ETV Bharat / bharat

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ହୋଇଛି: ଅମିତ ଶାହ - ଉତ୍ତରପୂର୍ବ ରାଜ୍ୟ

ଉତ୍ତରପୂର୍ବ ରାଜ୍ୟର ସ୍ଥିତିକୁ ଫେରି ଶାହ କହିଛନ୍ତି ମଣିପୁରରେ 2014 ପରଠାରୁ କୌଣସି ନୂଆ ଉଗ୍ରବାଦ ସଂଗଠନ ସୃଷ୍ଟି ହୋଇନାହିଁ । ମାଓବାଦୀ ସଂଗଠନର ନେତା ମାନେ କାଠମାଣ୍ଡୁରୁ ତିରୁପତି ଯାଏଁ ସ୍ବପ୍ନ ଦେଖୁଥିଲେ । ହେଲେ ଆଜି ଛତିଶଗଡର 3ଟି ଜିଲ୍ଲାରେ ସୀମିତ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପୂର୍ବ ରାଜ୍ୟକୁ ଦିଲ୍ଲୀ ସହ ସିଧାସଳଖ ଯୋଡିଛନ୍ତି । ଆଜି ଉତ୍ତର ପୂର୍ବ ରାଜ୍ୟ ଦିଲ୍ଲୀ ଠାରୁ ଦୂରରେ ନାହିଁ ।

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ହୋଇଛି: ଅମିତ ଶାହ
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ହୋଇଛି: ଅମିତ ଶାହଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ହୋଇଛି: ଅମିତ ଶାହ
author img

By

Published : Aug 10, 2023, 7:49 AM IST

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ହୋଇଛି: ଅମିତ ଶାହ

ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ବ୍ୟାପକ ଉନ୍ନତି ଘଟିଛି । ଉଗ୍ରବାଦ ନକ୍ସଲବାଦ ଆଜି ହ୍ରାସ ହୋଇଛି । ଦେଶର ନକ୍ସଲ ପ୍ରଭାବିତ ରାଜ୍ୟ ପଶ୍ଚିମବଙ୍ଗ, ଓଡିଶା, ଝାଡଖଣ୍ଡ, ମହାରାଷ୍ଟ୍ର, ଛତିଶଗଡରେ ମାଓବାଦୀର ଗତି ବିଦ୍ଧି ହ୍ରାସ ପାଇଛି । ଜମ୍ମୁ କାଶ୍ମୀରରେ ଆଜି ନୂଆ ବିକାଶ ଧାରା ସୃଷ୍ଟି ହୋଇଛି । କାଶ୍ମୀରରେ କାହାର ଶକ୍ତି ନାହିଁ ସେନା ଉପରେ ପଥର ଫୋପାଡିବାକୁ । ଉତ୍ତର ପୂର୍ବ ରାଜ୍ୟରେ ଆଜି ଶାନ୍ତି ସ୍ଥାପନ ହୋଇଛି । ପୁରା ଦେଶରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି । ଆତଙ୍କବାଦୀଙ୍କୁ କଡା ଜବାବ ଦିଆଯାଉଛି । ସୀମାରେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ହୋଇଛି । ସେନାକୁ ସ୍ଥାୟୀ ଭିତ୍ତିଭୂମି ସହ ଅତ୍ୟାଧୁନିକ ଅସ୍ତ୍ର ମିଳିଛି । ରାଜ୍ୟ ପୋଲିସ ଗୁଡିକର ଦକ୍ଷତା ବୃଦ୍ଧି କରାଯାଉଛି । ସାଇବର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଅବିଶ୍ବାସ ପ୍ରସ୍ଥାବ ବିତର୍କରେ ଜବାବ ଦେଇ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏହା କହିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ।

ଏହାବି ପଢନ୍ତୁ- Manipur Violence: ଗତ ଛ’ ବର୍ଷରେ ମଣିପୁରରେ କର୍ଫ୍ୟୁ ଲାଗିନାହିଁ: ଅମିତ ଶାହ

ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ ବିତର୍କର ଦ୍ବିତୀୟ ଦିନରେ ଲୋକସଭାରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ନିଜ ଜବାବରେ ବିରୋଧୀଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରିବା ସହିତ, ପ୍ରତି ଅଭିଯୋଗର ଜବାବ ଦେଇଛନ୍ତି । ଏହାସହ ଗତ 9 ବର୍ଷରେ ସରକାରଙ୍କ ଉପଲବ୍ଧି, ବିକାଶ ମୂଳକ କାର୍ଯ୍ୟକ୍ରମ, କଲ୍ୟାଣକାରୀ ଯୋଜନାକୁ ମଧ୍ୟ ଗୋଟି ଗୋଟି କରି ସଂସଦରେ ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ । ଏଥିସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ମଧ୍ୟ ସହ ତଥ୍ୟ ଓ ତର୍କର ସହ ଜବାବ ଦେଇ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

ଗୃହମନ୍ତ୍ରୀ କହିଛନ୍ତି, ‘‘ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲ ପାଇଁ କାଶ୍ମୀରରେ ବ୍ୟାପକ କ୍ଷୟକ୍ଷତି ହେଲା । 370 ଧାରା ପାଇଁ କାଶ୍ମୀର ବିକାଶରେ ପଛେଇ ଗଲା । ସେହି ଭୁଲକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଅଗଷ୍ଟ 2019ରେ ସୁଧାରି ଦେଇଛନ୍ତି । ଏହି ସଂସଦ ଧାରା 370କୁ ଉଚ୍ଛେଦ କରି ନୂଆ କାଶ୍ମୀର ନିର୍ମାଣ ପାଇଁ ରାସ୍ତା ସଫା କରିଛି । ଆଜି କାଶ୍ମୀରରେ ଆତଙ୍କବାଦ ମୂଳତ୍ପାଟନ ହେବାକୁ ଯାଉଛି । ଆତଙ୍କୀ ଓ ଏହାର ସମର୍ଥକ ସେନା ଉପରେ ପଥର ଆକ୍ରମଣ କରିବାକୁ ଚିନ୍ତା କରୁପାରୁନାହାଁନ୍ତି । ଜାମ୍ମୁ କାଶ୍ମୀରରେ ବାଛି ବାଛି ଆତଙ୍କୀଙ୍କୁ ସେନା ସଫା କରୁଛି । ସୀମାରେ ସେନାର ଶକ୍ତିବୃଦ୍ଧି କରାଯାଇଛି ।’’

ଜିରୋ ପଏଣ୍ଟରେ ନିଷ୍ପତ୍ତି ନେବାକୁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । ଜାମ୍ମୁ କାଶ୍ମୀର ପୋଲିସ ଆଜି ଦକ୍ଷତାର ସହ ଆତଙ୍କବାଦର ମୁକାବିଲା କରୁଛି । କାଶ୍ମୀରରେ ଆଜି ବିକାଶର ଗାଡି ଦୌଡୁଛି । କାଶ୍ମୀରକୁ ପର୍ଯ୍ୟଟକ ଫେରିଛନ୍ତି । ଘାଟିରେ ସିନେମା ହାଲ ଆରମ୍ଭ ହୋଇଛି । ପୁରା କାଶ୍ମୀରରେ ସମେତ ଘାଟିରେ ଭିତ୍ତିଭୂମି ନିର୍ମାଣ ଯୋରଦାରରେ ଚାଲିଛି । ଏକାଧିକ ବିକାଶ ମୂଳକ ପ୍ରକଳ୍ପ ଜାରି ରହିଛି । ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ଉନ୍ନତି ହୋଇଛି ଧାରା 370 ଉଚ୍ଛେଦ ପରେ ରେକର୍ଡ ଏକ କୋଟିରୁ ଅଧିକ ପର୍ଯ୍ୟଟକ କାଶ୍ମୀର ଆସିଛନ୍ତି ।

