ETV Bharat / bharat

'Pegasus Project': ରାହୁଲ-ବୈଷ୍ଣବ-ପିକେ ! ପେଗାସସର ହିଟ୍‌ଲିଷ୍ଟରେ ଆଉ କିଏ ?

ତଥାକଥିତ ରିପୋର୍ଟ ଅନୁଯାୟୀ, 'Pegasus Project' NSO ଲିଷ୍ଟରେ କଂଗ୍ରେସରର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ରହିଛି ୩୦୦ ଭାରତୀୟ ଭିଭିଆଇପିଙ୍କ ନମ୍ବର । ଏହି ତାଲିକାରେ ନୂଆ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନାଁ ରହିଥିବା ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

author img

By

Published : Jul 19, 2021, 8:47 PM IST

Pegasus Controversy: ରାହୁଲ-ବୈଷ୍ଣବ-ପିକେ ! ପେଗାସସର ହିଟ୍‌ଲିଷ୍ଟରେ ଆଉ କିଏ ?

ନୂଆଦିଲ୍ଲୀ: ବିରାଟ ବିବାଦର ରୂପ ନେଉଛି ପେଗାସସ ସ୍ପାଇ ବିବାଦ ('Pegasus Project' ) । ଟାର୍ଗେଟରେ ଭାରତର ବଡବଡ ନେତାମନ୍ତ୍ରୀ । ଜାତୀୟ ଗଣମାଧ୍ୟମରେ ଏଭଳି ରପୋର୍ଟ ପ୍ରକାଶ ପାଇବା ପରେ ଚାରିଆଡେ ହଇଚଇ ଏବଂ ପେଗାସସ୍ ଜାସୁସି ନେଇ ସଂସଦରେ ତୁମ୍ବିତୋଫାନ ।

ତଥାକଥିତ ରିପୋର୍ଟ ଅନୁଯାୟୀ, ଇସ୍ରାଏଲସ୍ଥିତ ଏକ ଏନଜିଓ ସଂସ୍ଥା, ମୋବାଇଲ ଫୋନ ସ୍ପାଏ ଓ୍ବାର ପେଗାସସ ଜରିଆରେ ଭାରତରେ ବେଆଇନ ସର୍ଭିଲାନ୍ସ କରୁଥିବା ଅଭିଯୋଗ ହୋଇଛି । NSO ଲିଷ୍ଟରେ କଂଗ୍ରେସରର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ରହିଛି ୩୦୦ ଭାରତୀୟ ଭିଭିଆଇପିଙ୍କ ନମ୍ବର । NSO ହେଉଛି ସଫ୍ଟୱେୟାର ତିଆରିକରୁଥିବା ଇସ୍ରାଏଲର ଏକ କମ୍ପାନୀ । ପେଗାସସ ସଫ୍ଟୱେୟାରକୁ ମଧ୍ୟ ଏହି କମ୍ପାନୀ ତିଆରି କରିଛି ।

ପେଗାସସ ସାହାଯ୍ୟରେ ଦେଶର ବଡବଡ ସାମ୍ବାଦିକ, ନେତାମନ୍ତ୍ରୀ, ବିଚାରପତିଙ୍କ ଜାସୁସି ହୋଇଥିବା ରିପୋର୍ଟରେ କରାଯାଉଛି ଦାବି । ତେବେ ରାହୁଲ ଗାନ୍ଧୀଙ୍କ ଫୋନ ଟ୍ୟାପିଂ ହେବା ସହ ତାଙ୍କୁ ନିକଟତର ସମ୍ପର୍କୀୟଙ୍କ ଫୋନ ମଧ୍ୟ ହ୍ୟାକ କରାଯାଇଥିବା ହୋଇଛି ଅଭିଯୋଗ ।

କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯଏ ପେଗାସସ ସଫ୍ଟୱେୟାର ସାହାଯ୍ୟରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଫୋନ ମଧ୍ୟ ହ୍ୟାକ ହୋଇଛି । ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ପେଗାସସର ଟାର୍ଗେଟରେ ରହିଛନ୍ତି । ଏନଏସଓର ଲିଷ୍ଟରେ ପୂର୍ବତନ ନିର୍ବାଚନ ଆୟୋଗ ଅଶୋକ ଲଭସାଙ୍କ ନମ୍ବର ମଧ୍ୟ ରହିଛି । ଯାହା ସେ ୨୦୧୯ରେ ବ୍ୟବହାର କରୁଥିଲେ ।

ସେପଟେ ଲିଷ୍ଟରେ ୩୦୦ ଭାରତୀୟଙ୍କ ନମ୍ବର ଥିବା ଦାବି କରିଛି ରିପୋର୍ଟ । ଏଥିରେ ବର୍ତ୍ତମାନର ଆଇଟି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜଳଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ନମ୍ବର ରହିଥିବା କୁହାଯାଉଛି । ସେପଟେ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ୍ସ(ADR) ପ୍ରତିଷ୍ଠାତା ଜଗଦୀପ ଛୋକର, ଦେଶର ଟପ୍‌ ଭାଇରୋଲୋଜିଷ୍ଟ ଗଗନଦୀପ କାଙ୍କ ନାଁ ମଧ୍ୟ ଏଥିରେ ଥିବା ରିପୋର୍ଟରୁ ସୂଚନା ମିଳିଛି ।

ମିଡିଆ ରିପୋର୍ଟରେ ଯେଉଁ ଦାବି କରାଯାଇଛି, ସେଥିରେ କେତେ ସତ୍ୟତା ରହିଛି ତାହା ଏଯାଏଁ ଜଣାପଡିନାହିଁ । ଫୋନ ଟ୍ୟାପିଂ ବିବାଦ ଉପରେ ଲୋକସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୟାନ ଦେଇଛନ୍ତି । ଫୋନ ଟ୍ୟାପିଂରୁ ଜାସୁସି (ଗୁଇନ୍ଦାଗିରି) ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଅଶ୍ବିନୀ । ସେ କହିଛନ୍ତି, ଭାରତରେ ବେଆଇନ ସର୍ଭିଲାନ୍ସ ସମ୍ଭବ ନୁହେଁ ।

ଡାଟା ଲିକ୍‌ର ଜାସୁସି ସହ କୌଣସି ସମ୍ପର୍କ ନାହିଁ । ଡାଟାରୁ ସର୍ଭିଲାନ୍ସ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ତେବେ ଲିକ ହୋଇଥିବା ଡାଟାର ଜାସୁସି ସହ ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.