଅଣଦେଖା କରାଯାଇଛି ଏହାସହ ବି ସମସ୍ତେ ପରିଚିତ । ବର୍ତ୍ତମାନର ସରକାରଙ୍କ ଫୋକସ ମେଡିକାଲ ଭିତ୍ତିଭୂମି ଉପରେ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Jul 2, 2021, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.