ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କ ସୃଷ୍ଟି କରୁଛନ୍ତି ପିଡିପି ନେତା । ହିଜବୁଲ ମୁଜାହିଦ୍ଦୀନର ଆତଙ୍କୀ ବୁରହାନ ବାନିର ଏନକାଉଣ୍ଟର ପରେ (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି)ପିଡିପି ନେତା ୱାହିଦ-ଉର-ରେହମାନ ପାରା କାଶ୍ମୀରରେ ଆତଙ୍କ ସୃଷ୍ଟି କରିବାକୁ ହୁରିୟତ କନଫରେନ୍ସକୁ ୫ କୋଟି ଟଙ୍କା ସୁପାରି ଦେଇଛନ୍ତି । ଏନେଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ ।
ଏନଆଇଏ ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ପାରା ବୋଧହୁଏ ପିଡିପି ତରଫରୁ ହୁରିୟତଙ୍କୁ ଏହି ଟଙ୍କା ଦେଇଛି, ଯଦ୍ବାରା ଉପତ୍ୟକାରେ ଏହି ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନହୁଏ । ତେବେ ପାରାଙ୍କୁ ଅନେକ ରାଉଣ୍ଡ ପଚରାଉଚରା ପରେ ଏନଆଇଏ ଗତ ବର୍ଷ 25 ନଭେମ୍ବରକୁ ଗିରଫ କରିଥିଲା । ସେପଟେ ଏନେଇ ପିଡିପିର ଅତିରିକ୍ତ ପ୍ରବକ୍ତା ନଜମୁ ସାକିବ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ପାରା ବରୋଧରେ ମିଥ୍ୟା ଆରୋପ ଲଗାଯାଇଛି । ବୁରହାନ ବାନିର ମୃତ୍ୟୁ ପରେ ଘାଟିରେ ଆତଙ୍କୀ ଗତିବିଧି ଜାରି ରଖିବା ପାଇଁ ପାରା ୨୦୧୬ ରେ ଅଲତାଫ ଅହମ୍ମଦ ସାହାକୁ ୫ କୋଟି ଟଙ୍କା ଦେଇଥିଲା ।
ଅଲତାଫ ଅହମ୍ମଦ ଶାହା ଅଲଗାଓବାଦୀ ନେତା ସୟଦ ଅଲୀ ସାହ ଗିଲାନୀଙ୍କ ଜ୍ଵାଇଁ । ଅଲତାଫକୁ ଜୁଲାଇ ୨୦୧୭ ରେ ଜାମ୍ମୁ କାଶ୍ମୀରରେ ଟେରର ଫଣ୍ଡିଂ କରୁଥିବା ମାମଲାରେ ଗିରଫ ମଧ୍ୟ କରାଯାଇଥିଲା । ଏତଦ୍ ବ୍ୟତିତ ଅଲତାଫ ଏବଂ ପାରା ଜଣେ ଅନ୍ୟ ଜଣଙ୍କର ନିକଟତର ଥିଲେ ଏବଂ ବାନିଙ୍କ ଏନକାଉଣ୍ଟର ପରେ ଉପତ୍ୟକାରେ ଚାଲିଥିବା ହିଂସା ସମୟରେ ଦୁହିଁଙ୍କ ସମ୍ପର୍କ ମଧ୍ୟ ରହିଥିଲା ବୋଲି ଏନଆଇଏ କହିଛି ।