ETV Bharat / bharat

ଅମ୍ବାନୀ ପରିବାରକୁ ହତ୍ୟା ଧମକ, ବିହାରରୁ ବନ୍ଧା ହେଲା ଅଭିଯୁକ୍ତ

author img

By

Published : Oct 6, 2022, 10:23 PM IST

କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ । ହତ୍ୟା ଧମକ ଦେଇଥିବା ମାମଲାରେ ବିହାରର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ଜଣେ ଅଟକ

ମୁମ୍ବାଇ : କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ମାମଲାରେ ବିହାରର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଜେଶ କୁମାର ମିଶ୍ର । ତେବେ ବିହାର ପୋଲିସ ସହିତ ମୁମ୍ବାଇ ପୋଲିସର ଏକ ଟିମ୍ ବିହାରର ଦରଭଙ୍ଗା ଠାରୁ ରାଜେଶ କୁମାର ମିଶ୍ରଙ୍କୁ କାବୁ କରିଥିଲେ ।

ସୂଚନାନୁସାରେ ଦକ୍ଷିଣ ମୁମ୍ବାଇରେ ଥିବା ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନ ନମ୍ବରକୁ ଫୋନ କରି ରାଜେଶ ଧମକ ଦେଇଥିଲା । ହସ୍ପିଟାଲକୁ ଉଡ଼ାଇ ଦେବାସହ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ମଧ୍ୟ ହତ୍ୟା ଧମକ ଦେଇଥିଲା । ଏହାପରେ ହସ୍ପିଟାଲ ସମେତ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆରେ ଥିବା ଘରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ତେବେ ଗତ ଦୁଇମାସ ଭିତରେ ଏଥରକୁ ମିଶାଇ ଦୁଇଥର ଅମ୍ବାନୀଙ୍କ ପରିବାରକୁ ହତ୍ୟା ଧମକ ମିଳିସାରିଛିି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନକୁ ଏକ ଅଜଣା ବ୍ୟକ୍ତିଙ୍କର କଲ୍‌ ଆସିଥିଲା । ଯିଏକି ଏପରି ଧମକ ଦେଇଥିଲେ । ଏନେଇ ଡେପୁଟି କମିଶନର କହିଛନ୍ତି ଯେ କଲ୍ କରିଥିବା ବ୍ୟକ୍ତି ଅମ୍ବାନୀ ପରିବାରର କିଛି ଲୋକଙ୍କ ନାଁ ନେଇ ଧମକ ଦେଇଥିଲା ।

ଏ ବାବଦରେ ଡିବି ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ରାଜେଶ ନାମକ ଜଣେ ବ୍ୟକ୍ତିକୁ ଗୁରଫ କରାଯାଇଛି। ଏହାସହ ତଦନ୍ତ ବି ଚାଲିଛି । ରାଜେଶ କେଉଁ ନମ୍ବରରୁ ଫୋନ୍ କରି ଏପରି କାମ କରୁଥିଲା ଏହା ପଛରେ ମାଷ୍ଟରମାଇଣ୍ଡ କିଏ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ।

ତେବେ ଏହିପରି ଚଳିତ ବର୍ଷ ଅଗଷ୍ଟରେ ଜଣେ ୫୬ ବର୍ଷିୟ ସୁନା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ ଦେଇଥିଲା । ପୋଲିସ ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ସେହି ଅଭିଯୁକ୍ତର ନାଁ ବିଷ୍ଣୁ ବିଧୁ ଭୌମିକ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି । ବିଷ୍ଣୁ ୯ଥର ହସ୍ପିଟାଲକୁ ଫୋନ କରି ଧମକ ଦେଇଥିଲା । ୯ ଥର କଲ୍‌ କରି ଧମକ ଦେବା ଭିତରେ ସେ ଥରଟିଏ ନିଜ ନାଁ ଅଫ୍‌ଜଲ ଗୁରୁ ବୋଲି କହିଥିଲା ଏବଂ କହିଥିଲା କି ଆସନ୍ତା ତିନିଘଣ୍ଟା ଭିତରେ ସେ କିଛି ବି କରିଦେଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

Mumbai news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.