ETV Bharat / bharat

ପେଗାସସ ବିବାଦ; ସୁପ୍ରିମକୋର୍ଟରେ ମାମଲା, ଆସନ୍ତା ସପ୍ତାହରେ ଶୁଣାଣି

author img

By

Published : Jul 30, 2021, 1:19 PM IST

ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି ପେଗାସସ ସ୍ପାଇୱେର ମାଧ୍ୟମରେ ସରକାର ଦେଶର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସାମ୍ବିଧାନିକ ଅନୁଷ୍ଠାନ, ଗଣମାଧ୍ୟମ ବ୍ୟକ୍ତି ସମେତ ରାଜନେତାଙ୍କ ଫୋନ ହ୍ୟାକ କରି ଗୁଇନ୍ଦାଗିରି କରିଛନ୍ତି । ଯାହା ବେଆଇନ । ଅଧିକ ପଢନ୍ତୁ...

Pegasus snooping case
Pegasus snooping case

ନୂଆଦିଲ୍ଲୀ: ପେଗାସସ ଗୁଇନ୍ଦାଗିରିକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାର ଗ୍ରହଣ କଲେ ସର୍ବୋଚ୍ଚ ଅଦାଲତା । ଆସନ୍ତା ସପ୍ତାହରେ ହେବ ମାମଲାର ଶୁଣାଣି । ଆଜି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି କପିଳ ଶିବଲ ମାମଲା ଉପସ୍ଥାପନା କରିଥିଲେ । ପ୍ରଧାନ ବିଚାରପତି ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ଦିନ ଧାର୍ଯ୍ୟ କରିଥିଲେ ।

ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି ପେଗାସସ ସ୍ପାଇୱେର ମାଧ୍ୟମରେ ସରକାର ଦେଶର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସାମ୍ବିଧାନିକ ଅନୁଷ୍ଠାନ, ଗଣମାଧ୍ୟମ ବ୍ୟକ୍ତି ସମେତ ରାଜନେତାଙ୍କ ଫୋନ ହ୍ୟାକ କରି ଗୁଇନ୍ଦାଗିରି କରିଛନ୍ତି । ଯାହା ବେଆଇନ । ଏହାଦ୍ବାରା ନାଗରିକଙ୍କ ଗୋପନୀୟତା ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯାହାକୁ ନେଇ ସଂସଦ ଏବେ ଅଚଳ ହୋଇପଡିଛି । ବିରୋଧୀ ଦଳ ସାଂସଦ ମାନେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ସଂସଦରେ ସ୍ବତନ୍ତ୍ର ଆଲୋଚନା ଚାହୁଁଛନ୍ତି । କିନ୍ତୁ ସରକାର ଆଲୋଚନା ପରିବର୍ତ୍ତେ ସଂସଦକୁ ସ୍ଥଗତି ରଖୁଛନ୍ତି । ତେଣୁ ପ୍ରସଙ୍ଗର ଗୁରୁତ୍ବ ଦୃଷ୍ଟିରୁ ସୁପ୍ରମିକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ।

ଏକ ସ୍ବାଧିନ ସଂସ୍ଥାକୁ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଉ । ସର୍ବୋଚ୍ଚ ଅଦାଲତ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ଅଗ୍ରଗତି ନେଇ ପ୍ରତିଦିନ ସମୀକ୍ଷା କରନ୍ତୁ । ଆବଶ୍ୟକ ସ୍ଥଳେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନାକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଳ ଶିବଲ ମାମଲାର ପରିଚାଳନା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.