ETV Bharat / bharat

ଆଜି ଜୟପୁର ମହାଖେଳ ପ୍ରତିଯୋଗୀଙ୍କୁ ସମ୍ବୋଧନ କରିବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ଆଜି ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧନ କରିବେ ମୋଦି । ଅଧିକ ପଢନ୍ତୁ

PM address participants of Jaipur Mahakhel

author img

By

Published : Feb 5, 2023, 8:09 AM IST

ନୂଆଦିଲ୍ଲୀ: ଆଜି(ରବିବାର) ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ସମ୍ବୋଧିନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିନ ୧ଟା ସମୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜୟପୁର ଗ୍ରାମୀଣ ଲୋକସଭା ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର 2017ରୁ ଜୟପୁର ଠାରେ ଜୟପୁର ମହାଖେଳ ଆୟୋଜନ କରି ଆସୁଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ପ୍ରତିବର୍ଷ ଏହି ମହାଖେଳର ଆୟୋଜନ କରାଯାଇଥାଏ।

ମହାଖେଳରେ ଚଳିତ ବର୍ଷ କବାଡି ପ୍ରତିଯୋଗିତାକୁ ଗୁରୁତ୍ୱ ଦିଆଯାଉଛି। ଯାହା ଜାତୀୟ ଯୁବ ଦିବସ ଅବସରରେ ଜାନୁୟାରୀ 12 ତାରିଖରୁ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ 450 ରୁ ଅଧିକ ଗ୍ରାମ ପଞ୍ଚାୟତ, ପୌରପାଳିକା ଓ ଜୟପୁର ଗ୍ରାମୀଣ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ 8 ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡରୁ 64ଶହରୁ ଅଧିକ ଯୁବକ ଯୁବତୀ ଓ କ୍ରୀଡାବିତ ମହାଖେଳରେ ଭାଗ ନେଇଛନ୍ତି । ଜୟପୁରର ଯୁବପିଢିଙ୍କୁ କ୍ରୀଡା ଦକ୍ଷତା ପ୍ରଦର୍ଶିତ କରିବା ସହ କ୍ରୀଡାକୁ ବିକଳ୍ପ କ୍ୟାରିୟର ଭାବେ ଆପଣାଇବାକୁ ମହାଖେଳର ଆୟୋଜନ କରାଯାଇଛି । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଆଗକୁ ଯିବାରେ ପ୍ରେରଣା ଯୋଗାଇବ ।

ସେହିପରି ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ଗସ୍ତ କରିବା ନେଇ ସୂଚନା ରହିଛି । ପୂର୍ବାହ୍ନ ସାଢ଼େ 11ଟା ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତି ସପ୍ତାହ 2023 ଉଦଘାଟନ କରିବେ । ବିଶ୍ୱର ବିଭିନ୍ନ ଦେଶରେ 30 ଜଣ ମନ୍ତ୍ରୀ ଏଥିରେ ସାମିଲ ହେବା ନେଇ ସୂଚନା ମିଳିଛି । ଭାରତ ଶକ୍ତିର ଭବିଷ୍ୟତ ଓ ଆହ୍ୱାନ ଉପରେ 30 ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବେ । କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ତୈଳ ଓ ଗ୍ୟାସ ମୁଖ୍ୟ କାର୍ଯ୍ୟନିର୍ବାହୀ ମାନଙ୍କ ସହ ଏକ ବୈଠକରେ ଅଂଶଗ୍ରହଣ କରିବେ ।

ଏହାପରେ ଅପରାହ୍ନ 3ଟି ସମୟରେ ସେ ଟୁମକୁରୁ ଠାରେ ହାଲ ହେଲିକପ୍ଟର କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଗତ 2016ରେ ଏହାର ଶିଳାନ୍ୟାସ କରାଯାଇଥିଲା । ଏସିଆର ସର୍ବବୃହତ ଏହି ହେଲିକପ୍ଟର ନିର୍ମାଣ ସୁବିଧା ଥିବା କାରଖାନା ପ୍ରାଥମିକ ପର୍ଯ୍ୟାୟରେ ହାଲୁକା ଉପଯୋଗୀ ହେଲିକପ୍ଟର ତିଆରି କରିବ । ଭବିଷ୍ୟତରେ ବେସାମରିକ ଏଲୟୁଏଚ ରପ୍ତାନି ପାଇଁ ମଧ୍ୟ ଏହି କାରଖାନାର ସାମର୍ଥ୍ୟ ରହିଛି । ଏହାବ୍ୟତୀତ ହେଲିକପ୍ଟର ବିକାଶ ଓ ନିର୍ମାଣ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ମଧ୍ୟ ହାସଲ କରିବ । ଏହାପରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.