ETV Bharat / bharat

ଭୂସ୍ବର୍ଗରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ଆହ୍ବାନ - militancy

2019ରେ ଧାରା 370 ଓ ଧାରା 35 କ’ ରଦ୍ଦ ହୋଇଥିଲା । ଯାହା ଅବିଭାଜିତ ରାଜ୍ୟ ସ୍ଥିତି ଏବଂ ଏହାର ଦୁଇଟି ୟୁନିୟନ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଜାମ୍ମୁ କାଶ୍ମୀର ଭାରତୀୟ ଜନତା ପାର୍ଟି ନେତତ୍ବରେ ଥିବା କେନ୍ଦ୍ର ସରକାରଙ୍କ ଦ୍ବାରା ବିଶ୍ବାସଘାତର ଶିକାର ହୋଇଛି । ଗତ ଦୁଇ ବର୍ଷ ହେବ ଜାମ୍ମୁ କାଶ୍ମୀର ସ୍ବତନ୍ତ୍ର ରାଜ୍ୟ ରଦ୍ଦ କରାଯିବା ପରେ ସେଠାରେ ଅନେକ ରାଜନୀତିର ହାଇଡ୍ରାମା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

perturbed peace in papradise
perturbed peace in papradise
author img

By

Published : Jun 28, 2021, 12:47 PM IST

Updated : Jun 28, 2021, 1:46 PM IST

ହାଇଦ୍ରାବାଦ: ଜମ୍ମୁ କାଶ୍ମୀର ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ଉଦ୍ୟମ ଜାରି ରହିଛି । କିନ୍ତୁ କାଶ୍ମୀର ଶାନ୍ତି ହାସଲ କରିବା ଏବେବି ଏକ ଆହ୍ବାନଭରା ହୋଇପଡିଛି । କାରଣ ପ୍ରୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ ହେଉନାହିଁ । ଆତଙ୍କୀ ଆକ୍ରମଣ, ବାହ୍ୟ ହସ୍ତକ୍ଷେପ ଓ ଧାର୍ମିକ ହସ୍ତକ୍ଷେପ ସୀମାରେ ଅଶାନ୍ତି ବଢାଇବାରେ ଲାଗିଛି ।

ବିଗତ 2019 ଅଗଷ୍ଟ 5 ରେ ଜମ୍ମୁ କାଶ୍ମୀରରୁ ଧାରା 370 ଓ ଧାରା 37 ( କ)କୁ ଉଚ୍ଛେଦ କରିଥିଲେ ସରକାର । ଏକ ପୂର୍ଣ୍ଣାଙ୍ଗ ରାଜ୍ୟକୁ 2 ଖଣ୍ଡରେ ବିଭକ୍ତ କରି ଏକ ବଡ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । ତେବେ ସେତେବେଳେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ବଢିବାରେ ଲାଗିଲା । ପାକିସ୍ତାନ ବିଚଳିତ ହୋଇପଡିଲା । ବିଭିନ୍ନ ବିଦେଶୀ ରାଷ୍ଟ୍ର ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେଲେ । ତେବେ ଏହା ସମ୍ପୂର୍ଣ୍ଣ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଯେକୌଣସି ନିଷ୍ପତି ନେବାର ଅଧିକାର ଭାରତ ସରକାରଙ୍କ ରହିଛି କହି ଆନ୍ତର୍ଜାତୀୟ ସମୁଦାୟଙ୍କୁ କଡା ସନ୍ଦେଶ ଦେଇଥିଲେ ମୋଦି ସରକାର ।

ତେବେ ଏହି ପ୍ରସଙ୍ଗକୁ ନେଇ ସମସ୍ତ ରାଜନୈତିକ ଦଳ ଗୁଡିକ ରାଜନୀତି ମଧ୍ୟ ଆରମ୍ଭ କରିଦେଇଥିଲେ । ଏହ 2 ବର୍ଷ ମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଅନେକ ଘଟଣା ଦେଖିବାକୁ ମିଳିଛି । ଯାହାର ସମସ୍ତ ସାକ୍ଷୀ ରହିଛନ୍ତି ଜମ୍ମୁ କାଶ୍ମୀର ଜନତା । ପୁନର୍ବାର ଏହି ରାଜ୍ୟକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ଓ ଶାନ୍ତି ପ୍ରତିଷ୍ଠା ଫେରାଇ ଆଣିବାକୁ ଦାବି କରିଛନ୍ତି ।

