ରାଞ୍ଚି: ଝାଡଖଣ୍ଡରେ ୨୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ । ଝାଡଖଣ୍ଡରେ ଲିଟର ପିଛା ପେଟ୍ରୋଲ ଦର ୨୫ ଟଙ୍କା ହ୍ରାସ । ୨୦୨୨ ମସିହା ଜାନୁଆରୀ ୨୬ରୁ ଲାଗୁ ହେବ ଏହି ନୂଆ ଦର ।
ହେମନ୍ତ ସରକାରଙ୍କ ଦୁଇ ବର୍ଷ ପୂରଣ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟବାସୀଙ୍କୁ ବଡ ଭେଟି ଦେବାକୁ ଘୋଷଣା କରିଛନ୍ତି । ପେଟ୍ରୋଲରେ ମୂଲ୍ୟ ଏକାକାଳୀନ ୨୫ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି କେବଳ ୨ ଚକିଆ ଯାନ ପାଇଁ ଲାଗୁ ।
ଏହି ଶସ୍ତା ମୂଲ୍ୟର ପେଟ୍ରୋଲ କେବଳ BPL ଶ୍ରେଣୀଭୁକ୍ତ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ । ଏହି ନୂଆ ନିଷ୍ପତ୍ତି ଜାନୁଆରୀ 26 ରୁ ଲାଗୁ ହେବା ନେଇ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