ETV Bharat / bharat

ଖଡଗେଙ୍କୁ ସପରିବାର ହତ୍ୟା ପାଇଁ ଷଡଯନ୍ତ୍ର ! ଅଡିଓ କ୍ଲିପ ସହ ଅଭିଯୋଗ କଲା କଂଗ୍ରେସ

author img

By

Published : May 6, 2023, 6:10 PM IST

କଂଗ୍ରେସ ଚିଫ୍‌ ମଲ୍ଲିକାର୍ଜୁନ ଖଡଗେଙ୍କୁ ସପରିବାର ହତ୍ୟା ପାଇଁ ବିଜେପି ପ୍ରାର୍ଥୀଙ୍କ ଷଡଯନ୍ତ୍ର । ଅଡିଓ କ୍ଲିପ ସହ ଅଭିଯୋଗ କଲା କଂଗ୍ରେସ । ବିଜେପିର ଖଣ୍ଡନ, ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଲେ ତଦନ୍ତ ହେବ । ଅଧିକ ପଢନ୍ତୁ

ଖଡଗେଙ୍କୁ ସପରିବାର ହତ୍ୟା ପାଇଁ ଷଡଯନ୍ତ୍ର ! ଅଡିଓ କ୍ଲିପ ସହ ଅଭିଯୋଗ କଲା କଂଗ୍ରେସ
ଖଡଗେଙ୍କୁ ସପରିବାର ହତ୍ୟା ପାଇଁ ଷଡଯନ୍ତ୍ର ! ଅଡିଓ କ୍ଲିପ ସହ ଅଭିଯୋଗ କଲା କଂଗ୍ରେସ

ବେଙ୍ଗାଲୁରୁ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପୁରା ପରିବାରକୁ ହତ୍ୟା ଷଡଯନ୍ତ୍ର । ଚଳିତ ବିଧାନସଭା ନିର୍ବାଚନୀ ମୈଦାନରେ ଥିବା ଜଣେ ବିଜେପି ପ୍ରାର୍ଥୀ ଏପରି ହତ୍ୟା ଷଡଯନ୍ତ୍ର କରିଥିବା କଂଗ୍ରେସର ବରିଷ୍ଠ ନେତା ରଣଦ୍ବୀପ ସୂର୍ଯ୍ୟେଓ୍ବାଲା ଅଭିଯୋଗ କରିଛନ୍ତି । ଏପରିକି ସୂର୍ଯ୍ୟେଓ୍ବାଲା ଏ ସମ୍ପର୍କିତ ଏକ ଅଡିଓ କ୍ଲିପ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି । ଯେଉଁଥିରେ ସମ୍ପୃକ୍ତ ବିଜେପି ପ୍ରାର୍ଥୀଜଣଙ୍କ କନ୍ନଡ ଭାଷାରେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁରା ପରିବାରକୁ ହତ୍ୟା କରିବା ପାଇଁ କହୁଥିବା ଅଭିଯୋଗ ହୋଇଛି । ଏପରି ସଙ୍ଗୀନ ଅଭିଯୋଗକୁ କିନ୍ତୁ ସମ୍ପୃକ୍ତ ପ୍ରାର୍ଥୀ ଓ ବିଜେପି ଖଣ୍ଡନ କରିଛି ।

କଂଗ୍ରେସର ଅଭିଯୋଗ ଅନୁସାରେ, ଏହି ଭାଇରାଲ ହେଉଥିବା ଅଡିଓଟି ଚିତାପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡଙ୍କର । କାଲାବୁରାଗୀ ଜିଲ୍ଲାରେ ଥିବା ଚିତାପୁର ନିର୍ବାଚନ ମଣ୍ଡଳୀରୁ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ ବିଧାୟକ ରହିଛନ୍ତି । ସେ ମଧ୍ୟ ଚଳିତ ନିର୍ବାଚନରେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡ କେହି ଜଣେ ସହଯୋଗୀଙ୍କୁ ଖଡଗେ ଓ ପୁରା ପରିବାରକୁ ହତ୍ୟା କରିବା ପାଇଁ କହୁଥିବାର କଂଗ୍ରେସ ଅଭିଯୋଗ କରିଛି ।

ପ୍ରେସମିଟରେ ଏପରି ଅଭିଯୋଗ କରି ସୂର୍ଯ୍ୟେଓ୍ବାଲା ଏହି ଅଡିଓ କ୍ଲିପକୁ ଚଲାଇବା ସହ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି, କଂଗ୍ରେସ ରାଜ୍ୟବାସୀଙ୍କ ଆର୍ଶୀବାଦ ଓ ସମର୍ଥନ ପାଇବାକୁ ଯାଉଛି । ଏଥିରେ ବିଜେପି ଭୟଭୀତ ହୋଇ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜିନ ଖଡଗେ ଓ ତାଙ୍କ ପୁରା ପରିବାରକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛି । ସେହିପରି ଏପରି ଷଡଯନ୍ତ୍ର କରୁଥିବା ବିଜେପି ପ୍ରାର୍ଥୀ ରାଥୋଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇଙ୍କ ବେଶ ଘନିଷ୍ଠ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବ ରହିବେ । ବେଙ୍ଗାଲୁରୁ ପୋଲିସ ଓ ନିର୍ବାଚନ କମିଶନ ମଧ୍ୟ ଚୁପ ରହିବ । ହେଲେ ଏହି ପ୍ରସଙ୍ଗରେ ରାଜ୍ୟବାସୀ ଚୁପ ରହିବେ ନାହିଁ । ସେମାନେ ନିର୍ବାଚନରେ ଏହାକୁ ନେଇ ଉଚିତ ଜବାବ ଦେବେ ବୋଲି ସୂର୍ଯ୍ୟେଓ୍ବାଲା କହିଛନ୍ତି ।

ତେବେ କଂଗ୍ରେସର ଏପରି ସଙ୍ଗୀନ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । କଂଗ୍ରେସ ଅଭିଯୋଗ କରୁଥିବା ସମ୍ପୃକ୍ତ ବିଜେପି ବିଧାୟକ ପ୍ରାର୍ଥୀ ମଣିକାନ୍ତ ରାଥୋଡ ଏହାକୁ ସମୁଳେ ଖଣ୍ଡନ କରିବା ସହ ଏହା ଏକ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ପ୍ରସ୍ତୁତ ଅଡିଓ କ୍ଲିପ ବୋଲି କହିଛନ୍ତି । ଖଡଗେଙ୍କ ପରିବାରକୁ କ୍ଷତି ପହଞ୍ଚାଇବାରେ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । ସେ ନିର୍ବାଚନ ଜିତିବାକୁ ଯାଉଥିବା କହିଛନ୍ତି ବିଜେପି ପ୍ରାର୍ଥୀ ରାଥୋଡ । ଅନ୍ଯପଟେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଏହି ଘଟଣାରେ ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି । ବୋମ୍ମାଇ କହିଛନ୍ତି, ଏହି ଅଭିଯୋଗକୁ ଗୁରୁତର ସହ ନିଆଯାଇଛି । ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.