ETV Bharat / bharat

Amarnath Yatra: କାଲିଠୁ ଅମରନାଥ ଯାତ୍ରା, ଜମ୍ମୁ ବେସ କ୍ୟାମ୍ପରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ - ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଆସନ୍ତାକାଲି( ଗୁରୁବାର) ଠାରୁ ପ୍ରସିଦ୍ଧ ଅମରାନାଥ ଯାତ୍ରା ଆରମ୍ଭ । ଶ୍ରୀନଗରରେ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚକୁ ପଠାଗଲା ବେସ କ୍ୟାମ୍ପ । ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କଲେ ଉପରାଜ୍ୟପାଳ ମନୋଜ ସିହ୍ନା । ଅଧିକ ପଢନ୍ତୁ

ଆସନ୍ତାକାଲି ଠାରୁ ଅମରନାଥ ଯାତ୍ରା ଆରମ୍ଭ: ଜମ୍ମୁ ବେସ କ୍ୟାମ୍ପରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ

author img

By

Published : Jun 29, 2022, 7:49 AM IST

ଶ୍ରୀନଗର: ଦୁଇ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି (ଜୁନ 30)ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଆଜି ଦେଶର ବିଭିନ୍ନ କୋଣରୁ ଶ୍ରଦ୍ଧାଳୁମାନେ ଶ୍ରୀନଗରେ ପହଞ୍ଚିବା ଆରମ୍ଭ କରି ସାରିଛନ୍ତି (Pilgrims reach Jammu for Amarnath Yatra) । ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚକୁ ଯାତ୍ରା ଆରମ୍ଭ ହେବାକୁ ଥିବା ବେସ କ୍ୟାମ୍ପକୁ ପଠାଯାଇଛି । ଆଜି ଉପ ରାଜ୍ୟପାଳ ମନୋଜ ସିହ୍ନା ନିଜେ ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ସ୍ବତନ୍ତ୍ର ବସ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେସ କ୍ୟାମ୍ପକୁ ପଠାଯାଇଛି ।

  • #WATCH | Jammu & Kashmir LG Manoj Sinha sends off the first batch of Amarnath Yatra pilgrims from Jammu base camp. The yatra will commence on June 30 pic.twitter.com/LbTtM0rLnN

    — ANI (@ANI) June 29, 2022 " class="align-text-top noRightClick twitterSection" data=" ">

ସେମାନେ ସେଠାରେ ପହଞ୍ଚିବା ପରେ ପ୍ରୋଟେକଲ ଅନୁସାରେ ପ୍ରକ୍ରିୟା ଅନୁସରଣ କରାଯିବ । ସେଠାରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସୁରକ୍ଷା ସମ୍ପର୍କିତ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଉଛି । ପରେ ସେମାନେ ଯାତ୍ରା ଆରମ୍ଭ କରିବେ । ସମଗ୍ର ଯାତ୍ରାର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳକୁ ଦିଆଯାଇଛି ।

ହିମାଳୟ ପର୍ବତରେ ଭୂପୃଷ୍ଠରୁ ପ୍ରାୟ 3,880 ମିଟର ଉଚ୍ଚରେ ଥିବା ବାବା କେଦାରନାଥଙ୍କ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା କରି ବାବାଙ୍କ ବରଫରେ ଆବିର୍ଭାବ ସ୍ବରୂପକୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏହି ଗୁମ୍ଫାରେ ବରଫରେ ଶିବଲିଙ୍ଗ ପ୍ରକଟ ହୋଇଥାନ୍ତି । ଯାହାକୁ ଦର୍ଶନ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଏହି ପ୍ରସିଦ୍ଧ ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଚଳିତ ବର୍ଷ ଦୁଇଟି ମାର୍ଗରେ ଏହି ଯାତ୍ରା କରିବା ପାଇଁ ସ୍ଥିର କରାଯାଇଛି । ପାହାଲଗାମ ଓ ବାଲତାଲ ରୁଟ ଦେଇ ଯାତ୍ରା କରି ପାରିବେ ଶ୍ରଦ୍ଧାଳୁ । ଅଂଶଗ୍ରହଣକାରୀ ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ବରୁ ପଞ୍ଜୀକରଣ ମଧ୍ୟ ଶେଷ ହୋଇଛି ।

ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସେମାନଙ୍କ ସ୍ବାସ୍ଥ୍ୟ ଓ କୋଭିଡ ସମ୍ପର୍କିତ ନିୟମାବଳୀ ପାଳନ ନେଇ ସମସ୍ତ ଆୟୋଜନ କରିଛି ସ୍ଥାନୀୟ ପ୍ରଶାସନ । ସେହିପରି କୋଭିଡ ସଂକ୍ରମଣ କାରଣରୁ ଗତ 2 ବର୍ଷ ବନ୍ଦ ରହିବା ପରେ ଚଳିତ ବର୍ଷ ଯାତ୍ରା ଅନୁଷ୍ଠିତ ହେଉଥିବାକୁ ଯାତ୍ରୀଙ୍କ ମଧ୍ୟରେ ଅପେକ୍ଷାକୃତ ଅଧିକ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ଶେଷ କରିଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.