କିନ୍ତୁ ଏହାରି ମଧ୍ୟରେ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଏକ ବଡ ନିଷ୍ପତି କେନ୍ଦ୍ର ସରକାର ନେଇଛନ୍ତି । ଧାରା 370 ଉଚ୍ଛେଦ ହେବାର ପାଖାପାଖି 2 ବର୍ଷ ପରେ କେନ୍ଦ୍ର ସରକାର ତାଙ୍କର ଯୋଜନା ପୁଣି ଥରେ ଆରମ୍ଭ କରିଛନ୍ତି । ଜମ୍ମୁ କାଶ୍ମୀରରେ ଗାଁ ଗାଁରେ ଲୋକତନ୍ତ୍ର ପ୍ରତିଷ୍ଠା ପାଇଁ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇସାରିଛନ୍ତି । ଏଥିପାଇଁ ଗତ 24 ରେ ଜମ୍ମୁ କାଶ୍ମୀର ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଏହାସହ ଏହି ଜମ୍ମୁ କାଶ୍ମୀରରେ ନିର୍ବାଚନ ଓ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ଅୟମାରମ୍ଭ ହୋଇଛି । ତେବେ ପ୍ରତିଥର ଭଳି ଏଥର ମଧ୍ୟ ପାକିସ୍ତାନ ଏହି ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଛି । ଗତ 2 ଦିନ ତଳେ ଜମ୍ମୁ କାଶ୍ମୀରରେ ଅବସ୍ଥିତ ଭାରତୀୟ ବାୟୁସେନାର ଏୟାରବେଶ ଉପରରେ ଡ୍ରୋନ ମାଡ କରିଛି ପାକ ପ୍ରୟୋଜିତ ଆତଙ୍କବାଦୀ । ଯାହାକୁ ନେଇ ଏବେ ସାରା ଦେଶରେ ପାକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଲାଣି । ଘଟଣାକୁ ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଏହା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ । ଏଥିପାଇଁ ସମସ୍ତ ଦିଗରୁ ଯାଞ୍ଚ ଜାରି ରହିଥିବା କହିଛନ୍ତି ।

ଅନ୍ୟପଟେ ସର୍ବଦଳୀୟ ବୈଠକରେ କାଶ୍ମୀର ନେତା ଯଦିଓ ଧାରା 370 କୁ ନେଇ କୌଣସି ଆଲୋଚନା କରିନାହାଁନ୍ତି, ତଥାପି ସେମାନଙ୍କ ଅସନ୍ତୋଷ ଭାରତ ସରକାରଙ୍କୁ ଜଣାଇ ଦେଇଛନ୍ତି । ଏହାସହ ପ୍ରସଙ୍ଗକୁ ନେଇ ସେମାନ ଆଇନଗତ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଭାରତ ଭୂ-ସ୍ବର୍ଗ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବେ ବଡ ଆହ୍ବାନ ହୋଇପଡିଛି । ଯଦିଓ 2 ବର୍ଷ ହେଲା ସୁରକ୍ଷାବଳଙ୍କ ଉପସ୍ଥିତି ପାଇଁ ଜମ୍ମୁ କାଶ୍ମୀରରେ କୌଣସି ବଡ ଧରଣର ଅଘଟଣ ଘଟିନାହିଁ କିନ୍ତୁ ଭବିଷ୍ୟତକୁ ନେଇ ଦ୍ବନ୍ଦ ଦୂର ହୋଇନାହିଁ ।

ସବୁଠାରୁ ଗୁରୁତୂପୂର୍ଣ୍ଣ କଥା ହେଉଛି ଜମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦ ପରେ ସେନା ର ଅପରେସନରେ ଶହ ଶହ ସଂଖ୍ୟାରେ ପାକିସ୍ତାନୀ ଆତଙ୍କବାଦୀ ସଫା ହେଉଛନ୍ତି । କିଛି କିଛି ଆତ୍ମସମର୍ପଣ କରୁଛନ୍ତି ଆଉ କିଛି ଗିରଫ ମଧ୍ୟ ହୋଇଛନ୍ତି । ଯାହା ସେନାକୁ ବଡ ସଫଳତା ଦେଇଛି । ତେଣୁ ଏଭଳି ସ୍ଥିତିରେ ଜମ୍ମୁ କାଶ୍ମୀରରେ ପୂର୍ଣ୍ଣାଙ୍ଗ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ସରକାର ଓ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ ପାଇବା ଉଚ୍ଚିତ । ସେହିଭଳି ଉଭୟ ପକ୍ଷଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ମଧ୍ୟ ଜରୁରୀ । ଯାହା ନୂଆ କାଶ୍ମୀର ପାଇଁ ବରଦାନ ହୋଇପାରେ । ଏଥିପାଇଁ ଭାରତ ସରକାରଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ।

