ETV Bharat / bharat

କୋୱିନ ବିଶ୍ବ ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ, ଡିଜିଟାଲ ସହ ଯୋଡିହେବା ଉପରେ ଦେଲେ ଜୋର

author img

By

Published : Jul 5, 2021, 4:45 PM IST

କୋୱିନ ବିଶ୍ବ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଡିଜିଟାଲ ମାଧ୍ୟମ ସହ ଯୋଡିହେବା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

କୋୱିନ ବିଶ୍ବ ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ, ଡିଜିଟାଲ ସହ ଯୋଡିହେବା ଉପରେ ଦେଲେ ଜୋର
କୋୱିନ ବିଶ୍ବ ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ, ଡିଜିଟାଲ ସହ ଯୋଡିହେବା ଉପରେ ଦେଲେ ଜୋର

ନୂଆଦିଲ୍ଲୀ: କୋୱିନ ବିଶ୍ବ ସମ୍ମିଳନୀରେ ସମ୍ବୋଧନ କରି ନିଜ ବିଚାର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସଭ୍ୟତା ସମଗ୍ର ବିଶ୍ବକୁ ଗୋଟିଏ ପରିବାର ମାନେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମହାମାରୀ ଅନେକଙ୍କୁ ଭାରତୀୟ ଦର୍ଶନର ମୌଳିକ ସତ୍ୟର ଅନୁଭବ କରାଇଥିବା ମୋଦି କହିଛନ୍ତି । କନକ୍ଲେଭରେ ପ୍ରଧାନମନ୍ତ୍ରୀ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ନିଜ ସମ୍ବେଦନା ପ୍ରକଟ କରିଛନ୍ତି । କୌଣସି ବି ଦେଶ କେତେ ମଜବୁତ ହେଉ ନା କାହିଁକି, ହେଲେ ଏଭଳି ମହାମାରୀର ସାମ୍ନା ଏକାକୀ କରିବା ଅସମ୍ଭବ ବୋଲି କହିଛନ୍ତି ମୋଦି ।

ବିଶ୍ବ ମହାମାରୀ କୋରୋନା ବିରୋଧରେ ଟୀକାକରଣକୁ ମଜବୁତ ଅସ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସେ ଡିଜିଟାଲ ମାଧ୍ୟମ ସହ ଯୋଡିହେବା ଉପରେ ମଧ୍ୟ ଜୋର ଦେଇଛନ୍ତି ।

କୋରୋନା ସଂକ୍ରମଣ ସହ ମୁକାବିଲା ପାଇଁ ଭ୍ୟାକ୍ସିନ ଏକମାତ୍ର ଆଶା । ଆରମ୍ଭରୁ ହିଁ ଭ୍ୟାକ୍ସିନ ଅଭିଯାନକୁ ଡିଜିଟାଲ ସହ ଯୋଡାଯାଇଛି । ଆମ ସମସ୍ତଙ୍କୁ ଏକାସହିତ ଆଗକୁ ବଢିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କୋୱିନ ଗ୍ଲୋବାଲ୍ ସମ୍ମିଳନୀରେ ଭାରତ କୋରୋନା ଟୀକାକରଣ ଅଭିଯାନ ଚଳାଇବା କ୍ଷେତ୍ରରେ ଅନ୍ୟ ଦେଶଗୁଡିକ ପାଇଁ ଡିଜିଟାଲ୍ ଜନସେବା ଭାବରେ କୋୱିନ ପ୍ଲାଟଫର୍ମ ପ୍ରଦାନ କରିଥିଲା ​​। କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ 50ଟି ଦେଶ ଟୀକାକରଣ ଅଭିଯାନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ କୋୱିନ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.