ETV Bharat / bharat

PM in UP: ମାଫିଆଙ୍କୁ ବଳ ଦେଉଛନ୍ତି ପରିବାରବାଦୀ, ବିଜେପି ଶାସନରେ ସୁରକ୍ଷିତ ସଂଖ୍ୟାଲଘୁ ଛାତ୍ରୀ

author img

By

Published : Feb 14, 2022, 5:18 PM IST

ଉତ୍ତର ପ୍ରଦେଶ କାନପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନୀ ପ୍ରଚାର । ନାଁ ନ ନେଇ ସମାଜବାଦୀ ପାର୍ଟି ଉପରେ ବର୍ଷିଲେ । କହିଲେ ରାଜ୍ୟରେ ମାଫିଆଙ୍କୁ ବଳ ଦେବାକୁୁ ଚାହୁଁଛନ୍ତି ପରିବାରବାଦୀ । ଗତଥର ପରି ଚଳିତ ଥର ମଧ୍ୟ ପ୍ରତ୍ୟାଖାନ କରିବେ ରାଜ୍ୟବାସୀ । ଅଧିକ ପଢନ୍ତୁ

PM in UP: ମାଫିଆଙ୍କୁ ବଳ ଦେଉଛନ୍ତି ପରିବାରବାଦୀ, ବିଜେପି ଶାସନରେ ସୁରକ୍ଷିତ ସଂଖ୍ୟାଲଘୁ ମହିଳା

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଜାରି ରହିଛି ବିଜେପିର ପ୍ରଚାର ଅଭିଯାନ । ଆଜି ପ୍ରଧାନମନ୍ତ୍ରୀ ମୋଦି କାନପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ନିର୍ବାଚନୀ ସନସଭାକୁ ସମ୍ବୋଧିତ କରିବା ସମୟରେ ଚିରାଚରିତ ଢଙ୍ଗରେ ପରିବାରବାଦ ରାଜନୀତି ପ୍ରସଙ୍ଗ ଉଠାଇ ସମାଜବାଦୀ ପାର୍ଟିକୁ ପରୋକ୍ଷ ଆକ୍ରମଣ କରିଛନ୍ତି ମୋଦି । ସେହିପରି ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥିବା ହିଜାବ ବିବାଦ ପରେ ଆରମ୍ଭ ହୋଇଥିବା ରାଜନୈତିକ ସ୍ଥିତିକୁ ଦେଖି, ଉତ୍ତର ପ୍ରଦେଶରେ ବିଜେପି ଶାସନ କାଳରେ ହିଁ ସଂଖ୍ୟାଲଘୁ ତଥା ମୁସଲିମ ଛାତ୍ରୀମାନେ ଅଧିକ ସୁରକ୍ଷିତ ବୋଲି ମୋଦି କହିଛନ୍ତି ।

କାନପୁର ଦେହାତରେ ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତର ପ୍ରଦେଶରେ ବିଜେପି ଶାସନରେ ମୁସଲିମ ବାଳିକାମାନଙ୍କ ସ୍କୁଲ ଓ କଲେଜ ଯିବା ସଂଖ୍ୟା ବଢିଛି । ସେହିପରି ସେମାନଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ସରକାର ସର୍ବଦା ତତ୍ପରତା ଦେଖାଇଛି । ଅପରାଧୀମାନଙ୍କୁ ସେମାନଙ୍କ ଉଚିତ ଠିକଣାରେ ସରକାର ପହଞ୍ଚାଇବାରେ ଲାଗିଛନ୍ତି । ବର୍ତ୍ତମାନ ରାସ୍ତା ସଂଖ୍ୟାଲଘୁ ଛାତ୍ରୀମାନେ ନିଜ ସୁରକ୍ଷା ନେଇ ଚିନ୍ତିତ ନୁହନ୍ତି, ସ୍କୁଲ କଲେଜ ଯିବାରେ ଆଗ୍ରହ ମଧ୍ୟ ଦେଖାଇବାରେ ଲାଗିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଉତ୍ତର ପ୍ରଦେଶରେ ଶାସକ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ନିର୍ବାଚନରେ ସମାଜବାଦୀ ପାର୍ଟି ତାର ସହଯୋଗୀ ଦଳ ବଦଳାଇବାରେ ଲାଗିଛି । ରାଜ୍ୟରେ ସପା କଣ ସ୍ଥିର ଶାସନ ଦେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ମଧ୍ୟ କରିଛନ୍ତି । ଚଳିତଥର ସମାଜବାଦୀ ପାର୍ଟି ଜୟନ୍ତ ଚୌଧୁରୀଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଦଳ ଓ ଅନ୍ୟ କିଛି ଛୋଟ ରାଜନୈତିକ ଦଳ ସହଯୋଗରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଗତଥର (୨୦୧୭) ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟରେ ନିର୍ବାଚନ ଲଢିଥିଲା ଦଳ । ବିଫଳ ହେବା ପରେ ଚଳିତଥର କଂଗ୍ରେସର ହାତ ଛାଡି ଅନ୍ୟ ମେଣ୍ଟ କରିଛି ସମାଜବାଦୀ ପାର୍ଟି ।

ସେହିପରି ନିର୍ବାଚନୀ ମଞ୍ଚରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ଉପରେ ରାଜ୍ୟର ଆଇନ ଶୃଙ୍ଖଳା ନେଇ ମଧ୍ୟ ମୋଦି ଟାର୍ଗେଟ କରିଛନ୍ତି । ପରିବାରବାଦୀମାନେ କ୍ଷମତାକୁ ଆସିଲେ ପୁଣି ମାଫିଆଙ୍କୁ ସହଯୋଗ କରିବା ଆରମ୍ଭ କରିବେ । ଅଖିଳେଶଙ୍କ ଦଳ କ୍ଷମତାରେ ଥିବା ବେଳେ ରାଜ୍ୟର ଆଇନ ଶୃଙ୍ଖଳା ସର୍ବନିମ୍ନ ସ୍ତରକୁ ଯାଇଥିଲା । ରାଜ୍ୟ ମାଫିଆ ରାଜରେ ପରିଣତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା ବୋଲି ମଧ୍ୟ ମୋଦି କହିଛନ୍ତି ।

ସେହିପରି ଚଳିତଥର ମଧ୍ୟ ଉତ୍ତର ପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କରିବା ସହ କ୍ଷମତା ବଜାୟ ରଖିବ । ପରିବାରବାଦୀମାନେ ପୁଣି ଥରେ ଉତ୍ତର ପ୍ରଦେଶବାସୀଙ୍କ ଦ୍ବାରା ପ୍ରତ୍ୟାକ୍ଷାତ ହେବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ସ୍ପଷ୍ଟ ହୋଇଥିବା ମୋଦି ପୂର୍ବରୁ କହି ସାରିଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.