ନଚେତ ବର୍ଷ ବର୍ଷର ଆତଙ୍କବାଦ କାର୍ଯ୍ୟକଳାପ ଓ ଦୀର୍ଘଦିନର ସମସ୍ୟା ଗୋଟିଏ ବୈଠକ କିମ୍ବା 370 ଉଚ୍ଛେଦ କରିଦେଲେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ । ତେବେ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ତାର 2 ଦିନ ପରେ ପିଡିପି ମୁଖ୍ୟ ମେହେବୁବା ମୁଫତି ଜାତିସଂଘ ଓ ପାକିସ୍ତାନ ସହ ଆଲୋଚନା କରିବା ପାଇଁ ଦାବି କରିବା ଏଥିରୁ ସ୍ପଷ୍ଟ ଯେ ଏହି ନେତାଙ୍କ ଆଚରଣ ଉଚାରଣରେ ଏତେ ସହଜରେ ପରିବର୍ତ୍ତନ ଆସିବ ନାହିଁ । ପୁଣି ସର୍ବଦଳୀୟ ବୈଠକ ପରେ ପରେ ଭାରତୀୟ ବାୟୁସେନା ଘାଟିରେ ଡ୍ରୋନ ଆକ୍ରମଣ କେଉଁଠି ନା କେଉଁଠି ଭାରତର ସ୍ବର୍ଗରେ ଶାନ୍ତି ପ୍ରତିଷ୍ଠାକୁ ଏବେ ବି ଆହ୍ବାନ ସୃଷ୍ଟି କରିଛି । ଜାମ୍ମୁ ବାୟୁସେନା ଉପରେ ଏହି ଡ୍ରୋନ ଆକ୍ରମଣ ଭାରତରେ ପ୍ରଥମ ।

ତେବେ ଭାରତର ଭୌଗଳିକ ଓ ସାର୍ବଭୌମତ୍ବ ପ୍ରସଙ୍ଗରେ ସରକାର କୌଣସି ତୃଟି କରିବାକୁ ଚାହୁଁନାହାଁନ୍ତି । ପଡୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ ଭାରତ ଆଗଭର ରହିଛି । କିନ୍ତୁ ପାକିସ୍ତାନକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ମେହେବୁବା ମୁଫତିଙ୍କ ଦାବି ନିରର୍ଥକ ହୋଇପଡିଛି । ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହର ହେବା ଓ ଶାନ୍ତି ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବା ତର୍କକୁ ଉଲ୍ଲେଖ କରି ପିଡିପି ପାକିସ୍ତାନ ସହ କାହିଁକି ଆଲୋଚନା ହୋଇପାରିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ଭାରତର ଭୂ-ସ୍ବର୍ଗରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ପ୍ରଥମେ ଲୋକଙ୍କ ବିଶ୍ବାସ ଜିତିବାକୁ ପଡିବ । ପାକ ଆତଙ୍କି କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଲୋପ କରିବାକୁ ପଡିବ । ଏହାସହ ରାଜନୈତିକ, ଭୌଗୋଳିକ ଓ ଅର୍ଥନୈତିକ ଗତିବିଧିକୁ ବିଶ୍ବାସର ସହ ଆଗକୁ ବଢାଇବାକୁ ପଡବି । ଏଥିପାଇଁ ଭାରତ ସରକାରଙ୍କୁ ବଡ ଭୂମିକା ନେବାର ଅଛି । ଯାହା ସରକାର କରୁଛନ୍ତି ମଧ୍ୟ । ଏପରି ହେଲେ ଭୂ-ସ୍ବର୍ଗରରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

Dr. Anshuman Behera, Associate Professor, NIAS, Bengaluru

Last Updated : Jun 28, 2021, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.