ETV Bharat / bharat

BJP Meet On Gujarat Polls : ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାନୀଙ୍କ ସହ ବହୁ ବରିଷ୍ଠ ନେତା

author img

By

Published : Nov 9, 2022, 10:11 PM IST

ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା (BJP CEC meeting for Gujarat assembly poll) । ଫୋକସରେ ନୂଆ ଓ ଯୁବ ଚେହେରା । ଅଧିକ ପଢନ୍ତୁ

Gujarat Polls: ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ, ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ (BJP CEC meeting for Gujarat assembly poll)। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ତେବେ ଚଳିତ ନିର୍ବାଚନରେ ଦଳ ରାଜ୍ୟରେ ନୂଆ ଧାରା ସୃଷ୍ଟି କରିବାକୁ ଯାଉଛି । ଚଳିତ ଥରର ଦଳୀୟ ପ୍ରାର୍ଥୀତ୍ବରେ ଯୁବ ଓ ନୂଆ ଚେହେରାଙ୍କୁ ଦଳ ପ୍ରାଧାନ୍ୟ ଦେବା ପାଇଁ ପ୍ରୟାସ କରିଛି । ଅନୁରୂପ ଭାବେ କିଛି ବରିଷ୍ଠ ତଥା ଅଭିଜ୍ଞ ନେତା ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସୂଚନା ମିଳିଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ 75ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେତାଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଦଳ ସୁଯୋଗ ଦେବ ନାହିଁ । ଏହି ମାପଦଣ୍ଡ ସହ ଅନେକ ବରିଷ୍ଠ ନେତା ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାରୁ ବାଦ ପଡିବାକୁ ଯାଉଛନ୍ତି ।

ସୌରଭ ସିଂ, ଭୂପେନ୍ଦ୍ର ସିଂ ଚୁଡାସମାଙ୍କ ପରି ନେତା ନିର୍ବାଚନ ନଲଢିବା ନେଇ ସଙ୍କେତ ପ୍ରାୟତଃ ଦୃଶ୍ୟମାନ ହେଉଛି । ବେଳେ ଦଳର ଅନ୍ୟତମ ହେଭିଓ୍ବେଟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିଜେ ନିର୍ବାଚନ ନଲଢିବା ନେଇ ସ୍ପଷ୍ଟ କରିଛନ୍ତି । ସେହିପରି ନିକଟରେ ଦଳରେ ସାମିଲ ହୋଇଥିବା ଯୁବନେତା ହାର୍ଦ୍ଦିକ ପଟେଲ ବିରାମଗମରୁ ଟିକେଟ ପାଇବାକୁ ଥିବା ବେଳେ ଅଳ୍ପେଶ ଠାକୁରଙ୍କୁ ମଧ୍ୟ ଟିକେଟ ମିଳିବ । ସେହିପରି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ମଧ୍ୟ ଜାମନଗର-ଉତ୍ତର ବିଧାନସଭା ଆସନରୁ ଟିକେଟ ମିଳିବା ନେଇ ଅନୁମାନ କରାଯାଉଛି ।

ତେବେ ଆଜି ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାୟ ସମସ୍ତ 182 ଆସନ ପାଇଁ ଦଳ ତାର ପ୍ରାର୍ଥୀ ଚୂଡାନ୍ତ କରି ସାରିଥିବା ସୂଚନା ମିଳିଛି । ଆଗାମୀ କିଛି ଦିନ ମଧ୍ୟରେ ପର୍ଯ୍ୟାୟ କ୍ରମେ ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବା ନେଇ ଆଶା କରାଯାଉଛି । ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି 99 ଆସନ ସହ ସରକାର ଗଠନ କରିଥିବା ବେଳେ କଂଗ୍ରେସ 77ଆସନ ସହ ବିରୋଧୀ ଦଳ ଭୂମିକାରେ ରହିଛି । ରାଜ୍ୟରେ ଡିସେମ୍ବର 1 ଓ 5 ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଡିସେମ୍ବର 8 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.