ETV Bharat / bharat

LACରେ ପୁଣି ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷର ଅନେକ ଯବାନ ଆହତ - ଏଲଏସିରେ ପୁଣି ସଂଘର୍ଷ

ପୁଣି ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ । 9 ତାରିଖରେ ଘଟିଛି ଘଟଣା ।ଅସ୍ତ୍ରଶସ୍ତ୍ର ସହ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ 3 ଶହ ଚୀନ ଯବାନ । ଉଭୟ ପକ୍ଷର କିଛି ଯବାନ ସାମାନ୍ୟ ଆହତ ସୂଚନା । ଅଧିକ ପଢନ୍ତୁ

ପୁଣି LACରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ
ପୁଣି LACରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ
author img

By

Published : Dec 12, 2022, 7:48 PM IST

Updated : Dec 12, 2022, 8:31 PM IST

ହାଇଦ୍ରାବାଦ: ପୁଣି ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଛି । ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଗତ 9 ତାରିଖରେ ଅରୁଣାଚଳ ପ୍ରଦେଶ ସୀମା ସଲଗ୍ନ ତାୱଙ୍ଗ କ୍ଷେତ୍ରରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି । ପ୍ରାୟ 3 ଶହ ଚୀନ ଯବାନ ଅସ୍ତ୍ରଶସ୍ତ୍ର ସହ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିଲେ । ଭାରତୀୟ ଯବାନ ସେମାନଙ୍କୁ ଦୃଢତାର ସହ ପ୍ରତିରୋଧ କରିବା ସହ ସେମାନଙ୍କୁ ତଡିବାରେ ସଫଳ ହୋଇଥିଲେ ।

  • On 9th Dec 2022, PLA troops contacted the LAC in Tawang Sector of Arunachal Pradesh which was contested by Indian troops in a firm and resolute manner. This face-off led to minor injuries to a few personnel from both sides. Both sides immediately disengaged from the area: Sources pic.twitter.com/vQLXcM3xLS

    — ANI (@ANI) December 12, 2022 " class="align-text-top noRightClick twitterSection" data=" ">

ଉଭୟ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉଭୟ ପକ୍ଷର କିଛି ଯବାନ ସାମାନ୍ୟ ହୋଇଛନ୍ତି । ଭାରତ ଠାରୁ ଚୀନ ସେନାର ଅଧିକ ଯବାନ ଆହତ ହୋଉଥିବା ସୂଚନା ମିଳିଛି । କିଛି ସମୟର ଉତ୍ତେଜନା ପରେ ଉଭୟ ପକ୍ଷ ପଛକୁ ହଟିଥିଲେ । ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ହୋଇଥିଲା । କମାଣ୍ଡରସ୍ତରୀୟ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଗଲା ।

  • Indian troops in area of face-off in Tawang gave befitting response to Chinese troops.Number of Chinese soldiers injured is more than that of Indian soldiers.Chinese had come heavily prepared with around 300 soldiers but didn't expect Indian side also to be well prepared: Sources pic.twitter.com/hKVVIQlSp4

ସୂଚନା ଅନୁସାରେ, ପ୍ରାୟ 300 ଚୀନ ଯବାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରସ୍ତୁତି ସହ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିଲେ । ଏହାକୁ ଦୃଢତାର ସହ ବାଧା ଦେଇଥିଲେ ସେଠାରେ ମୁତୟନ ଥିବା ଭାରତୀୟ ଯବାନ । ସମସ୍ତ ଚୀନ ଯବାନଙ୍କୁ ସେଠାରୁ ତଡିବାରେ ଭାରତୀୟ ସୁରକ୍ଷାବଳ ସକ୍ଷମ ହୋଇଥିଲା । ତେବେ ଏଥିରେ ଭାରତ ଅପେକ୍ଷା ଅଧିକ ଚୀନ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଗଲଓ୍ୱାନ ସଂଘର୍ଷ ପରେ ଏହା ଭାରତ-ଚୀନ ମଧ୍ୟରେ ଦ୍ୱିତୀୟ ସଂଘର୍ଷ ସୂଚନା । ଗଲଓ୍ୱାନ ସଂଘର୍ଷ ପରେ ଉଭୟ ଦେଶର ସେନା ମଧ୍ୟରେ ୨୦ ଥର କମାଣ୍ଡର ସ୍ତରୀୟ ବୈଠକ ବସି ସାରିଛି । ତେବେ ଗୋଟିଏ ପଟେ ଶାନ୍ତି ପାଇଁ ପ୍ରଚେଷ୍ଟା ସମୟରେ ପୁଣି ସଂଘର୍ଷ ବିବାଦକୁ ବଢାଇପାରେ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2022, 8:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.