ETV Bharat / bharat

କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ଉପରୁ GST ଛାଡ ପାଇଁ ଆବେଦନ

author img

By

Published : Apr 29, 2021, 10:14 PM IST

କୋଭିଡ-19 ଚିକିତ୍ସାରେ ବ୍ୟବହୃତ ସମସ୍ତ ଔଷଧ ଓ ଉପକରଣ ଉପରେ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି ଛାଡ୍ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ଅଧିକ ପଢନ୍ତୁ...

 ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ-19 ଚିକିତ୍ସାରେ ବ୍ୟବହୃତ ସମସ୍ତ ଔଷଧ ଓ ଉପକରଣ ଉପରେ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି ଛାଡ୍ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ପବ୍ଲିକ୍ ପଲିସି ଆଡଭୋକେଟ୍ସଙ୍କ ଦ୍ବାରା ଏହି ପିଟିସନ୍ ଦାଖଲ କରାଯାଇଥିଲା । ଏଥିରେ କୁହାଯାଇଛି, ଏହା ଏକ ମହାମାରୀ ପରିସ୍ଥିତି ଏବଂ ଏପରି ପରିସ୍ଥିତିରେ ରେମଡେସିଭିର, ଫାଭିପିରାଭିର ଇତ୍ୟାଦି ଔଷଧ, ଭେଣ୍ଟିଲେଟର, ବିପିଏପ୍ ମେସିନ୍ ଇତ୍ୟାଦିକୁ ଜିଏସଟି ମୁକ୍ତ କରିବା ଆବଶ୍ୟକ ବୋଲି କୁହାଯାଇଛି ।

ମହାମାରୀ ସମୟରେ ସ୍ବାସ୍ଥ୍ୟଗତ ଅଧିକାର ଏକ ଗୁରୁତ୍ବପୂର୍ଣ୍ଣ ମହତ୍ତ୍ବ ଗ୍ରହଣ କରେ କାରଣ ସୁଲଭ ସ୍ବାସ୍ଥ୍ୟସେବା ଏବଂ ଔଷଧର ଉପଲବ୍ଧତା ମଧ୍ୟମ ତଥା ଗୁରୁତର ରୋଗର ମୁକାବିଲା ପାଇଁ ସହାୟକ ହେବ । ଏହା କଳାବଜାରୀ ରୋକିବାରେ ପ୍ରଭାବ ପକାଇବ । ତେବେ ଏହାପୂର୍ବରୁ ଗୁରୁବାର କୋଭିଡ-19 ମହାମାରୀ ସହ ଜଡିତ କେତେକ ବିଷୟ ଉପରେ ତୁରନ୍ତ ନିର୍ଦ୍ଦେଶନାମା ପଠାଇବାକୁ ଅନୁରୋଧ କରି ଭାରତର ବିଭିନ୍ନ ଆଇନ ଛାତ୍ରଙ୍କ ଗୋଷ୍ଠୀ ମିଳିତ ଭାବେ ମୁଖ୍ୟ ବିଚାରପତିଙ୍କୁ ଚିଠି ପଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.