ETV Bharat / bharat

ଅନ୍ତର୍ଜାତିକ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ସମ୍ମିଳନୀ ଚତୁର୍ଥ ସଂସ୍କରଣକୁ ସମ୍ବୋଧିତ କଲେ ମୋଦି - ଆନ୍ତର୍ଜାତିକ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦି

ଭାରତର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ପରିମଳ, ବିଦ୍ୟୁତ, ପରିବହନ ଓ ଆହୁରି ଅନେକ କ୍ଷେତ୍ରରେ ମୌଳିକ ସେବା ବ୍ୟବସ୍ଥାକୁ ଦୃଢୀଭୂତ କରୁଥିବାବେଳେ, ଆମେ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ମଧ୍ୟ ସମ୍ଭାଳୁଛନ୍ତି । ସେଥିପାଇଁ କପ-୨୬ ରେ ଆମେ ୨୦୭୦ ମସିହା ସୁଦ୍ଧା ନେଟ ଜିରୋ ରଖିବାକୁ ଆମର ବିକାଶ କାର୍ଯ୍ୟରେ ପରିବେଶ ସହ ସମାନ୍ତରାଳ ଭାବେ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : May 4, 2022, 10:52 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ଉଦଘାଟନୀ ଅଧିବେଶନକୁ ଭିସି ଯୋଗେ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନକାୱା ଆକୁଫୋ -ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଓ ମାଡାଗାସ୍କର ରାଷ୍ଟ୍ରପତି ଆଣ୍ଡ୍ରି ମିରିନା ରାଜୋଲିନା ମଧ୍ୟ ସମ୍ବୋଧନ କରିଛନ୍ତି ।

ପ୍ରଥମରୁ ପ୍ରଧାନମନ୍ତ୍ରୀ ମୋଦି ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ କୌଣସି ଆପଦାପନ୍ନ ବ୍ୟକ୍ତିଙ୍କୁ ବାଦ ନ ଦେବାର ପ୍ରତିଜ୍ଞା ବୋଲି ଉପସ୍ଥିତ ଜନସାଧାରଣଙ୍କୁ ମନେ ପକାଇ କହିଥିଲେ। ସେ ଦୃଷ୍ଟିରୁ “ଆଗାମୀ ବଂଶଧରଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆଶା ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ । ଭିତ୍ତିଭୂମି ହେଉଛି ଜନସାଧାରଣଙ୍କ ଉଚ୍ଚ ଗୁଣଯୁକ୍ତ, ନିର୍ଭରଯୋଗ୍ୟ ଓ ନିରନ୍ତର ସେବା ସମାନଭାବେ ପ୍ରଦାନ କରିବା ଦରକାର ବୋଲି କହିଥିଲେ । ପ୍ରତ୍ୟେକ ଭିତ୍ତିଭୂମି ବିକାଶର ମୂଳ ହେଉଛନ୍ତି ଜନସାଧାରଣ । ସେମାନଙ୍କୁ ଲକ୍ଷ୍ୟ ରଖି ଆମେ ଭାରତରେ ଯାହା କିଛି କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।" ଭାରତର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ପରିମଳ, ବିଦ୍ୟୁତ, ପରିବହନ ଓ ଆହୁରି ଅନେକ କ୍ଷେତ୍ରରେ ମୌଳିକ ସେବା ବ୍ୟବସ୍ଥାକୁ ଦୃଢୀଭୂତ କରୁଥିବାବେଳେ, ଆମେ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ମଧ୍ୟ ସମ୍ଭାଳୁଛନ୍ତି । ସେଥିପାଇଁ କପ-୨୬ ରେ ଆମେ ୨୦୭୦ ମସିହା ସୁଦ୍ଧା ନେଟ ଜିରୋ ରଖିବାକୁ ଆମର ବିକାଶ କାର୍ଯ୍ୟରେ ପରିବେଶ ସହ ସମାନ୍ତରାଳ ଭାବେ ଚାଲିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭିତ୍ତିଭୂମି ଗୁରୁତ୍ବ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, "ଭିତ୍ତିଭୂମି ନଷ୍ଟର ପ୍ରଭାବ ପରବର୍ତ୍ତୀ ବଂଶଧରମାନଙ୍କ ଉପରେ ପଡିଥାଏ । ଏହି ପରିପ୍ରେକ୍ଷୀରେ “ଆଧୁନିକ ବୈଷୟିକ ଜ୍ଞାନ ଯାହା ଆମ ପାଖରେ ଉପଲବ୍ଧ ତା’ ଦ୍ବାରା ଆମେ ଦୀର୍ଘସ୍ଥାୟୀ ନମନୀୟ ଭିତିଭୂମି ନିର୍ମାଣ କରିପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏହି ଆହ୍ବାନର ମୁକାବିଲା ପାଇଁ ସିଡିଆରଆଇ ସୃଷ୍ଟି କରାଯାଇଛି । ଏହି ସମ୍ମିଳିତ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ପ୍ରସାରିତ ହୋଇ ଅନେକ ଫଳପ୍ରଦ ହୋଇଛି । ଦ୍ବିପାଞ୍ଚଳ ଦେଶରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପଦକ୍ଷେପ କପ-୨୬ ରେ ନିଆଯିବା ପରେ ବିଶ୍ବର ୧୫୦ ଟି ବିମାନଘାଟୀ ଉପରେ ଅନୁଧ୍ୟାନ କରାଯାଇ ସିଡିଆରଆଇ କାର୍ଯ୍ୟ କରାଯାଇଛି । ସିଡିଆରଆଇ ନେତୃତ୍ବରେ ବିଶ୍ବରେ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ନେଇ ଯେଉଁ କାର୍ଯ୍ୟ କରାଯାଉଛି ତାହାର ବୈଶ୍ବିକ ଜ୍ଞାନ ଖୁବ ଉପାଦେୟ ହେବ ବୋଲି ମୋଦି କହିଥିଲେ ।

ଆମର ଭବିଷ୍ୟତ ଓ ନମନୀୟ କରିବାକୁ ହେଲେ ଆମକୁ ଏକ ନମନୀୟ ଭିତ୍ତିଭୂମି ଅବସ୍ଥାନ୍ତର ଦେଇ ଯିବାକୁ ପଡିବ । ଆମେ ଭିତ୍ତିଭୂମି ନମନୀୟ କଲେ ଆମେ କେବଳ ନିଜକୁ ବିପର୍ଯ୍ୟୟରୁ ରକ୍ଷା କରିବା ନାହିଁ ବରଂ ଅନେକ ଭାବି ବଂଶଧର ନିମନ୍ତେ ଏହା ସହାୟକ ହେବ’ ବୋଲି କହିଥିଲେ ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.