ସ୍ଥାନୀୟ ଲୋକଙ୍କ ନିଯୁକ୍ତି, ରୋଜଗାରକୁ ସରକାର ଅଗ୍ରାଧିକାର ଭିତ୍ତିରେ ଆଗେଇ ନେଉଛନ୍ତି । ସରକାର ପ୍ରତି କାଶ୍ମୀରବାସୀଙ୍କ ସମର୍ଥନ ଦୃଢ ହୋଇଛି । ବିଜେପି ଶାସନ କାଳରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇଛି । ପୁରା ଜାମ୍ମୁ କାଶ୍ମୀରର ସୁରକ୍ଷା ଓ ରୋଜଗାରକୁ ସୁନିଶ୍ଚିତ କରାଯାଇଛି । କାଶ୍ମୀର ପଣ୍ଡିତଙ୍କୁ ଥଇଥାନ ପ୍ୟାକେଜ ଦେଇ କାଶ୍ମୀରକୁ ଫେରାଇ ଅଣାଯାଉଛି । ଆଜି କାଶ୍ମୀରର ରେଳ, ବିମାନ, ଜାତୀୟ ରାଜପଥ ସହ ଯୋଡି ହୋଇ ଭାରତର ବିକାଶର ମୁକୁଟ ସାଜିବାକୁ ଯାଉଛି । କାଶ୍ମୀରରେ ହିନ୍ଦୁ ମଠ ମନ୍ଦିରକୁ ସୁରକ୍ଷା ଯୋଗାଇ ଦିଆଯାଇଛି । ମଠ ମନ୍ଦିରର ସମ୍ପତ୍ତି ଫେରାଇ ଅଣାଯାଉଛି ।

ଏହାବି ପଢନ୍ତୁ- No Confidence Motion: ଜବାବ ବେଳେ ସଂସଦରେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଶାହ

ସେହିପରି ଶାହ କଂଗ୍ରେସ ଉପରେ ଗମ୍ଭୀର ଅଭିଯୋଗ କରି କହିଛନ୍ତି, ଦେଶରେ କଂଗ୍ରେସ ଶାସନ କାଳରେ ସର୍ବାଧିକ ଧାର୍ମିକ ଦଙ୍ଗା, ନକ୍ସଲବାଦ, ଆତଙ୍କବାଦ ହୋଇଛି । ବିଶେଷ କରି ଜବାହାରଲାଲ ନେହେରୁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ସମୟରେ ସର୍ବାଧିକ ଘଟିଛି । 1993 ଓ 1997 ରେ ମଣିପୁରରେ ଏହାଠାରୁ ଆହୁରି ଭୟଙ୍କର ହିଂସା ଘଟିଥିଲା । ହେଲେ ସେତେବେଳେ ସଂସଦରେ ଥରେ ମଧ୍ୟ ଚର୍ଚ୍ଚା ହେଲାନାହିଁ । ଥରେ ଚର୍ଚ୍ଚା ହୋଇଥିଲା ତାହା ପୁଣି ଗୃହରାଜ୍ୟ ମନ୍ତ୍ରୀ ଉତ୍ତର ଦେଇଥିଲେ । ଆଜି ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଜବାବ ମାଗି ସଂସଦକୁ ଅଚଳ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରି ଶାହ କହିଛନ୍ତି ରାଜନୀତିରେ 13 ଥର ଲଞ୍ଚିଙ୍କ ସତ୍ତ୍ବେ ବିଫଳ ହେବା ଦ୍ବାରା ଯେକୌଣସି ପ୍ରସଙ୍ଗରେ ରାଜନୀତି ସ୍ବାର୍ଥ ପାଇଁ ରାଜନୀତି କରୁଛନ୍ତି । ରାହୁଲ ଗାନ୍ଧୀ ମଣିପୁର ରାଜନୈତିକ ଉଦ୍ଦେଶ୍ୟରେ ଯାଇଥିଲେ ।

ସେହିପରି ଶାହ କହିଛନ୍ତି ଆଜି ଦେଶର ନକ୍ସଲବାଦରେ ବ୍ୟାପକ ଉନ୍ନତି ଘଟିଛି । ଉଗ୍ରବାଦ ନକ୍ସଲବାଦ ଆଜି ହ୍ରାସ ହୋଇଛି । ଦେଶର ନକ୍ସଲ ପ୍ରଭାବିତ ରାଜ୍ୟ ପଶ୍ଚିମବଙ୍ଗ, ଓଡିଶା, ଝାଡଖଣ୍ଡ, ମହାରାଷ୍ଟ୍ର, ଛତିଶଗଡରେ ମାଓବାଦୀର ଗତିବିଦ୍ଧି ହ୍ରାସ ପାଇଛି । ଉତ୍ତର ପୂର୍ବ ରାଜ୍ୟରେ ଆଜି ଶାନ୍ତି ସ୍ଥାପନ ହୋଇଛି । ପୁରା ଦେଶରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 118 ରୁ ହ୍ରାସ ପାଇ 45ରେ ପହଞ୍ଚିଛି । ଓଡିଶା ମାଓ ମୁକ୍ତ ହୋଇଛି । ଛତିଶଗଡର କିଛି ଅଞ୍ଚଳରେ ସୀମିତ ରହିଛି । ମାଓବାଦୀ ବିରୋଧରେ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି ।

