ETV Bharat / bharat

ଫଳାଫଳ ପରେ ବେଲଗାମ ଦଳୀୟକର୍ମୀ, ଗିରଫ ନିର୍ଦ୍ଦେଶ ଦେଲେ EC - covid guideline

ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବାପରେ କିଛି ସ୍ଥାନରେ କୋଭିଡ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରି ସାମୂହିକ ବିଜୟ ଉତ୍ସବ ପାଳନର ତିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ଅଧିକ ପଡନ୍ତୁୁ....

ଫଳାଫଳ ପରେ ବେଲଗାମ ଦଳୀୟ କର୍ମୀ, ଚାଲିଛି ବିଜୟ ଉତ୍ସବ ପାଳନ:ଗିରଫ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
ଫଳାଫଳ ପରେ ବେଲଗାମ ଦଳୀୟ କର୍ମୀ, ଚାଲିଛି ବିଜୟ ଉତ୍ସବ ପାଳନ:ଗିରଫ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶଫଳାଫଳ ପରେ ବେଲଗାମ ଦଳୀୟ କର୍ମୀ, ଚାଲିଛି ବିଜୟ ଉତ୍ସବ ପାଳନ:ଗିରଫ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
author img

By

Published : May 2, 2021, 2:07 PM IST

ନୂଆଦିଲ୍ଲୀ: ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବାପରେ କିଛି ସ୍ଥାନରେ କୋଭିଡ ଗାଇଡ ଲାଇନକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରି ସାମୂହିକ ବିଜୟ ଉତ୍ସବ ପାଳନ କରାଯାଉଥିବା ଚିତ୍ର ଦେଖିବାକୁ ମିଲୁଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଦେଶରେ ମହାମାରୀ ସ୍ଥିତି ଗମ୍ଭୀର ଥିବାବେଳେ ଫଳାଫଳ ଘୋଷଣା ପରେ ଯେପରି କୌଣସି ସ୍ଥାନରେ ଉତ୍ସବ ପାଳନ ନ ହୁଏ ତାକୁ ନେଇ କଡା ନିର୍ଦ୍ଦେଶାବଳୀ ଥିବା ସତ୍ତ୍ବେ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସମ୍ପୃକ୍ତ 5 ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତରେ କୋରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବାବେଳେ ଏପରି ଦାୟିତ୍ବହୀନତାକୁ ଅତି ଗମ୍ଭୀର ଭାବେ ନେଇଛନ୍ତି ଆୟୋଗ । କଟକଣା ଉଲଙ୍ଘନ କରୁଥିବା ଦଳୀୟ କର୍ମୀ ଓ ଜନତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । 4 ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମାନଙ୍କୁ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ କୋଭିଡ ଗାଇଡଲାଇନ ଉଲଙ୍ଘନକାରୀଙ୍କ ବିରୋଧରେ ଏତଲା ଦେବା ସହ ଗିରଫ କରିବାକୁ ନିର୍ଦ୍ଦେଶର କୁହାଯାଇଛି ।

ଉଲଙ୍ଘନକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସଏଚଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ତେବେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଫଳାଫଳ ଘୋଷଣା ପରେ ଦଳୀୟ କର୍ମୀମାନେ ମାତ୍ରାଧିକ ଉତ୍ସାହିତ ହୋଇ ପଡିଥିବା ବେଳେ କୋଭିଡ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଯାହା ବର୍ତ୍ତମାନର କୋରୋନା ସଂକ୍ରମଣର ଭୟାବହତାକୁ ବଢାଇବାର ଯଥେଷ୍ଟ ଆଶଙ୍କା ରହିଥିବା କହିଛନ୍ତି ବିଶେଷଜ୍ଞ ।

ବ୍ୟୁରୋ ରୋପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.