ETV Bharat / bharat

କୋରୋନା ସଂଙ୍କଟ ସମୟରେ ଆଜି ମନର କଥା କହିବେ ମୋଦି - ପିଏମ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର 77ତମ ଏପିସୋଡ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ । ଅଧିକ ପଢନ୍ତୁ...

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ

author img

By

Published : May 30, 2021, 7:55 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ । ପୂର୍ବାହ୍ନ 11ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ସହିତ ଜଡିତ କିଛି କାହାଣୀ ବିଷୟରେ ଉଲ୍ଲେଖ୍ୟ କରିବେ ପ୍ରଧାନମନ୍ତ୍ରୀ । ଆଜି ଏହି ମନ କି ବାତ କାର୍ଯ୍ୟକ୍ରମର 77ତମ ସଂସ୍କରଣ ।

ଏହା ସହିତ କୋରୋନା ସଂଙ୍କଟ ଓ ଟୀକାକରଣ ନେଇ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ପିଏମ ମୋଦି ଏପ୍ରିଲ 25ରେ ଦେଶବାସୀଙ୍କ ସହିତ କଥା ହୋଇଥିଲେ । ଏହି ଅବସରରେ ମହାରାଷ୍ଟ୍ରର କୋଭି଼ଡ 19 ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଜୋଶୀଙ୍କ ସହିତ କଥା ହୋଇଥିଲେ । ଡାକ୍ତର ଜୋଶୀଙ୍କୁ 2014ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ମନ କି ବାତ କାର୍ଯ୍ୟକ୍ରମର 76ତମ ସଂସ୍କରଣରେ ଡାକ୍ତର ଜୋଶୀଙ୍କ ସହିତ କୋରୋନା ଭାଇରସର ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ । ମୋଦିଙ୍କ ପ୍ରଶ୍ନରେ ଡାକ୍ତର ଜୋଶୀ କହିଥିଲେ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ଏହି ଭୂତାଣୁ ତା ରଙ୍ଗ ବଦଳାଇଥାଏ । ଡରିବାର କିଛି ଆବଶ୍ୟକ ନାହିଁ ଆମେ ଏହି ଦ୍ବିତୀୟ ଲହରକୁ ମଧ୍ୟ ପାର କରିଯିବା । ପ୍ରକାଶ ଥାଉ କି ପ୍ରତି ମାସ ଶେଷ ରବିବାର ଏହି ମନ କି ବାତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ । ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କୁହନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.