ETV Bharat / bharat

ତୈଳଦର ବୃଦ୍ଧିକୁ ନେଇ ଧର୍ମେନ୍ଦ୍ରଙ୍କ ବୟାନ, କହିଲେ ‘ଶୀତ କମିଲେ ଦର କମିବ’ - ଧର୍ମେନ୍ଦ୍ର ପ୍ରଧାନ

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ । ଶୀତ କମିଲେ ଦର କମିବ ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ଶୀତ କମିଲେ ଦର କମିବ
ଶୀତ କମିଲେ ଦର କମିବ
author img

By

Published : Feb 26, 2021, 1:57 PM IST

ଲକ୍ଷ୍ନୌ: ଦେଶରେ ତୈଳ ଦାମ ବୃଦ୍ଧିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଚକ ବୟାନ । ଶୀତ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା କହିଲେ ମନ୍ତ୍ରୀ । ଯେମିତି ଯେମିତି ଶୀତ କମିବ ସେମିତି ଦରରେ ହ୍ରାସ ପାଇବ ବୋଲି ବାରଣାସୀ ଗସ୍ତରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶୀତ କମିଲେ ଦର କମିବ

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନରେ ସମସ୍ତେ ତାଜୁବ ହୋଇଯାଇଛନ୍ତି । ସେପଟେ ଏଲପିଜି ଗ୍ୟାସ ବଢିବାକୁ ନେଇ ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ଦାୟୀ କରିଛନ୍ତି ମନ୍ତ୍ରୀ । ସେହିପରି ଶୀତ ପାଇଁ ଗ୍ୟାସ ଦର ମଧ୍ୟ ବୃଦ୍ଧି ପାଉଥିବା ସେ କହିଛନ୍ତି । ଯେମିତି ପାଗରେ ପରିବର୍ତ୍ତନ ଆସିବ ଦର କମିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଶୀତ କମିଲେ ପେଟ୍ରୋଲିମୟ ପଦାର୍ଥର ଦାମ ମଧ୍ୟ କମିବ ବୋଲି ସେ କହିଛନ୍ତି ।

ସୂଚନାଥାଉକି, ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ବାରଣାସୀ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ସେ ବାରଣାସୀରେ ଚାଲିଥିବା ଅନେକ କାର୍ଯ୍ୟର ସମୀକ୍ଷା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.