ETV Bharat / bharat

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରୁ ହଟିପାରେ ପ୍ଲାଜମା ଥେରାପି

author img

By

Published : May 16, 2021, 11:37 AM IST

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ହଟିପାରେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଆକ୍ରାନ୍ତଙ୍କ ଚିକିତ୍ସାରୁ ପ୍ଲାଜମା ଥେରାପି ହଟିବାର ସମ୍ଭାବନା

ନୂଆଦିଲ୍ଲୀ: କୋଭିଡ଼ କ୍ଲିନିକାଲ ପରିଚାଳନାରୁ ପ୍ଲାଜମା ଥେରାପି ହଟିପାରେ ବୋଲି ଶନିବାର ଜଣାପଡିଛି । କୋଭିଡ ମୁକାବିଲା ଦାୟିତ୍ବରେ ଥିବା ICMRର ଜାତୀୟ ଟାସ୍କ ଫୋର୍ସ ଏହି ନିଷ୍ପତ୍ତି ନେଇଛନ୍ତି । କାରଣ କୋଭିଡ଼ ଆକ୍ରାନ୍ତଙ୍କୁ ପ୍ଲାଜମା ଦେଇସାରିବା ପରେ ମଧ୍ୟ ଅନେକ ଥର ଆକ୍ରାନ୍ତଙ୍କ ଉପରେ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି ।

ପ୍ଲାଜମା ଥେରାପିର କୌଣସି ପ୍ରଭାବ ପଡୁନଥିବାରୁ ଏହାକୁ କ୍ଲିନିକାଲ ପରିଚାଳନାରୁ ହଟାଇବା ପାଇଁ ସ୍ଥିର କରାଯାଇଛି । କିନ୍ତୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଦେଶରେ ସଂକ୍ରମଣ ବଢୁଥିବାରୁ ପ୍ଲାଜମା ଦାତାମାନଙ୍କ ଚାହିଦା ବଢିବାରେ ଲାଗିଛି । ଏଣୁ ବିଶେଷଜ୍ଞମାନେ କୋରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଥେରାପିର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ଗବେଷଣା ସମୟରେ ପ୍ଲାଜମା ଥେରାପି ଆକ୍ରାନ୍ତଙ୍କ ଉପରେ ବିଶେଷ ପ୍ରଭାବ ପକାଉନଥିବା ଜଣାପଡିଛି ।

ସେପଟେ ଗତ 24 ଘଣ୍ଟାରେ ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଦେଶରେ 3 ଲକ୍ଷ 26 ହଜାର 98 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 3 ଲକ୍ଷ 53 ହଜାର 299 ଆକ୍ରାନ୍ତ । ତେବେ ଶନିବାର ନୂଆ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଥିଲା । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 43 ଲକ୍ଷ 72 ହଜାର 907ରେ ପହଞ୍ଚିଥିବା ବେଳେ 36 ସକ୍ଷ 73 ହଜାର 803 ସକ୍ରିୟ ଓ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 4 ଲକ୍ଷ 32 ହଜାର 898ରେ ପହଞ୍ଚିଛି । ସେପଟେ 3890 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା 2 ଲକ୍ଷ 66 ହଜାର 207ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.