ETV Bharat / bharat

କୃଷକଙ୍କୁ ମୋଦୀଙ୍କ ଦୀପାବଳି ଉପହାର, ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା - ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ

ଦୀପାବଳି ପୂର୍ବରୁ କୃଷକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ ସମ୍ମାନ ନିଧିର ଦ୍ବାଦଶତମ କିସ୍ତି ଅଧିନରେ ହିତାଧିକାରୀଙ୍କୁ ୧୬ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ

କୃଷକଙ୍କୁ ମୋଦୀଙ୍କ ଦୀପାବଳି ଉପହାର
କୃଷକଙ୍କୁ ମୋଦୀଙ୍କ ଦୀପାବଳି ଉପହାର
author img

By

Published : Oct 17, 2022, 3:48 PM IST

ନୂଆଦିଲ୍ଲୀ: ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨(PM Kisan Samman Sammelan 2022) କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆ ଆଇଏଆର୍‌ଆଇରେ ହୋଇଥିବା ସମ୍ମିଳନୀରେ ପ୍ରାୟ ଦେଶବ୍ୟାପୀ ୧୩, ୫୦୦ କୃଷକ ଯୋଗ ଦେଇଛନ୍ତି । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୧୦ ଲକ୍ଷ ଚାଷୀଙ୍କ ଜମାଖାତାକୁ ଦ୍ବାଦଶ କିସ୍ତିରେ ୧୬ ହଜାର କୋଟି ଟଙ୍କା ପଠାଇଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଛି । ଚାଷୀମାନଙ୍କୁ ଅଧିକ ସମୃଦ୍ଧ ସହ କୃଷି ବ୍ୟବସ୍ଥାକୁ ଅଧିକ ଆଧୁନିକ କରିବା ପାଇଁ ସରକାର ବିଭିନ୍ନ କାଯ୍ୟକ୍ରମ ହାତକୁ ନେଉଛନ୍ତି । ଦ୍ବାଦଶ କିସ୍ତିରେ ହିତାଧିକାରୀଙ୍କୁ ୧୬ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି । ଗୋଟିଏ ଦେଶ, ଗୋଟିଏ ସାର(One Nation one Fertizer) ନାମକ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଆରମ୍ଭ କରାଯାଇଛି । ଯେଉଁଥିରେ କୃଷକମାନଙ୍କୁ କମ ଦରରେ ଉତ୍ତମ ସାର ଯୋଗାଇଦିଆଯିବ ।

ପ୍ରଧାନମନ୍ତ୍ରୀ ଜନଉର୍ବକ ପରିଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହାସହ ଭାରତ ୟୁରିଆ ବ୍ୟାଗ ଉନ୍ମୋଚନ କରାଯାଇଛି । ଯାହା ଭାରତସାର ନାମକ ବ୍ରାଣ୍ଡ ହିସାବରେ ବଜାରରେ ବିକ୍ରି ହେବ । ଭାରତ ନାନୋ ୟୁରିଆ ସାର ବ୍ୟବହାର କରି ଆତ୍ମନିର୍ଭରଶୀଳ ଆଡକୁ ଗତି କରୁଛି । ଯାହା ଭାରତ କୃଷି କ୍ଷେତ୍ରରେ ଏକ ମାଇଲଖୁଣ୍ଟ । ଚାଷ ଉଦ୍ଦେଶ୍ୟରେ ନାନୋ ୟୁରିଆ ଏକ ବ୍ୟୟବହୁଳ ମାଧ୍ୟମ ଭାବରେ ଉଭାହେବ ।

ଏହା ମଧ୍ୟ ପଢନ୍ତୁ: Odisha Investors Meet: ସମ୍ମିଳନୀ ପୂର୍ବରୁ 37 ପୁଞ୍ଜିପତିଙ୍କ ସହ ଆଲୋଚନା କରୁଛନ୍ତି ନବୀନ

ଏହା ବ୍ୟତିତ ସେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ରର (PM-KSKs) ଉଦ୍‌ଘାଟନ କରିଥିଲେ । ଏହି କେନ୍ଦ୍ର ଦ୍ୱାରା କୃଷି ସହିତ ଜଡ଼ିତ କୃଷକଙ୍କ ସମସ୍ତ ଆବଶ୍ୟକତା ପୂରଣ ହୋଇପାରିବ । ଏହାସହ ଇଣ୍ଡିଆନ ଏଜ ନାମରେ ଏକ ପତ୍ରିକା ଲଞ୍ଚ କରିଛନ୍ତି । ଯାହା ଘରୋଇ ଏବଂ ଆନ୍ତର୍ଜାତୀୟ ସାର ପରିସ୍ଥିତି, ସାମ୍ପ୍ରତିକ ବିକାଶ, ମୂଲ୍ୟ ଧାରା ବିଶ୍ଳେଷଣ, ଉପଲବ୍ଧତା ଏବଂ ବ୍ୟବହାର, ଏବଂ ଅନ୍ୟମାନଙ୍କ ମଧ୍ୟରେ କୃଷକଙ୍କ ସଫଳତାର କାହାଣୀ ସହିତ ସୂଚନା ପ୍ରଦାନ କରିବ ।

ଏହି ଅର୍ଥ ପ୍ରଦାନ ସହ କୃଷକଙ୍କ ଆକାଉଣ୍ଟରେ ମୋଟ ଜମାରାଶି ୨.୧୬ ଟ୍ରିଲିୟନ ଟଙ୍କା ଅତିକ୍ରମ ହେବ । ଜମିଜମା ଥିବା ଦେଶର ସମସ୍ତ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ୨୦୧୯ରେ ପିଏମ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବର୍ଷକୁ ୩ଟି କିସ୍ତିରେ ହିତାଧୀକାରୀଙ୍କ ଆକାଉଣ୍ଟକୁ ୨ହଜାର ଲେଖାଏଁ ମୋଟ ୬ ହଜାର ଟଙ୍କା ପଠାଯାଉଛି ।ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.