ସେହିଭଳି ଉତ୍ତରପୂର୍ବ ରାଜ୍ୟର ସ୍ଥିତିକୁ ଫେରି ଶାହ କହିଛନ୍ତି ମଣିପୁରରେ 2014 ପରଠାରୁ କୌଣସି ନୂଆ ଉଗ୍ରବାଦ ସଂଗଠନ ସୃଷ୍ଟି ହୋଇନାହିଁ । ମାଓବାଦୀ ସଂଗଠନର ନେତା ମାନେ କାଠମାଣ୍ଡୁରୁ ତିରୁପତି ଯାଏଁ ସ୍ବପ୍ନ ଦେଖୁଥିଲେ । ହେଲେ ଆଜି ଛତିଶଗଡର 3ଟି ଜିଲ୍ଲାରେ ସୀମିତ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପୂର୍ବ ରାଜ୍ୟକୁ ଦିଲ୍ଲୀ ସହ ସିଧା ସଳଖ ଯୋଡିଛନ୍ତି । ଆଜି ଉତ୍ତର ପୂର୍ବ ରାଜ୍ୟ ଦିଲ୍ଲୀ ଠାରୁ ଦୂରରେ ନାହିଁ ।

ଉତ୍ତର ପୂର୍ବ ରାଜ୍ୟରେ ଭିତ୍ତିଭୂମି,ରେଳ, ସଡକ, ଜଳପଥ, ଆକାଶ ପଥର ବିକାଶ ହେଉଛି । ଗମମାଗମନ ସରଳ ସହ ବ୍ୟବସାୟ ବୃଦ୍ଧି ହୋଇଛି । ଉତ୍ତରପୂର୍ବ ରାଜ୍ୟର ଲୋକ ସମ୍ମାନର ସହ ସାରା ଦେଶରେ ବସବାସ କରୁଛନ୍ତି । ଉତ୍ତର ପୂର୍ବର ବିକାଶକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ମୋଦି ସରକାର ଏକାଧିକ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି । ସବୁ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ବାସକୁ ନେଇ ବିକାଶକୁ ତ୍ବରିତ କରାଯାଉଛି । ଗତ 9 ବର୍ଷ ମଧ୍ୟର ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବ ରାଜ୍ୟକୁ 50 ରୁ ଅଧିକ ଥର ଗସ୍ତ କରିଛନ୍ତି । ଏଥିରୁ ସ୍ପଷ୍ଟ ମୋଦି ସରକାର ପ୍ରତିବଦ୍ଧା ବୋଲି ଶାହ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଶାହ କହିଛନ୍ତି ଦେଶ ସ୍ବାଧୀନତା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ବିନା ଛୁଟିରେ 24 ଘଣ୍ଟାରୁ 17 ଘଣ୍ଟା କାମ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଗତ 9 ବର୍ଷରେ ସରକାର ଦେଶର ଅର୍ଥନୀତିକୁ 11 ନମ୍ବର 5 ନମ୍ବର ପହଞ୍ଚାଇଛନ୍ତି । ମୋର ବିଶ୍ବାସ ଆଗାମୀ ନିର୍ବାଚନରେ ଦେଶବାସୀଙ୍କ ଆଶୀର୍ବାଦରୁ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଆଉ 2027 ବେଳକୁ ଦେଶର ଅର୍ଥନୀତି ତୃତୀୟ ସ୍ଥାନକୁ ପହଞ୍ଚିବ । ସରକାର ଉପରେ ସଂସଦର ଦେଶର ଜନତାଙ୍କ ବିଶ୍ବାସ ଅଛି ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.