ETV Bharat / bharat

ରାଶି ଅନୁଯାୟୀ ଶୁଭ ରଙ୍ଗ ସହିତ ଖେଳନ୍ତୁ ହୋଲି - ଶୁଭ ରଙ୍ଗ ସହିତ ଖେଳନ୍ତୁ ହୋଲି

ଜାଣନ୍ତୁ ରାଶି ଅନୁଯାୟୀ ଏହି ହୋଲିରେ କେଉଁ ରଙ୍ଗ ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ...

ରାଶି ଅନୁଯାୟୀ ଶୁଭ ରଙ୍ଗ ସହିତ ଖେଳନ୍ତୁ ହୋଲି
ରାଶି ଅନୁଯାୟୀ ଶୁଭ ରଙ୍ଗ ସହିତ ଖେଳନ୍ତୁ ହୋଲି
author img

By

Published : Mar 29, 2021, 7:01 AM IST

ମେଷ:

ହୋଲିରେ, ମେଷ ରାଶିର ବ୍ୟକ୍ତିମାନେ ଗୋଲାପୀ, ନାଲି, ହଳଦିଆ ଏବଂ ଧଳା ରଙ୍ଗରେ ହୋଲି ଖେଳିବା ଉଚିତ । ସର୍ବପ୍ରଥମେ ଏବଂ ସବୁଠାରୁ ମହତ୍ତ୍ବପୂର୍ଣ୍ଣ, ଆପଣଙ୍କୁ ଭଗବାନ ଗଣେଶଙ୍କ ପ୍ରତିମା ଉପରେ ଏକ ଟୀକା ଲଗାଇ ତାପରେ ହୋଲି ଖେଳିବା ଉଚିତ । ରାସାୟନିକ ପଦାର୍ଥ ଥିବା ରଙ୍ଗଗୁଡ଼ିକ ସହିତ ହୋଲି ନ ଖେଳିବା ଆପଣଙ୍କ ପାଇଁ ଭଲ ।

ବୃଷ:

ବୃଷ ରାଶିର ଲୋକମାନଙ୍କୁ ହୋଲି ଖେଳିବା ପାଇଁ ସବୁଜ, ଉଜ୍ଜ୍ବଳ ଏବଂ ଧଳା ରଙ୍ଗ ବାଛିବା ଉଚିତ । ଗାଢ଼ ରଙ୍ଗରେ ହୋଲି ଖେଳିବା ଠାରୁ ଦୂରେଇ ରହିବା ଉଚିତ । ଏହାକୁ ଧ୍ୟାନରେ ରଖନ୍ତୁ ଯେ, ବୃଷ ରାଶିର ଲୋକମାନଙ୍କୁ ଫୁଲରୁ ପ୍ରସ୍ତୁତ ରଙ୍ଗ ବ୍ୟବହାର କରିବା ଉଚିତ୍ । ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଆପଣଙ୍କୁ ହୋଲି ଖେଳ ଆରମ୍ଭ କରିବା ଉଚିତ ।

ମିଥୁନ:

ମିଥୁନ ରାଶିର ଲୋକମାନଙ୍କୁ ହାଲୁକା ନୀଳ ଏବଂ ସବୁଜ ରଙ୍ଗର ବ୍ୟବାହର କରିବା ଉଚିତ । ହୋଲି ଖେଳିବା ଆରମ୍ଭ କରିବା ପୂର୍ବରୁ, ଆପଣଙ୍କୁ ଭଗବାନ ଶିବଙ୍କ ମନ୍ଦିର ଦର୍ଶନ କରି ଯିବା ଉଚିତ । ଆପଣଙ୍କୁ ଭଗବାନ ଶିବ ଓ ତାଙ୍କର ପରିବାର ସଦସ୍ୟଙ୍କ ଉପରେ ରଙ୍ଗ ଲଗାଇବା ସହ ଆପଣଙ୍କର ଭଲ ଭାଗ୍ୟ ପାଇଁ ପ୍ରାର୍ଥନା କରିବା ଉଚତ ।

କର୍କଟ:

