ETV Bharat / bharat

Drone Festival: 2030 ସୁଦ୍ଧା ଭାରତ ହେବ ବିଶ୍ୱର ଡ୍ରୋନ୍ ହବ୍, ଡ୍ରୋନ୍‌ ଉଡ଼ାଇଲେ ମୋଦି - ଡ୍ରୋନ ମହୋତ୍ସବ ୨୦୨୨

ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’ ଉଦଘାଟନ କରି ଡ୍ରୋନ୍‌ ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତର ସବୁଠୁ ବଡ ଡ୍ରୋନ ଉତ୍ସବ । ଏହି ଅବସରରେ ରଧାନମନ୍ତ୍ରୀ କିଷାନ ଡ୍ରୋନ ପାଇଲଟ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Drone Festival 2022: ଡ୍ରୋନ୍‌ ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 27, 2022, 5:48 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’ ଉଦଘାଟନ କରି ଡ୍ରୋନ୍‌ ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତର ସବୁଠୁ ବଡ ଡ୍ରୋନ ଉତ୍ସବ । ଏହି ଅବସରରେ ରଧାନମନ୍ତ୍ରୀ କିଷାନ ଡ୍ରୋନ ପାଇଲଟ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଖୋଲା ଆକାଶରେ ଡ୍ରୋନ ପ୍ରଦର୍ଶନ ଦେଖିବା ସହ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟ୍‌ଅପ୍‌ମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନ ମନ୍ତ୍ରୀ ।

ଆଜି(ଶୁକ୍ରବାର) ଓ ଆସନ୍ତାକାଲି(ଶନିବାର) ଏହି କାର୍ଯ୍ୟକ୍ରମ ଜାରି ରହିବ । ସରକାରୀ ଅଧିକାରୀ, ବିଦେଶୀ କୂଟନୀତିଜ୍ଞ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ପିଏସୟୁ, ଘରୋଇ କମ୍ପାନୀ ଏବଂ ଡ୍ରୋନ ଷ୍ଟାର୍ଟଅପ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ଏହି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, "ଉନ୍ନତ ଡ୍ରୋନ୍‌ ଟେକ୍ନୋଲୋଜୀ କିଭଳି ବ୍ୟବହାର ହୋଇ ପାରିବ ସେନେଇ ମୁଁ ସମସ୍ତ ମନ୍ତ୍ରାଳୟର ପରାମର୍ଶ ମାଗିଥିଲି । ଯାହାଦ୍ବାରା ଡ୍ରୋନ୍‌ ସାଧାରଣ ଜନତାଙ୍କ ଜୀବନଶୈଳୀରେ ପ୍ରଭାବ ପକାଇ ପାରିବ । ନୂଆ ଭାରତରେ ଡ୍ରୋନ୍‌ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦିଆଯିବ ।"

ପ୍ରଧାନମନ୍ତ୍ରୀ ଭାବେ ୮ ବର୍ଷ ଦାୟିତ୍ବ ତୁଲାଇବା ପରେ ପ୍ରଧାନମନ୍ତ୍ରୀ ନିଜ ସ୍ବପ୍ନର ଭାରତ ବିଷୟରେ ଚର୍ଚ୍ଚା କରିଛନ୍ତି । ପ୍ରତ୍ୟେକ ଲୋକଙ୍କ ହାତରେ ମୋବାଇଲ ଫୋନ୍‌, ପ୍ରତ୍ୟେକ ଜମିରେ ଡ୍ରୋନ୍‌ ଓ ପ୍ରତ୍ୟେକ ଘରକୁ ସମୃଦ୍ଧ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି, ଜମିମାପ, ମେଡିସିନ ବିତରଣ ଓ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ପ୍ରଦର୍ଶନୀ ଡ୍ରୋନ୍‌ ଷ୍ଟଲ୍‌ରେ ଅଧିକ ସମୟ ବିତାଇଥିଲେ ।

ତେବେ 2030 ସୁଦ୍ଧା ଭାରତକୁ ବିଶ୍ୱର ଡ୍ରୋନ୍ ହବ୍ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.