ETV Bharat / bharat

ବିହାର ସରକାରକୁ ପେଗାସସ ବିପଦ! ଜାସୁସୀ କାଣ୍ଡରେ ନୀତିଶଙ୍କ ତଦନ୍ତ ଦାବି - ଜାସୁସି କାଣ୍ଡ

ବିଜେପିର ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପେଗାସସ ମାମଲାରେ କରିଛନ୍ତି ତଦନ୍ତ ଦାବି । ସଂସଦରେ ତୁମ୍ଭିତୋଫାନ ମଧ୍ୟରେ ବିରୋଧୀଙ୍କୁ ମିଳିଛି ନୀତିଶ କୁମାରଙ୍କ ସାଥ୍‌ । ଅଧିକ ପଢନ୍ତୁ...

ବିହାର ସରକାରରେ ପାଚେରୀ ଛିଡା କରିବ ପେଗାସସ ! ଜାସୁସି କାଣ୍ଡରେ ନୀତିଶଙ୍କ ତଦନ୍ତ ଦାବି

author img

By

Published : Aug 2, 2021, 5:42 PM IST

Updated : Aug 2, 2021, 6:41 PM IST

ପାଟନା: ପେଗାସସ ଝଡକୁ ନେଇ ସଂସଦରେ ତୁମ୍ଭିତୋଫାନ ମଧ୍ୟରେ ବିରୋଧୀଙ୍କୁ ମିଳିଛି ନୀତିଶ କୁମାରଙ୍କ ସାଥ୍‌ । ପେଗାସସ ଜାସୁସୀ କାଣ୍ଡରେ ଦେଶର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସରକାରଙ୍କ ଉପରେ ଫୋନ ଟ୍ୟାପିଂର ଅଭିଯୋଗ ଲଗାଇ କ୍ରମାଗତ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ । ଏହାରି ମଧ୍ୟରେ ବିଜେପିର ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ମାମଲାରେ କରିଛନ୍ତି ତଦନ୍ତ ଦାବି ।

ବିରୋଧୀଙ୍କ ଦାବିକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ ଟ୍ୟାପିଂ ବିଷୟ କିଛି ଦିନରୁ ସାମ୍ନାକୁ ଆସୁଛି । ଏହାର ତଦନ୍ତ ଆବଶ୍ୟକ । ଆଜିକାଲି କିଏ କଣ କରୁଛି କହିବା ବଡ କଠିନ । ଗୋଟିଗୋଟି ବିଷୟ ଉପରେ ଯାଞ୍ଚ ହେବା ଦରକାର ବୋଲି ଗଣମାଧ୍ୟମକୁ କହିଛନ୍ତି ନୀତିଶ ।

କଣ ହୋଇଛି କଣ ନାହିଁ, ତାହା ସଂସଦରେ ଆଲୋଚନା ଚାଲିଛି । ସମ୍ବାଦ ପତ୍ରରେ ଯାହା ଆସୁଛି ତାହାକୁ ହିଁ ଆମେ ଦେଖୁଛୁ । କିଏ ଫୋନ କଲକୁ ଶୁଣୁଛି, ଏ ବିଷୟ ଉପରେ ସମ୍ପୂର୍ଣ୍ଣ ତଦନ୍ତ ହେବା ଜରୁରୀ । ଏହାଫଳରେ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ନୀତିଶ । ମାମଲା କଣ ସେ ବିଷୟ ଉପରେ ସମ୍ପୂର୍ଣ୍ଣ ସୂଚନା ନାହିଁ । ଆମେ କେବଳ ପଢୁଛୁ ଆଉ ଦେଖୁଛୁ । ତେବେ ଯଦି ସରକାର ଏହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ତାହେଲେ ସମ୍ପୂର୍ଣ୍ଣ ମାମଲାକୁ ସାମ୍ନାରେ ରଖିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ।

କେବଳ ଏତିକି ନୁହେଁ, ସଂସଦରେ ମଧ୍ୟ ଚର୍ଚ୍ଚା ଦାବି କରିଛନ୍ତି ନୀତିଶ । ସେ କହିଛନ୍ତି ସଂସଦରେ ମଧ୍ୟ ପେଗାସସ ଜାସୁସୀ କାଣ୍ଡ ଉପରେ ଚର୍ଚ୍ଚା ହେବା ଜରୁରୀ । ଯାଞ୍ଚ ହେବା ଦରକାର । ଯଦି ଏତେ ଦିନରୁ ସଂସଦରେ ଏହି ବିଷ ଉଠୁଛି, ତେବେ ଯାଞ୍ଚ ହେବା ଦରକାର । ଏହା ଫଳରେ ସତ୍ୟ ପଦାକୁ ଆସିବ । କେନ୍ଦ୍ରରେ ନେତୃତ୍ବାଧିନ ଏନଡିଏର ସହଯୋଗୀ ନୀତିଶ କୁମାର । ବିହାରରେ ମଧ୍ୟ ବିଜେପିର ସହଯୋଗରେ ଚାଲିଛି ତାଙ୍କ ସରକାର । ଏଭଳିସ୍ଥିତିରେ ଯଦି ସେ ନିଜ ସହଯୋଗୀ ସରକାରଙ୍କଠାରୁ ଯାଞ୍ଚ ଦାବି କରୁଛନ୍ତି, ତେବେ ବିରୋଧୀଙ୍କୁ ବଳ ମିଳିବା ସ୍ବାଭାବିକ ।

Last Updated : Aug 2, 2021, 6:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.