କର୍କଟ ରାଶିର ବ୍ୟକ୍ତିମାନଙ୍କୁ ଧଳା, ଗୋଲାପୀ, ନାଲି ଏବଂ ଯେକୌଣସି ହାଲୁକା ରଙ୍ଗ ସହିତ ହୋଲି ଖେଳିପାରନ୍ତି । ହୋଲି ଖେଳିବା ପୂର୍ବରୁ, ଆପଣଙ୍କୁ ଗୁଲାଲ, ଅବିର ଏବଂ ହଳଦୀ (ହଳଦୀ ଗୁଣ୍ଡ) ମିଶାଇ ଭଗବାନ ବିଷ୍ଣୁଙ୍କ ପ୍ରତିମା ଉପରେ ଲଗାଇବା ଉଚିତ । ଏହା ପରେ ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ଏକତ୍ର ହୋଲି ଖେଳିପାରିବେ ।

ସିଂହ:

ସିଂହ ରାଶିର ବ୍ୟକ୍ତିମାନଙ୍କୁ କେଶରୀ, ନାଲି, ଗୋଲାପି, ସବୁଜ ଏବଂ ହାଲୁକା ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ । ହୋଲି ଖେଳିବା ପୂର୍ବରୁ ଆପଣଙ୍କୁ ସୂର୍ଯ୍ୟଙ୍କୁ ସିନ୍ଦୁର ମିଶ୍ରିତ ଅର୍ଘ୍ୟ ପ୍ରଦାନ କରିବା ଉଚିତ । ଏହା ସହିତ, ସର୍ବପ୍ରଥମେ, ଆପଣଙ୍କୁ ନିଜ ପିତାଙ୍କୁ କୌଣସି ରଙ୍ଗ ଲଗାଇବା ଉଚିତ ।

କନ୍ୟା:

ହୋଲି ଖେଳିବା ସମୟରେ, କନ୍ୟା ରାଶିର ବ୍ୟକ୍ତିମାନେ ସବୁଜ, ହାଲୁକା ସବୁଜ, ସମୁଦ୍ର ନୀଳ ପରି ପ୍ରକୃତି ସହିତ ଜଡ଼ିତ ରଙ୍ଗ ବ୍ୟବହାର କରିପାରିବେ । ପ୍ରଭୁ ଗଣେଶଙ୍କ ଉପରେ ରଙ୍ଗ ଲଗାଇ ଆପଣଙ୍କୁ ହୋଲି ଖେଳ ଆରମ୍ଭ କରିବା ଉଚିତ । ଗଣେଶଙ୍କ ପରେ, ଆପଣଙ୍କୁ ନିଜ ଗୁରୁଙ୍କୁ ରଙ୍ଗ ଲଗାଇବେ ଏବଂ ତାଙ୍କଠାରୁ ଆଶୀର୍ବାଦ ଲେବା ଉଚିତ ।

ତୁଳା:

ତୁଳା ରାଶିର ବ୍ୟକ୍ତିମାନେ ସବୁ ପ୍ରକାରର ରଙ୍ଗ ପସନ୍ଦ କରିଥାନ୍ତି । ତୁଳା ରାଶିର ବ୍ୟକ୍ତିମାନେ ହୋଲି ଖେଳିବା ପାଇଁ ଗୋଲାପୀ, ଧଳା କିମ୍ବା ଅନ୍ୟ କୌଣସି ଉଜ୍ଜଳ ରଙ୍ଗ ବ୍ୟବହାର କରିପାରିବେ । ଆପଣ ନିଜ ଜୀବନସାଥୀଙ୍କୁ ରଙ୍ଗ ଲଗାଇବା ପରେ ହୋଲି ଖେଳ ଆରମ୍ଭ କରିବା ଉଚିତ । ଯଦି ଆପଣ ବିବାହିତ ନୁହନ୍ତି, ତେବେ ଆପଣଙ୍କୁ କୌଣସି ଛୋଟ ଝିଅକୁ ଦେବୀଙ୍କ ରୂପ ବିଚାର କରି ତା’ ପାଦରେ ରଙ୍ଗ ଲଗାଇବା ଉଚିତ ।

ବିଛା:

ବିଛା ରାଶିର ଜାତକ ଥିବା ବ୍ୟକ୍ତିମାନଙ୍କୁ ପାଣି ବ୍ୟବହାର କରିବା ଉଚିତ ନୁହେଁ । ବିଛା ରାଶି ଏକ ଜଳ ସମ୍ବନ୍ଧୀୟ ରାଶି ଅଟେ । ଏଥିପାଇଁ, ପାଣିର ଅପବ୍ୟବହାର ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ହୋଲି ଖେଳିବା ପାଇଁ ନାଲି, ଗାଢ଼ ନାଲି ଏବଂ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ସର୍ବପ୍ରଥମେ ପ୍ରଭୁ ହନୁମାନଙ୍କ ନିକଟରେ ସିନ୍ଦୁର (ସିନ୍ଦୁରୀ) କିମ୍ବା କେଶରୀ ରଙ୍ଗ ଲଗାଇ ହୋଲି ଖେଳ ଆରମ୍ଭ କରନ୍ତୁ ।

