ETV Bharat / bharat

National Monument: ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ସମୁଦ୍ର ମଧ୍ୟରେ ଥିବା ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା ପାଇଁ ପୁଣି ଉଠିଲା ଦାବି । ସୁପ୍ରିମକୋର୍ଟରେ ଆବେଦନ କଲେ ଜଣେ ଆଇନଜୀବୀ । ଅଧିକ ପଢନ୍ତୁ

author img

By

Published : Mar 26, 2023, 8:20 PM IST

ram setu
ram setu

ପାଟନା: ପୌରାଣିକ କଥାବସ୍ତୁ ସହ ଜଡ଼ିତ ରାମ ସେତୁକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଆବେଦନ । ଆଇନଜୀବୀ ଅଶୋକ ପାଣ୍ଡେ ଏହି ଆବେଦନ କରିଛନ୍ତି । ଏହାସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଠାରେ ଦୁଇ ପାର୍ଶ୍ବରେ କାନ୍ଥ ନିର୍ମାଣ କରିବା ଲାଗି ନିର୍ଦ୍ଦେଶ ଦେବା ପାଇଁ ଆବେନଦ ପତ୍ରରେ ସେ ଅନୁରୋଧ କରିଛନ୍ତି ।

ଗତ ମାର୍ଚ୍ଚ ୨୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହା ପୂର୍ବରୁ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ସହିତ ତାଲିକାଭୁକ୍ତ ହେବ । କାରଣ ରାମ ସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବରେ ଘୋଷଣା କରିବାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଦିଆଯାଉ ସୁବ୍ରମଣ୍ୟମଙ୍କ ଆବେଦନ ପତ୍ରରେ ଅନୁରୋଧ କରାଯାଇଛି । ଉଲ୍ଲେଖନୀୟ କଥା ହେଉଛି, ରାମ ସେତୁ, ଯାହାକୁ 'ଆଦାମ ବ୍ରିଜ୍' କୁହାଯାଏ, ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳ ନିକଟ ପାମ୍ବନ ଦ୍ବୀପରୁ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳବର୍ତ୍ତୀ ମନ୍ନାର ଦ୍ବୀପ ପର୍ଯ୍ୟନ୍ତ ଚୂନ ପଥରରେ ନିର୍ମିତ ଏକ ରାସ୍ତା ପରି ରହିଛି ।

ଏହା ବି ପଢନ୍ତୁ- ୩ ମାମଲାରେ ରାହୁଲଙ୍କୁ ଝାଡ଼ଖଣ୍ଡ କୋର୍ଟଙ୍କ ସମନ

ସୂଚନା ଥାଉ କି କେନ୍ଦ୍ରର ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାର ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ 'ସେତୁ ସମୁଦ୍ରମ' ପ୍ରକଳ୍ପ ଆରମ୍ଭ କରିଥିଲେ । ଏହି ଯୋଜନା ଦ୍ବାରା ସେତୁ କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗ କରାଯାଇ ପ୍ରକଳ୍ପକୁ ବିରୋଧ କରାଯାଇଥିଲା । ସେହି ସମୟରେ ସୁବ୍ରମଣ୍ୟମ ସ୍ବାମୀ ପ୍ରକଳ୍ପ ବିରୋଧରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ଏବଂ ରାମ ସେତୁକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ମାମଲା କୋର୍ଟକୁ ଯିବା ପରେ ସୁପ୍ରିମକୋର୍ଟ ସେତୁ ସମୁଦ୍ରମ ପ୍ରକଳ୍ପ ଉପରେ ତୁରନ୍ତ ରୋକ ଲଗାଇ ଦେଇଥିଲେ ।

କେନ୍ଦ୍ର ସରକାର ଏହାପରେ କହିଥିଲେ ଯେ ରାମ ସେତୁକୁ କୌଣସି କ୍ଷତି ନପହଞ୍ଚାଇ ସମୁଦ୍ରରେ ଜାହାଜ ଯିବା ଲାଗି ଅନ୍ୟ ମାର୍ଗ ଉପରେ ବିଚାର କରିବେ । ଏହି ପ୍ରକଳ୍ପକୁ କିଛି ରାଜନୈତିକ ଦଳ, ପରିବେଶବିତ ଓ କିଛି ହିନ୍ଦୁ ଧାର୍ମିକ ସଂଗଠନ ବିରୋଧ କରିଥିଲେ । ପ୍ରକଳ୍ପ ମାଧ୍ୟମରେ ୨ଟି ସ୍ଥାନ ମଧ୍ୟରେ ସଂଯୋଗ କରିବା ପାଇଁ ୮୩ କିଲୋମିଟର ଲମ୍ବା ଜଳପଥ ନିର୍ମାଣ କରାଯାଉଥିଲା ଏବଂ ଏହି ନିର୍ମାଣ ଦ୍ବାରା ରାମ ସେତୁକୁ ହଟାଯିବା ନେଇ ପ୍ରସ୍ତାବ ଆସିଥିଲା । ଏହାପରେ ବିବାଦ ଉପୁଜିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.