ETV Bharat / bharat

Pegasus କଣ୍ଟ୍ରୋଭର୍ସି: ଫୋନ ହ୍ୟାକିଂ କରୁଛି କେନ୍ଦ୍ର, ଶାହଙ୍କ ଇସ୍ତଫା ମାଗିଲା କଂଗ୍ରେସ

author img

By

Published : Jul 19, 2021, 7:56 PM IST

Updated : Jul 19, 2021, 8:04 PM IST

କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ । ଇସ୍ରାଏଲ ସ୍ପାଏୱେର ପେଗାସସ୍ (Israeli Spyware Pegasus) ବ୍ୟବହାର କରାଯାଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସହ ଦେଶର ବଡ଼ ବଡ଼ ସାମ୍ବାଦିକ ଓ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ଫୋନ ହ୍ୟାକ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ । ଇସ୍ରାଏଲ ସ୍ପାଏୱେର ପେଗାସସ୍(Israeli Spyware Pegasus) ବ୍ୟବହାର କରାଯାଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସହ ଦେଶର ବଡ଼ ବଡ଼ ସାମ୍ବାଦିକ ଓ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ଏହାକୁ ନେଇ ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି ଯେ, "ମୁଁ ଜାଣିଛି ଆପଣ ଆପଣଙ୍କ ଫୋନରେ ଆମ ବିଷୟରେ କଣ ସବୁ ପଢ଼ୁଛନ୍ତି ।" ଏଭଳି କହି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେରଚ୍ଛା ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏହାର ଏକ ନିରପେକ୍ଷ ଯାଞ୍ଚ କରିବାକୁ ଦାବି କରିଛି କଂଗ୍ରେସ ।

ଏକ ରିପୋର୍ଟ ମୁତାବକ ପ୍ରାୟ ୩୦୦ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପ କରାଯାଉଛି । ତେବେ ଏହାକୁ ଖଣ୍ଡନ କରିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କଂଗ୍ରେସ ପାଖରେ ଏଜେଣ୍ଡା ନଥିବାରୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛି ବୋଲି କହିଛି ବିଜେପି ।

ସେପଟେ ଏହାକୁ ନେଇ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ । ଖାଲି ସେତିକି ନୁହେଁ ଇସ୍ତାଫ ଦାବି ସହ ଏହି ସମସ୍ୟାକୁ ନେଇ ଏକ ଯାଞ୍ଚ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି ।

ତେବେ କଂଗ୍ରେସ ପକ୍ଷରୁ ବାରମ୍ବାର ଏହି ଅଭିଯୋଗ ହେଉଛି । ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏଭଳି ଅଭିଯୋଗ କରିଛନ୍ତି । କଂଗ୍ରେସର ମୁଖପାତ୍ର ରଣଦୀପ ସୂର୍ଯ୍ୟୱାଲା ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, " ସାହେବ ଦେଶ କେବଳ ଏତିକି ଜାଣିବାକୁ ଚାହୁଁଛି ଯେ ଆପଣ ୧୮ ଘଣ୍ଟା କାମ କରି କିଭଳି ଲୋକଙ୍କ ଟଙ୍କାକୁ ଫୋନ୍ ହ୍ୟାକ କରିବା ଦିଗରେ ଅପଚୟ କରୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2021, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.