ଧନୁ:

ଧନୁ ରାଶିର ବ୍ୟକ୍ତିମାନେ ହୋଲି ଖେଳିବା ପାଇଁ ହଳଦିଆ, ହାଲୁକା ହଳଦିଆ, ସିନ୍ଦୁର (ସିନ୍ଦୁରୀ), କମଳା ରଙ୍ଗ ବ୍ୟବହାର କରିବା ଉଚିତ । ଆପଣଙ୍କୁ ସର୍ବପ୍ରଥମେ ନିଜ ଗୁରୁଙ୍କ ଉପରେ ହଳଦିଆ ରଙ୍ଗ ଲଗାଇବା ପରେ ହୋଲି ଖେଳ ଆରମ୍ଭ କରିବା ଉଚିତ । ଏହା ଆପଣଙ୍କ ସୌଭାଗ୍ୟ ବୃଦ୍ଧି କରିବ ।

ମକର:

ଆପଣଙ୍କୁ କଳା ରଙ୍ଗରେ ହୋଲି ଖେଳିବାରୁ ବଞ୍ଚିତ ରହିବା ଉଚିତ । ମକର ରାଶିର ଜାତକ ଥିବା ବ୍ୟକ୍ତିମାନଙ୍କୁ ହୋଲି ଖେଳିବା ସମୟରେ ନୀଳ, ଧଳା, ହାଲୁକା ନୀଳ, ଆକାଶିଆ ରଙ୍ଗ, ଏବଂ ସବୁଜ ରଙ୍ଗର ବ୍ୟବହାର କରିବା ଉଚିତ । ହୋଲି ଖେଳ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଭଗବାନ କୃଷ୍ଣଙ୍କ ମନ୍ଦିରରେ ରଙ୍ଗ ଅର୍ପଣ କରିବା ଉଚିତ ।

କୁମ୍ଭ:

କୁମ୍ଭ ରାଶିର ସ୍ବାମୀ ହେଉଛନ୍ତି ଶନି । କୁମ୍ଭ ରାଶିର ବ୍ୟକ୍ତିମାନେ ନୀଳ, ଧଳା, ଲୋହିତ, ବାଇଗଣୀ ପରି ରଙ୍ଗ ବ୍ୟବହାର କରିବା ଉଚିତ । କୌଣସି ଶନି ମନ୍ଦିରକୁ ଯାଇ ନୀଳ ରଙ୍ଗ ଅର୍ପଣ କରିବା ପରେ ଆପଣଙ୍କୁ ହୋଲି ଖେଳ ଆରମ୍ଭ କରିବା ଉଚିତ । ଯଦି ଏହା ସମ୍ଭବ ନୁହେଁ, ତେବେ ଆପଣ ଭଗବାନ ଶିବଙ୍କୁ ନୀଳ ରଙ୍ଗ ଅର୍ପଣ କରିପାରିବେ ଏବଂ ଏହାପରେ ହୋଲି ଖେଳ ଆରମ୍ଭ କରିବେ ।

ମୀନ:

ମୀନ ରାଶିର ବ୍ୟକ୍ତିମାନଙ୍କୁ ହୋଲି ଖେଳିବା ସମୟରେ ଯଦି ହଳଦିଆ, ଗାଢ଼ ହଳଦିଆ, ଗୋଲାପୀ, ହାଲୁକା ନାଲି ଏବଂ ଧଳା ରଙ୍ଗ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଜୀବନରେ ସକରାତ୍ମକତା ବୃଦ୍ଧି କରିପାରେ । ମୀନ ରାଶିର ବ୍ୟକ୍ତିମାନେ ଭଗବାନ ବିଷ୍ଣୁଙ୍କୁ ହଳଦୀ (ହଳଦୀ ଗୁଣ୍ଡ) ଅର୍ପଣ କରିବା ପରେ ହୋଲି ଖେଳ ଆରମ୍ଭ କରିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.