ETV Bharat / bharat

ଚଳିତ ବର୍ଷ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବାଧ୍ୟତାମୂଳ ନୁହେଁ PhD - assistant prof

ସରକାର ଚଳିତ ବର୍ଷ ସହକାରୀ ପ୍ରଫେସର ପଦ ପାଇଁ ପିଏଚଡି ଆବଶ୍ୟକତାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ମହାମାରୀ କୋରୋନା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଅଧିକ ପଢନ୍ତୁ...

ଚଳିତ ବର୍ଷ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବାଧ୍ୟତାମୂଳ ନୁହେଁ PhD

author img

By

Published : Oct 1, 2021, 8:03 PM IST

ନୂଆଦିଲ୍ଲୀ: ସହକାରୀ ଅଧ୍ୟାପକ ତଥା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ପାଇଁ ପିଏଚଡି(PhD)ର ସର୍ବନିମ୍ନ ଯୋଗ୍ୟତା ଗଠନ ନେଇ ହେବାକୁ ଥିବା ଯୋଜନା ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାର । ମହାମାରୀ କୋରୋନା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିପାଇଁ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ପାଇଁ ପିଏଚଡିକୁ ସର୍ବନିମ୍ନ ଯୋଗ୍ୟତା ଭାବେ ରଖାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(UGC) 2018ରେ ବିଶ୍ବବିଦ୍ୟାଳୟ ଓ କଲେଜରେ ନିଯୁକ୍ତି ସ୍ତରର ପଦରେ ଭର୍ତ୍ତି ପାଇଁ ମାନଦଣ୍ଡ ନିର୍ଦ୍ଧାରଣ କରିଥିଲେ । ଆଶାୟୀଙ୍କୁ ନିଜ ପିଏଚଡି ପୁରା କରିବା ପାଇଁ 3 ବର୍ଷ ସମୟ ଦେଇଥିଲେ ୟୁଜିସି । ଏହାସହିତ ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ 2021-22 ଶିକ୍ଷାବର୍ଷରେ ନୂଆ ନିଯୁକ୍ତି ସମୟରେ ଏହି ମାନଦଣ୍ଡ ଲାଗୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ତେବେ ମହାମାରୀ କାରଣରୁ ଅନେକ ଆଶାୟୀ ନିଜ ପିଏଚଡି ପୁରା କରିପାରିନାହାଁନ୍ତି । ଏନେଇ ନିଷ୍ପତ୍ତି ଘୁଞ୍ଚାଇବାକୁ ସରକାରଙ୍କୁ ଅପିଲ କରାଯାଇଥିଲା ।

ଏ ସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ଚଳିତ ବର୍ଷ ସହକାରୀ ପ୍ରଫେସର ପଦ ପାଇଁ ପିଏଚଡି ଆବଶ୍ୟକତାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ପ୍ରାର୍ଥୀମାନଙ୍କଠାରୁ ଅନେକ ଅନୁରୋଧ ଗ୍ରହଣ କରୁଥିଲୁ ଯେଉଁମାନେ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିଲେ କିନ୍ତୁ ସେମାନଙ୍କର ପିଏଚଡି ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହୋଇଥିଲେ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.