ନୂଆଦିଲ୍ଲୀ: ଚୀନକୁ ତା ଭାଷାରେ ଜବାବ ଦେବାକୁ ଭାରତର ତୟାରୀ । ଡ୍ରାଗନର ଶତ୍ରୁ ଦେଶଙ୍କୁ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ଏବଂ ବିକ୍ରି ପାଇଁ ଭାରତର ଐତିହାସିକ ପଦକ୍ଷେପ । ଦକ୍ଷିଣ ଚୀନ ସାଗରରେ, ଚୀନକୁ ଘେରିବାକୁ ଫିଲିପାଇନ୍ସକୁ ମିଳିଲା ନୂଆ ବଳ । ଫିଲିପାଇନ୍ସକୁ ବ୍ରହ୍ମୋସ୍ ମିସାଇଲ ଯୋଗାଇବ ଭାରତ । ଏଥିପାଇଁ ଭାରତ ସହ ୩୭୫ ମିଲିୟନ ଡଲାରର ଡିଲ୍ କରିଛି ।
ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମୋସ ସୁପରସୋନିକ୍ ଆଣ୍ଟି ସିପ୍ (brahmos Supersonic Anti Cruise Missile) କ୍ରୁଜ୍ ମିସାଇଲ ଯୋଗାଇବ ଭାରତ । ତେବେ ଭାରତର ସର୍ବଶକ୍ତିଶାଳୀ କ୍ଷେପଣାସ୍ତ୍ର ହେଉଛି ବ୍ରହ୍ମୋସ୍ । ଏହି ମିସାଇଲ ସମସ୍ତ ଭର୍ସନ ଭାରତ ନିକଟରେ ରହିଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଏହାକୁ ବ୍ୟବହାର କରି ହେବ ।
ଫିଲିପାଇନ୍ସ ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ଡିଲ୍ କରିଛି ଭାରତ । ବ୍ରହ୍ମୋସ ସୁପରସୋନିକ୍ ଆଣ୍ଟି ସିପ୍ କ୍ରୁଜ୍ ମିସାଇଲ ଫିଲିପାଇନ୍ସ ନୌସେନାରେ ସାମିଲ ହେବ । ଚଳିତ ମାସ ପ୍ରଥମରୁ ହିଁ ଫିଲିପାଇନ୍ସକୁ ୩୭୪.୯ ମିଲୟନ ଡଲାର ମୂଲ୍ୟରେ ବ୍ରହ୍ମୋସ ସୁପରସୋନିକ୍ ଆଣ୍ଟି ସିପ୍ କ୍ରୁଜ୍ ମିସାଇଲ ଯୋଗାଇବାକୁ ଭାରତ ପ୍ରସ୍ତାବ ଦେଇଥିଲା ।
ଏଭଳି ଡିଲ୍ କରି ଭାରତ ବିଶ୍ବର ଅନ୍ୟତମ ପ୍ରତିରକ୍ଷା ସାମଗ୍ରୀ ଏକ୍ସପର୍ଟ ଦେଶ ମଧ୍ୟରେ ସାମିଲ ହୋଇଛି । ଯେଉଁ ସବୁ ଦେଶ ଅନ୍ୟଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ଯୁଦ୍ଧାସ୍ତ୍ର ଯୋଗାଇ ଆସୁଛନ୍ତି । ଅନ୍ୟ ବନ୍ଧୁ ଦେଶଗୁଡ଼ିକ ମଧ୍ୟ ଏହି ଅତ୍ଯାଧୁନିକ ମିଶାଇଲ କିଣିବାକୁ ଇଚ୍ଛା ପ୍ରକାଶ କରିବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।
ବର୍ତ୍ତମାନ ଅନ୍ୟ ଦେଶଗୁଡି଼କ ସହ ବ୍ରହ୍ମୋସ ମିସାଇଲକୁ ନେଇ ଡିଲ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରିନାହିଁ । ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ପରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଭାରତ ଏହି ଅତ୍ୟାଧୁନିକ ମିଶାଇଲ ଯୋଗାଇବ । ଏହି ମିସାଇଲ ସ୍ଥଳ ଭାଗରୁ 400 କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