ETV Bharat / bharat

ମହାରାଜା ସୁହେଲଦେବଙ୍କ ପ୍ରତିମୂର୍ତ୍ତୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ମହାରାଜା ସୁହେଲଦେବଙ୍କ ପ୍ରତିମୂର୍ତ୍ତୀର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ମହାରାଜା ସୁହେଲଦେବ
ମହାରାଜା ସୁହେଲଦେବ
author img

By

Published : Feb 16, 2021, 12:41 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଜା ସୁହେଲଦେବଙ୍କ ଏକ ପ୍ରତିମୂର୍ତ୍ତୀର ଶିଳାନ୍ୟାସ କରିଛନ୍ତି । ଏହା ସହ ଉତ୍ତରପ୍ରଦେଶର ଚିତ୍ତୌରା ହ୍ରଦର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଭିସି ଯୋଗେ ପ୍ରଧାନମନ୍ତ୍ରୀ କରିଛନ୍ତି ।

ବସନ୍ତ ଋତୁ ଭାରତ ପାଇଁ ନୂଆ ଆଶା ଓ ନୂଆ ସମ୍ଭାବନାର କିରଣ ଆଣି ଆସୁ । ଯାହା ଦେଶକୁ ଆଗକୁ ନେବାରେ ସହାୟକ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ମହାରାଜ ସୁହେଲଦେବଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଚିତ୍ତୌରା ହ୍ରଦର ଉନ୍ନୟନ କାର୍ଯ୍ୟ ହେଲେ ଏହା ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଉତ୍ତରପ୍ରଦେଶର ବାହାରିଚରେ ମହାରାଜ ସୁହେଲଦେବଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମହାରାଜା ସୁହେଲଦେବ ଏକ ପ୍ରତିମୂର୍ତ୍ତୀର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.